ନିମାପଡ଼ା: ନିମାପଡ଼ା ରେ ବଦଳୁଛି ରାଜନୈତିକ ସମିକରଣ , ଶାସକ ଦଳ ହାତ ଛାଡି ବିରୋଧୀ କ୍ୟାମ୍ପ ରେ ଯୋଗ ଦେଉଛନ୍ତି ବିଜେଡି ନେତା ଓ କର୍ମୀ । ବିଜେଡିରୁ ୫୦ ରୁ ଉର୍ଦ୍ଧ୍ବ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ନିମାପଡା ନିର୍ବାଚନ ମଣ୍ଡଳୀ ତରଫରୁ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅବସରରେ ନିମାପଡା ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀ ଦିଲ୍ଲୀପ ନାୟକଙ୍କ ଉପସ୍ଥିତିରେ ବଳଙ୍ଗା ପଞ୍ଚାୟତର ୩ ନଂ,୧୦ ନଂ,୧୧ ନଂ ଓ୍ବାର୍ଡର ବିଜେଡି ୫୦ ରୁ ଉର୍ଦ୍ଧ୍ବକର୍ମୀମାନେ ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନୀତି-ଆଦର୍ଶ ଏବଂ ସୁଶାସନକୁ ପାଥେୟ କରି ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଥିବା କହିଛନ୍ତି , ଏହ କାର୍ଯ୍ୟକ୍ରମ ରେ ନିର୍ବାଚନ ମଣ୍ଡଳୀର ନେତା ଶ୍ରୀ ଦିଲ୍ଲୀପ ନାୟକ, ବିଜେପି ନେତା ରାଜିବ ପୃଷ୍ଟି ଙ୍କ ନେତୃତ୍ୱରେ ପଞ୍ଚାୟତ ସଭାପତି ପ୍ରଭାକର ମହାପାତ୍ର, ବଳଙ୍ଗା ପ୍ରଭାରୀ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ , , ନିମାପଡା ମଣ୍ଡଳ ସଭାପତି ମାନସ ପ୍ରଧାନ, ସଂଯୋଜକ ପ୍ରଦୀପ୍ତ ନାୟକ, ବଳଙ୍ଗା ମଣ୍ଡଳ ସଂଯୋଜକ ସନ୍ତୋଷ ରଥ , ନିରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତିରେ ନୂତନ କରି ମିଶିଥିବା କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଗତ କରିଥିଲେ .ଏତେ ସଂଖ୍ୟକ ବିଜୁ ଜନତା ଦଳର କାର୍ଯ୍ୟକର୍ତା ଭାରତୀୟ ଜନତା ପାର୍ଟି ରେ ମିଶିବା ଫଳରେ ଦଳ ଆହୁରି ଶକ୍ତିଶାଳୀ ଏବଂ ସଂଗଠିତ ହେବା ସହ ପାର୍ଟିର ଜନାଧାର ଆହୁରି ବୃଦ୍ଧି ପାଇବ ବୋଲି ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ପରେ ନିର୍ବାଚନ ମଣ୍ଡଳୀ ନେତା ଶ୍ରୀ ଦିଲ୍ଲୀପ ନାୟକ ଆଶା ପ୍ରକଟ କରିଛନ୍ତି ।
0 Comments