Header Ads Widget



BREAKING NEWS

6/recent/ticker-posts

ଭାରତୀୟ ଜନତା ପାର୍ଟି ତରଫରୁ ଏକ ମହାମିଶ୍ରଣ

                                                                    

 ନିମାପଡ଼ା:-ଗୁରୁବାର ଦିନ ନିମାପଡା ସ୍ଥିତ ରବୀନ୍ଦ୍ର କଲ୍ୟାଣ ମଣ୍ଡପରେ ଭାରତୀୟ ଜନତା ପାର୍ଟି, ନିମାପଡା ନିର୍ବାଚନ ମଣ୍ଡଳୀ ତରଫରୁ ଏକ ମହାମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ ନିମାପଡା ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀ ଦିଲ୍ଲୀପ ନାୟକଙ୍କ ଉପସ୍ଥିତିରେ ସାଇଁସ ଶାସନ ପଂଚାୟତର ସମିତି ସଭ୍ୟ ପ୍ରାର୍ଥୀ ରାମଚନ୍ଦ୍ର ରଥ, ନନ୍ଦ କିଶୋର ସ୍ୱାଇଁ, ଆନନ୍ଦ ଖଟୋଇ, ମଙ୍ଗୁଳି ମାଝୀ, ଉଦୟନାଥ ଜେନା ଓ ପବିତ୍ର ସ୍ୱାଇଁଙ୍କ ନେତୃତ୍ବରେ  ୨୦୦ରୁ ଉର୍ଦ୍ଧ୍ବ ପରିବାର ବିଜୁ ଜନତା ଦଳ ପରିତ୍ୟାଗ କରି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନୀତି-ଆଦର୍ଶ ଏବଂ ସୁଶାସନକୁ ପାଥେୟ କରି ଭାରତୀୟ ଜନତା ପାର୍ଟି ରେ ସାମିଲ ଦେଇଛନ୍ତି।ଏହ କାର୍ଯ୍ୟକ୍ରମ ନିର୍ବାଚନ ମଣ୍ଡଳୀର ନେତା ଶ୍ରୀ ଦିଲ୍ଲୀପ ନାୟକ, ପୂର୍ଣ୍ଣଚନ୍ଦ୍ର ସାହୁ, ନିମାପଡା ମଣ୍ଡଳ ସଭାପତି ମାନସ ପ୍ରଧାନ, ସଂଯୋଜକ ପ୍ରଦୀପ୍ତ ନାୟକ, ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, ସମିତି ସଭ୍ୟା ସନ୍ଧ୍ୟାରାଣୀ ରଥ ଓ ନାଏବ ସରପଞ୍ଚ ଅନୁପମା ନାୟକ, ନିରଞ୍ଜନ ମହାପାତ୍ର,ସନ୍ତୋଷ ରଥ,ଗଙ୍ଗାଧର ଜେନା ଏବଂ ନିର୍ବାଚନ ମଣ୍ଡଳୀର ଅନ୍ୟ ବରିଷ୍ଠ ନେତୃତ୍ୱ ଏବଂ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ନୂତନ କରି ମିଶିଥିବା କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଗତ ଜଣାଇବା ସହିତ,  ଏତେ ସଂଖ୍ୟକ ବିଜୁ ଜନତା ଦଳର କାର୍ଯ୍ୟକର୍ତା ଭାରତୀୟ ଜନତା ପାର୍ଟି ରେ ମିଶିବା ଫଳରେ ଦଳ ଆହୁରି ଶକ୍ତିଶାଳୀ ଏବଂ ସଂଗଠିତ ହେବା ସହ ପାର୍ଟିର ଜନାଧାର ଆହୁରି ବୃଦ୍ଧି ପାଇବ ବୋଲି ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ପରେ ନିର୍ବାଚନ ମଣ୍ଡଳୀ ନେତା ଶ୍ରୀ ଦିଲ୍ଲୀପ ନାୟକ ଆଶା ପ୍ରକଟ କରିଛନ୍ତି




Post a Comment

0 Comments