Header Ads Widget



BREAKING NEWS

6/recent/ticker-posts

ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଵଳଙ୍ଗା ଅଞ୍ଚଳରେ ପାଳିତ।

                                                    


ଵଳଙ୍ଗା: ଵଳଙ୍ଗା ଥାନା ଅନ୍ତର୍ଗତ ଉଚ୍ଛୁପୁର ପଞ୍ଚାୟତ ଅଧିନସ୍ଥ ଶେରଗଡ଼ ଵସ୍ତିଠାରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଵଳଙ୍ଗା ବିଜେପି ମଣ୍ଡଳ ସଭାପତି ପ୍ରସନ୍ନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ନିମାପଡ଼ା ବିଜେପି ର ବରିଷ୍ଠ ନେତା ଦିଲିପ ନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଗଙ୍ଗାଧର ଯେନା, ସଂଯୋଜକ ପ୍ରଦୀପ ନାୟକ, ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ,ସନ୍ତୋଷ ରଥ ଯୋଗଦେଇ ଭାଇଚାରା ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ନୂଆଗୋପାଳପୁର ଠାରେ ଏହି ପର୍ବରେ ବସ୍ତିର ସମସ୍ତ ଲୋକମାନେ ନୂଆ ବସ୍ତ୍ର ପରିଧାନ କରି ଖୁସି ମନାଇଥିଲେ।


Post a Comment

0 Comments