Header Ads Widget



BREAKING NEWS

6/recent/ticker-posts

ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ ଅଣ୍ଟା ଭିଡିଲେ ମହିଳା

                                                                    


ପିପିଲି-  ସାରା ଭାରତରେ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ ବିଭିନ୍ନ ସରକାରୀ ବେସରକାରୀ ସଚେତନତା କରାଯାଉଥିବା ବେଳେ  ପିପିଲି ବ୍ଲକ ପରିସରରେ ରୁଚିକା ସମାଜ ମଙ୍ଗଳ ସଂଗଠନ ସହ ପିପିଲି ବ୍ଲକ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ ସଚେତନତା ସଭା କାର୍ଯ୍ୟକମ ଅନୁଷ୍ଠିତ ହୋଇଯାଇଛି। ରୁଚିକା ସମାଜ ମଙ୍ଗଳ ସଂଗଠନ ମୁଖ୍ୟ ନିର୍ଦ୍ଦେଶକ ବେଣୁଧର ସେନାପତି ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ ଯୋଗଦେଇ ସମାଜ ମାଙ୍ଗଳିକ ଏହି କାର୍ଯ୍ୟକ୍ରମକୁ ବହୁ ପ୍ରସଂଶା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବିଡିଓ ରଶ୍ମିତା ନାଥ, ଏବିଡିଓ ଶୈଳବାଳା ତ୍ରୀପାଠୀ, ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ  ଧରଣୀଧର ସାହୁ, ଏନଏସି ଅଧ୍ୟକ୍ଷ ସେକ ବାବୁ, ସିଡିପିଓ ତପସ୍ୱିନୀ ସୁନା, ବିପିଏମ ପ୍ରମୋଦୀନି ବେହେରା,ପୁରୀ ଡିସିପିଓ ମନୋଜ କୁମାର ତ୍ରୀପାଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚିନ୍ମୟୀ ରଥ,ରୁଚିକା ସମାଜ ମଙ୍ଗଳ ସଂଗଠନର ସଂପାଦକ ଉମା ଶଙ୍କର ସଡଙ୍ଗୀ, ବିପିସି ସ୍ଵୟଂ ମିଶ୍ର, ଅଙ୍ଗନୱାର୍ଡ ସୁପର ଭାଇଜର ଶୁଶ୍ରୀ ସଂଗୀତା ସାମନ୍ତରାୟ ପ୍ରମୁଖ ଯୋଗଦେଇ ବାଲ୍ୟ ବିବାହ ମୁକ୍ତ ଭାରତ ଲକ୍ଷ ଉପରେ ମତବ୍ୟକ୍ତ ପ୍ରକାଶ କରିଥିଲେ । ଏହି ଅବସରରେ ପିପିଲି ବ୍ଲକ ପରିସରରୁ ଏକ ବିରାଟ ସଚେତନତା ଶୋଭାଯାତ୍ରା ପିପିଲି ବଜାର ଅଭିମୁଖେ ବାହାରିଥିଲା । ଏଥିରେ ଉପସ୍ଥିତ ଥିବା ବ୍ଲକ ବିଭିନ୍ନ ପଂଚାୟତରୁ ଆସିଥିବା ଅଙ୍ଗନୱାଡି କର୍ମୀ, ସୁପରଭାଇଜର, ଏମବିକେ, ବ୍ୟାଙ୍କମିତ୍ର, ସିଆର୍‌ପି ଶହ ଶହ ମହିଳା ମାନେ ଫ୍ଲା କାର୍ଡ ଧରି ବିଭିନ୍ନ ସଚେତନତା ସ୍ଲୋଗାନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।  ତେବେ ରୁଚିକା ସଂଗଠନର ପିପିଲି ସଂଯୋଜକ ହେମନ୍ତ କୁମାର ଦାଶଙ୍କ ସଂଯୋଜନାରେ ହୋଇଥିବା ବେଳେ ସଦସ୍ୟ କୃଷ୍ନଚନ୍ଦ୍ର ବେହେରା, ପ୍ରମୋଦ କୁମାର ବେହେରା, ହରପ୍ରୀୟା ଖଟୋଇ, ମମତା ମୟୀ ଦାଶ, ସୁପ୍ରୀୟା ମହାନ୍ତି, ପ୍ରକାଶ ପ୍ରଧାନ, ଅର୍ଚ୍ଚନା ମିଶ୍ର, ଲିପ୍ସା ପଟ୍ଟନାୟକ ,କେଶବ ସେନାପତି ପ୍ରମୁଖ ଙ୍କ ସହ ଖୋର୍ଦ୍ଧା ଜିଲ୍ଲା ସହଯୋଗୀ ସଦସ୍ୟ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


Post a Comment

0 Comments