ପୁରୀ ; ଜିଲ୍ଲା ସ୍ତରୀୟ ପୁମ୍ସି ପ୍ରତିଯୋଗିତାରେ ଟିମ ଟାଇକୋଣ୍ଡୋ ର ସଫଳତା । ପୁରୀ ଠାରେ ୧୬ତମ କ୍ୟୁରୋଗି ଓ ୮ତମ ପୁମ୍ସି ପ୍ରତିଯୋଗିତାରେ ରେ ଟିମ ଟାଇକୋଣ୍ଡୋ ର ଉଦଘାଟନ ହୋଇଯାଇଛି । ଓଡିଶା ଟାଇକୋଣ୍ଡୋ ର ସେକ୍ରେଟାରୀ ତଥା ଆନ୍ତର୍ଜାତିକ ଟାଇକୋଣ୍ଡୋ ମାଷ୍ଟର ମନମୋହନ ଭଞ୍ଜ ଏହି ଶିବିର କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ପୁରୀ ରେଳବାଇ ଇଣ୍ଡୋର ହଲ ରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ପିପିଲି, ନିମାପଡ଼ା, କୋଣାର୍କ, ପୁରୀ, ସତ୍ୟବାଦୀ ଅଞ୍ଚଳ ରୁ ଶତାଧିକ ଟାଇକୋଣ୍ଡୋ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ ।
ଦୁଇ ଦିନିଆ ଏହି ଶିବିର ରେ ପ୍ରଥମ ଦିନ ରେ ବାଳକ ଓ ବାଳିକା ବିଭାଗ ର ପୁମ୍ସି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିବା ବେଳେ ଆସନ୍ତା କାଲି କ୍ୟୁରୋଗି ପ୍ରତିଯୋଗିତା ହେବ । ପୁମ୍ସି ରେ ଟିମ ଟାଇକୋଣ୍ଡୋ ର ଛାତ୍ରୀ ସ୍ଵାଗତିକା ସାମନ୍ତରାୟ ସିଲଭର ମେଡାଲ ପାଇ ଥିବା ବେଳେ ୨ୟ ସ୍ଥାନ ଅଳଙ୍କୃତ କରିଛନ୍ତି । ସେହିପରି ଉତ୍ତରାଣୀ ଟାଇକୋଣ୍ଡୋ ଏକାଡେମୀ ର ଭୁପେନ୍ଦ୍ର ମୁଦୁଲି ୩ୟ ସ୍ଥାନ ଅଧିକାର କରିଛନ୍ତି ।
\
ସ୍ଵାଗତିକା ସାମନ୍ତ ରାୟ ପିପିଲି ହାଇସ୍କୁଲ ର ଦଶମ ଶ୍ରେଣୀର ଛାତ୍ରୀ ହୋଇ ଥିବା ବେଳେ ସ୍ଵାଗତିକା ଙ୍କ ର ଏହି ସଫଳତା ପଛରେ ନିଜ ପରିବାର ଲୋକଙ୍କର ବଡ଼ ସହଯୋଗ ରହିଛି ସ୍ଵାଗତିକା ଙ୍କ ସଫଳତା ପାଇଁ ଟିମ ଟାଇକୋଣ୍ଡୋ ର କୋଚ୍ ଉପେନ୍ଦ୍ର ଘଡେ଼ଇ ଓ ଦେବାଶିଷ ସିଂରାୟନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆସନ୍ତା କାଲି ପୁଣିଥରେ ଏହି ପ୍ରତିଯୋଗୀ ମାନେ କ୍ୟୁରୋଗି ରେ ସଫଳତା ହାସଲ କରିବେ ବୋଲି ପିପିଲି ବାସୀ ଆଶା ରଖିଛନ୍ତି ।
0 Comments