ଦ ରୁରାଲ ନ୍ୟୁଜ ବ୍ୟୁରୋ :ଜଳବନ୍ଦୀ ରେ ପିପିଲି ପୋପରଙ୍ଗା ପଂଚାୟତ ପାଚଲ ପୁର ଗାଁ ୩୦ ପରିବାର । ଗଙ୍ଗୁଆ ନାଳ ପାଣି ଗାଁ ରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି କରିଥିବା ବେଳେ ଏକର ଏକର ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ କରିଛି । ଗତବର୍ଷ ବନ୍ୟା ଯୋଗୁଁ ଗଙ୍ଗୁଆ ନାଳରେ ସୃଷ୍ଟି ହୋଇଥିବା ଘାଇ ମରାମତି ନ ହେବା ଜଳବନ୍ଦୀ ର ମୁଖ୍ୟ କାରଣ ବୋଲି ବନ୍ୟା ବିପନ୍ନ ଅଭିଯୋଗ କରିଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଅନ୍ୟ ଏକ କାରଣ ବୋଲି ଅଭିଯୋଗ କରିଛନ୍ତି ବିପନ୍ନ ।
ପାଣିଘେର ରେ ପିପିଲି ପୋପରଙ୍ଗା ପଂଚାୟତ ଛଅ ନମ୍ବର ୱାର୍ଡ ପାଚଲ ପୁର ଗ୍ରାମ । ଜଳବନ୍ଦୀ ରେ ୩୨ ପରିବାର । ଗଙ୍ଗୁଆ ରେ ପ୍ରବାହିତ ବର୍ଷା ଜଳ ତାଣ୍ଡବ ରଚାଇଛି ଏହି ଅଞ୍ଚଳରେ । ରାତିକ ମଧ୍ୟରେ ସମ୍ପୂର୍ଣ୍ଣ ଗାଁ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି ଉଜୁଡ଼ି ଯାଇଛି ପନି ପରିବା ଓ ଧାନ ଫସଲ । ଏହା ପଛର କାରଣ ରହିଛି ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଓ ଦାୟିତ୍ବ ହୀନତା । ଗତ ବର୍ଷକ ତଳେ ଗଙ୍ଗୁଆ ରେ ସୃଷ୍ଟି ହୋଇ ଥିବା ଘାଇ କାରଣ ରୁ ୨୫ଦିନ ଧରି ଯମ ଯନ୍ତ୍ରଣା ଭୋଗିଥିଲେ ଏହି ଗ୍ରାମବାସୀ , ମାତ୍ର ବର୍ଷକ ପରେ ମଧ୍ୟ ସମଦଶା ଭୋଗୁଛନ୍ତି ଏହି ପାଚଲ ପୁର ଲୋକେ ।ବିଭାଗୀୟ ଅଧିକାରୀ ଙ୍କ ଦାୟିତ୍ବ ହୀନତା ପାଇଁ ବର୍ଷକ ମଧ୍ୟରେ ମଧ୍ୟ ଘାଇ ମରାମତି କାର୍ଯ୍ୟ ଆରମ୍ଭ କରି ନଥିଲା ଦାୟିତ୍ବ ରେ ଥିବା ଡ୍ରେନେଜ ବିଭାଗ ।
ଏପରିକି ଘାଇ ମରାମତି କରିବା ପାଇଁ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଦୁଇ ଦୁଇ ଥର ବିଭାଗ କୁ ଏହାର ସମାଧାନ କରିବା ପାଇଁ ଚିଠି ଲେଖି ଥିଲେ ମଧ୍ୟ ଶୁଣିନଥିଲା ପ୍ରଶାସନ । ଯାହାର ପରିଣାମ ଭୋଗୁଛନ୍ତି ନିରୀହ ଲୋକେ , ଏହି ମନୁଷ୍ୟ କୃତ ବନ୍ୟା ର ଶୀକାର ହୋଇଛନ୍ତି ପାଚଲ ପୁର ଗାଁ।ଲୋକେ । ଜଳବନ୍ଦୀ ଜୀବନ କାଟୁଥିବା ସହିତ ନିଜର ଜୀବନ ଜୀବିକା କୁହା ଯାଉଥିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ବନ୍ୟା ବିପନ୍ନ। ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କ ପାଇଁ ସରକାରୀ ଡ଼ଙ୍ଗା ର ବ୍ୟବସ୍ଥା କରାଯାଇ ଥିବା ବେଳେ ଗାଁ ର ସ୍ଥିତି ଅନୁଧ୍ୟାନ କରିଛନ୍ତି ପିପିଲି ବ୍ଲକ ବିଡ଼ିଓ ରଶ୍ମିତା ନାଥ । ଜଳବନ୍ଦୀ ଅବସ୍ଥାରେ ଥିବା ବନ୍ୟା ବିପନ୍ନ ଙ୍କ ପାଇଁ ସରକାରୀ ସ୍ତରରେ ଶୁଖିଲା ଓ ରନ୍ଧା ଖାଦ୍ୟ ସହିତ ପାନୀୟ ଜଳ ର ବ୍ୟବସ୍ଥା କରାଯିବା ସହିତ ଗୋ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ବିଡ଼ିଓ ରଶ୍ମିତା ନାଥ କହିଛନ୍ତି । ଆଗକୁ ବଡ଼ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି, ନଦୀରେ ବନ୍ୟାଜଳ ବଢ଼ିଲେ ପାଚଲପୁର ବନ୍ୟା ବିପନ୍ନଙ୍କସମସ୍ୟା ଦ୍ବିଗୁଣିତ ହେବ ।
0 Comments