ଦ ରୁରାଲ ନ୍ୟୁଜ ବ୍ୟୁରୋ :ଯନ୍ତ୍ରୀ ମାଲେମାଲ କାମ ଫସର ଫାଟୁଛି । ମିଳିମିଶି ଲୁଟି ଖାଇବାର ପରିଣାମ ଭୋଗିବେ ସାଧାରଣ ଲୋକ । ନଦୀରେ ବନ୍ୟାଜଳ ହ୍ରାସ ପାଇବାର କେଇ ଘଣ୍ଟା ନ ପୁରୁଣୁ ଭାର୍ଗବୀ ନଦୀ ବନ୍ଧ ପ୍ରତି ସୃଷ୍ଟି ହୋଇଛି ବିପଦ । ଭାର୍ଗବୀ ନଦୀ ବନ୍ଧ ରେ ବନ୍ଧ ଫାଟି ଆଁ କରିଥିବା ବେଳେ ବନ୍ୟା ଆସିଲେ ବନ୍ଧ ପ୍ରତି ବିପଦ ଆଣିବା ଆଶଙ୍କା କଲେଣି ନଦୀ କୂଳିଆ । ସୂଚନା ଥାଉକି ମାତ୍ର ୩ମାସ ତଳେ ଭାର୍ଗବୀ ନଦୀ ସୁଦଢ଼ିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବନ୍ଧ ମରାମତି କାମ କରିବା ପାଇଁ ଠିକାଦାର ଙ୍କୁ ନିଯୁକ୍ତ କରାଯାଇ ଥିଲା। ମାତ୍ର ଠିକାଦାର କାମ କରିବାର ମାସ କେଇଟା ନ ପୁରୁଣୁ ଭାର୍ଗବୀ ନଦୀ ବନ୍ଧ ରେ ଦେଖା ଦେଇଛି ବିପଦ ।
ପ୍ରଥମେ ବାଲିଆ ଓ ଦକ୍ଷିଣ ରାଡସ୍ୱ ଅଞ୍ଚଳରେ ବନ୍ଧ ଫାଟି ଥିବା ବେଳେ ଜଳସେଚନ ବିଭାଗର ଅଧିକାରୀ ମାନେ ଆସି ତରବରିଆ ଭାବରେ ତାଳି ପକା କାମ କରି ନିମ୍ନ ମାନର କାମ କୁ ଲୁଚାଇ ଥିଲା ଜଳସେଚନ ବିଭାଗ । ମାତ୍ର ନଦୀରେ ପ୍ରଥମ ବନ୍ୟା ଜଳ ଆସି ହ୍ରାସ ପାଇବା ର କେଇ ଘଣ୍ଟା ନ ବିତୁଣୁ ଭାର୍ଗବୀ ରେ ଦେଖା ଦେଇଛି ଜଟିଳ ସମସ୍ୟା । ବଳଙ୍ଗା ଭାର୍ଗବୀ ନଦୀର ରେ ଦେଖା ଦେଇଛି ଫାଟ । ବଜାର ଠାରୁ ଅନତି ଦୂରରେ ଥିବା ଭାର୍ଗବୀ ନଦୀ ବନ୍ଧ ରେ ସୃଷ୍ଟି ହୋଇଛି ଗର୍ତ୍ତ । ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ନଦୀ ବନ୍ଧ ଫାଟି ଆଁ କରିଥିବା ବେଳେ ନଦୀରେ ବନ୍ୟା ଜଳ ଆସିଲେ ନଦୀ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ନଦୀ କୂଳିଆ ।ବନ୍ଧ ରେ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ମାଟି ଦବି ବନ୍ଧ ଫାଟି ଆଁ ହେଲାଣି, କାମ ଶେଷ ହେବାର ଦୁଇ ମାସ ପୂରିନି ବନ୍ଧ ର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ବେଳେ ନଦୀ କୁଳିଆ ଗ୍ରାମବାସୀ ଭୟଭୀତ ଅଛନ୍ତି, ତେବେ ନିମ୍ନ ମାନର କାମ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ବେଳେ ବନ୍ଧ ନିର୍ମାଣ ପାଇଁ ଉପଯୁକ୍ତ ମାଟିରେ କାମ ନହେବା, ବନ୍ଧ କୁ ସଠିକ ଭାବେ ରୋଲିଂ ନକରିବା ସହ ବିଭାଗୀୟ ଅଧିକାରୀ ଙ୍କ ଠିକା ସଂସ୍ଥା ପ୍ରତି କୋହଳ ମନୋଭାବ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ସ୍ପଷ୍ଟ ପରିଲକ୍ଷିତ ହେଉଛି! ଯଦି ଏହି ସ୍ଥାନରେ ବନ୍ଧରେ ଘାଇ ହୁଏ ତେବେ ନିମାପଡା ବ୍ଲକ ର ପ୍ରାୟ ୬ଗୋଟି ପଂଚାୟତ କ୍ଷତିଗ୍ରସ୍ତ ହେବ ବୋଲି କୁହାଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନଦୀ ବନ୍ଧ କାମରେ ଅତ୍ୟଧିକ ପିସି କାରବାର ବନ୍ଧ ଦୁର୍ବଳ ର ମୁଖ୍ୟ କାରଣ ବୋଲି କୁହାଯାଉଛି ଯଦିଓ ବନ୍ୟା ନିୟନ୍ତ୍ରଣ ନେଇ ବାରମ୍ବାର ବୈଠକରେ ପରେ ବୈଠକ ଅନୁଷ୍ଠିତ ହୋଇ ଆଲୋଚନା କରାଯାଇଛି ତାହା କିନ୍ତୁ କେବଳ କାଗଜ କଲମ ଭିତରେ ବନ୍ୟା
ନିୟନ୍ତ୍ରଣ ହେଉଛି ବୋଲି ଆଲୋଚନା ହେଉଛି । ଯେଉଁ ଠାରେ ସାମାନ୍ୟ କେନାଲ ଘାଇ କୁ ବିଭାଗୀୟ ଅଧିକାରୀ ମାନେ ନିୟନ୍ତ୍ରଣ କରିବା ରେ ଫେଲ ମାରୁଛନ୍ତି ସେଠାରେ ଭାର୍ଗବୀ ରେ ବନ୍ୟା ଆସି ନଦୀ ବନ୍ଧ ରେ ଫାଟ ପାଇଁ ଘାଇ ସୃଷ୍ଟି ହେଲେ କିଭଳି ନିୟନ୍ତ୍ରଣ କରିବେ ତାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ର ଶୀକାର ହେଉଛନ୍ତି ବଳଙ୍ଗା ଜଳସେଚନ ବିଭାଗର ଅଧିକାରୀ ମାନେ । ବର୍ଷା ରେ ନୂଆ ମାଟି ପାଇଁ ଏଭଳି ପରିସ୍ଥିତି ଉପୁଜିଛି ଏହାର ମରାମତି କାର୍ଯ୍ୟ ସମ୍ପାଦନ କରାଯିବ କହି ବିଭାଗୀୟ ଅଧିକାରୀ ନିଜର ଦୋଷ ତ୍ରୁଟି ଲୁଚାଇବା ପାଇଁ ଚେଷ୍ଟା କରିଛନ୍ତି । ସେପଟେ ସମୟ ଥାଉ ଥାଉ ଭାର୍ଗବୀ ବନ୍ଧ ର ମରାମତି କରାନଯାଏ ତେବେ ବନ୍ଧ ପ୍ରତି ବିପଦ ସୃଷ୍ଟି ହେବ ଏଥିରେ ଦ୍ବିମତ ନାହିଁ।

0 Comments