Header Ads Widget



BREAKING NEWS

6/recent/ticker-posts

ଆକ୍ସନ ମୋଡ଼ ରେ ପିପିଲି ପୋଲିସ,ମଦ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ

                                               


ଦ ରୁରାଲ ବ୍ୟୁରୋ : ଆକ୍ସନ ମୋଡ଼ ରେ ପିପିଲି ପୋଲିସ । ଗତ କିଛିଦିନ ମଧ୍ୟରେ ପିପିଲି ର ବିଭିନ୍ନ ସ୍ଥାନରେ ଚଢ଼ାଉ କରି  ବିଫୁଳ  ପରିମାଣ ର ଦେଶୀ ଓ ବିଦେଶୀ ମଦ ଜବତ କରିଛି । ପିପିଲି ରେ ଗତ କିଛି ଦିନ ତଳେ ଆଇଆଇସି ଭାବରେ  ଦିପକ କୁମାର ଖଣ୍ଡାୟତରାୟ ଦାୟିତ୍ବ ନେବା ପରେ  ଆରମ୍ଭ କରିଛନ୍ତି  ଅପରେସନ WINE. ଯାହା ପାଇଁ ଏବେ  ବେଆଇନ ମଦ କାରବାର କରୁଥିବା  ମଦ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି ।

                                                 


ସୂଚନା ଥାଉକି  ଗତ  ୨୪ତାରିଖରେ   ପୋଲିସ ପେଟ୍ରୋଲିଂ ସମୟ ରେ ଜଗନ୍ନାଥ ପୁର ବଜାର ପାର୍ଶ୍ଵରେ ବେଆଇନ ଦେଶୀ ମଦ କାରବାର ହେଉଥିବା ଖବର ପାଇ  ଜିତେନ୍ଦ୍ର ମଳିକ ୩୮କୁ ପୋଲିସ ଗିରଫ କରି  ୭ଲିଟର ଆସ୍କା ୪୦ ଜବତ କରିଥିଲା  । ସେହିପରି ୨୫ତାରିଖରେ  ପୋଲିସ ପେଟ୍ରୋଲିଂ ସମୟ ରେ ଜଗନ୍ନାଥ ପୁର ଆନନ୍ଦ ବଜାର ରେ ପ୍ରାୟ ୨୩ଲିଟର ଆସ୍କା୪୦  ୭୨୦ଏମଏଲ  ବିଦେଶୀ ମଦ ଜବତ କରାଯାଇ ଥିବା ବେଳେ  ବେଆଇନ ମଦ କାରବାର ଅଭିଯୋଗ ରେ  ଜଗନ୍ନାଥ ପୁର ରବୀନ୍ଦ୍ର ସାହୁଙ୍କୁ ଗିରଫ କରିଥିଲା ପୋଲିସ । ଉଭୟଙ୍କ ନାମରେ ଓଡିଶା ଏକ୍ସଯାଇଜ ଆକ୍ଟ ରେ ମାମଲା ରୁଜୁ କରି ଉଭୟ ଙ୍କୁ କୋର୍ଟ ଚାଲାଣ କରିଛି । ଦୁଇ ଦିନ ବ୍ୟବଧାନ ରେ ପିପିଲି ପୋଲିସ ର ଏଭଳି ଅପରେସନ ଦେଖି ଛାନିଆ ହୋଇ ପଡିଛନ୍ତି ବେଆଇନ ମଦ କାରବାର କରୁଥିବା ମଦ ମାଫିଆ ମାନେ ।         

                                             



                  

     ସେପଟେ ପୋଲିସର ଏଭଳି ପଦକ୍ଷେପକୁ ସବୁ ମହଲ ରେ ସ୍ଵାଗତ କରାଯାଇ ଥିବା ବେଳେ ବେଆଇନ ଭାବରେ ବାଇକ ରେ ମଦ ଚାଲାଣ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶା ରଖିଛନ୍ତି , ଅନ୍ୟପଟେ ପିପିଲି ରେ ଅନେକ  ଯୁବପିଢ଼ି   ନିଶା ପଛରେ ଦୌଡୁ ଥିବା ବେଳେ ଅବକାରୀ ବିଭାଗ ର ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।



Post a Comment

0 Comments