ଦ ରୁରାଲ ନ୍ୟୁଜ : ପିପିଲି ରେ ଅଘଟଣ, ରୁଟି ତିଆରି ମେସିନରେ ନାବାଳକ ର କଟିଲା ହାତ ଆଙ୍ଗୁଠି, ରୁଟି ପ୍ରସ୍ତୁତ କରିବା ସମୟରେ ଘଟିଲା ଦୁର୍ଘଟଣା, ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ମେସିନ କୁ କାଟି ନାବାଳକ କୁ ଉଦ୍ଧାର କରି ଚିକିତ୍ସା ପାଇଁ ପିପିଲି ଡାକ୍ତର ଖାନା ରେ ଭର୍ତ୍ତି କରିଛନ୍ତି। ଉଦ୍ଧାର ନାବାଳକ ହେଲେ ୧୫ ବର୍ଷୀୟ ନାବାଳକ ରୁଦ୍ର ପ୍ରତାପ ରାଉତ।ଗତ କିଛିଦିନ ଧରି ପିପିଲି ହାଟ ଛକ ରେ ରୁଟି ପ୍ରସ୍ତୁତ ମେସିନ ଦୋକାନ । ଏହି ରୁଟି ଦୋକାନରେ ଏହି ନାବାଳକ କାମ କରୁଥଲା ।
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟ ରେ ନାବାଳକ ଜଣକ ରୁଟି ମେସିନ ରେ ରୁଟି ଗୁଳା ପକାଇବା ସମୟ ରେ ରୁଟି ମେସିନ ରେ ହାତ ପଶି ଯାଇଥିଲା । ଦୋକାନରେ କାମ କରୁଥିବା ଅନ୍ୟ ମାନେ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଘଟଣା ସ୍ଥଳରେ ପିପିଲି ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ମେସିନ କୁ କଟର ସାହାର୍ଯ୍ୟ ରେ କାଟି ନାବାଳକ କୁ ଉଦ୍ଧାର କରିଥିଲେ ,ମେସିନ ରେ ନାବାଳକ ଡାହାଣ ହାତର ଦୁଇ ଗୋଟି ଆଙ୍ଗୁଠି କଟି ଯାଇ ଥିବା ବେଳେ କାମ କରୁଥିବା ଅନ୍ୟ କର୍ମଚାରୀ ମାନେ ଭୟଭୀତ ହୋଇ ପଡ଼ିଥିଲେ ।
ପ୍ରାୟ ଅଧଘଣ୍ଟା ର ଅପରେସନ ପରେ ଅଗ୍ନିଶମ କର୍ମଚାରୀ ମାନେ ମେସିନ ଭିତରୁ ନାବାଳକ କୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବିଭାଗ ଅଧିକାରୀ ଭଗବାନ ରାଉତ ଙ୍କ ନେତୁତ୍ବ ରେ ଅଗ୍ନିଶମ କର୍ମଚାରୀ ମାନେ ଏହି ନାବାଳକ କୁ ଉଦ୍ଧାର କରିଥିଲେ । ଖବର ପାଇ ପିପିଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନାବାଳକ ର ପିତାମାତା ଙ୍କ ସହିତ ଆଲୋଚନା କରିଛି । ଆହତ ଯୁବକ ନିଜ ପରିବାର ସହିତ ପିପିଲି ବ୍ଲକ ଛକ ନିକଟରେ ରେ ଭଡା ଘରେ ରହୁଥିଲେ । ସେପଟେ ଏଭଳି ଅଘଟଣ ଘଟିବା ପରେ ପିପିଲି ହାଟ ଛକ ରେ ଗଢି ଉଠିଥିବା ରୁଟି ଦୋକାନର ଲାଇସେନ୍ସ ରହିଥିଲା ନା ଲାଇସେନ୍ସ ନଥିଲା ଏହାକୁ ନେଇ ଏବେ ଉଠିଛି ପ୍ରଶ୍ନ ।
0 Comments