Header Ads Widget



BREAKING NEWS

6/recent/ticker-posts

ଦିବଙ୍ଗତ ନେତା ପ୍ରଦୀପ ମହାରଥୀ ଙ୍କ ର ତୃତୀୟ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ

                                                                        


 ପିପିଲି ;ଦିବଙ୍ଗତ ନେତା ପ୍ରଦୀପ ମହାରଥୀ ଙ୍କ ର ତୃତୀୟ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ ହୋଇଯାଇଛି । ତିଥି ଅନୁଯାୟୀ ଗତକାଲି ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ଙ୍କର ଶ୍ରାଦ୍ଧ ଦିବସ ଅନୁଷ୍ଠିତ ହୋଇଅଛି । ପିପିଲି ହୁଙ୍କେଇ ପୁର ଫାର୍ମ ହାଉସ ରେ  ଏହି     ଶ୍ରାଦ୍ଧ ଦିବସ ପାଳନ ଅବସରରେ ଶ୍ରୀ ମହାରଥୀ ଙ୍କ ସପରିବାର ,ବନ୍ଧୁ ପରିଜନ ଙ୍କ ସମେତ ପ୍ରଦୀପ ମହାରଥୀ ଙ୍କୁ ଭଲ ପାଉଥିବା   ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଅଵସର ରେ ଶ୍ରୀ ମହାରଥୀ ଙ୍କ ପରିବାର ପକ୍ଷରୁ ଅସହାୟ ଗରିବ ଲୋକଙ୍କୁ ଅନ୍ନ ଓ ବସ୍ତ୍ର ଦାନ କରାଯାଇ ଥିବା ବେଳେ  ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।।                                                                             


                                                                                                      ସୂଚନା ଥାଉକି ୧୯୫୫ ମସିହା ଜୁଲାଇ ୪ତାରିଖରେ ଜନ୍ମ ଗ୍ରହଣ କରିଥିବା ପ୍ରଦୀପ ମହାରଥୀ ୨୦୨୦ମସିହା ଅକ୍ଟୋବର ୪ତାରିଖରେ ମୃତ୍ୟୁ ବରଣ କରିଥିଲେ , ରାଜନୈତିକ ଜୀବନ ରେ ସେ ପିପିଲି ନିର୍ବାଚନ ମଣ୍ଡଳୀ ରୁ  ସାତ ଥର ବିଧାୟକ ହେବାର ସୌଭାଗ୍ୟ ଲାଭ କରିଥିବା ବେଳେ ପିପିଲି ର ସର୍ବାଙ୍ଗୀନ ବିକାଶ ରେ ସେ ଅନେକ କାର୍ଯ୍ୟ ସମ୍ପାଦନ କରିଥିଲେ । ତାଙ୍କର ଅକାଳ ବିୟୋଗ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଥିଲା ବେଳେ ଆଜି ମଧ୍ୟ ପିପିଲି ବାସୀ ଙ୍କ ହୃଦୟରେ ରହିଛନ୍ତି ଦିବଙ୍ଗତ  ନେତା ପ୍ରଦୀପ ମହାରଥୀ ।

                                                           

                                          

Post a Comment

0 Comments