ନୂଆଦିଲ୍ଲୀ : ରବିବାର ଚଳିତ ଏସିଆ କପ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୁପର-୪ ମୁକାବିଲା ହେବ। ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳଙ୍କ ମଧ୍ୟରେ ଏହା ୨ୟ ମୁକାବିଲା। ଲିଗ୍ ମ୍ୟାଚ୍ରେ ବର୍ଷା ଯୋଗୁଁ ପାକିସ୍ତାନ ଇନିଂସ ଆରମ୍ଭ ହୋଇ ପାରିନଥିଲା। ଉକ୍ତ ମ୍ୟାଚ୍ରେ ଭାରତୀୟ ବ୍ୟାଟିଂର ସେହି ଦୁର୍ବଳତା ପଦାରେ ପଡ଼ିଥିଲା। ଭାରତୀୟ ଉପର ଅର୍ଡରକୁ ପାକିସ୍ତାନୀ ପେସ୍ ବାହିନୀ ଧ୍ବସ୍ତ କରିଥିଲେ।
ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସାହିନ୍ ଶାହା ଆଫ୍ରିଦି ବୋଲଡ୍ କରିଥିବା ବେଳେ ଶୁବ୍ମାନ ଗିଲ୍ ଓ ଶ୍ରେୟାସ ଆୟରଙ୍କୁ ହାରିସ୍ ରୌଫ୍ ଆଉଟ୍ କରିଥିଲେ। ଭଲ ପେସ୍ ଆକ୍ରମଣ ବିପକ୍ଷରେ ଭାରତୀୟ ଉପର ଅର୍ଡର ବିଫଳ ହେବା ନୂଆ ନୁହେଁ। ୨୦୧୭ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ବିପକ୍ଷରେ, ୨୦୧୯ ଦିନିକିଆ ବିଶ୍ବକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏବଂ ୨୦୨୧ ଟ୍ବେଣ୍ଟି୨୦ ବିଶ୍ବକପ୍ରେ ପାକିସ୍ତାନ ବିପକ୍ଷରେ ଏହା ଦେଖିବାକୁ ମିଳିଥିଲା। ତେଣୁ ଭାରତୀୟ ଦଳ ମ୍ୟାନେଜମେଣ୍ଟ ତା’ର ଉପରୋକ୍ତ ଦୁର୍ବଳତାର ସମାଧାନ କରିବାକୁ ଚାହିଁବ।
0 Comments