Header Ads Widget



BREAKING NEWS

6/recent/ticker-posts

ନେହେରୁ ଯୁବ କେନ୍ଦ୍ର ଓ ପିପିଲି ଜାଗୃତି ସଂଗଠନ ପକ୍ଷରୁ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମ

                                                        



ପିପିଲି - ସାରା ଦେଶରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନକ୍ରମେ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ  ପିପିଲିରେ ମଧ୍ୟ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ଓ ପୁରୀ ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ  ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନ ର ସଭାପତି ପ୍ରଭାତ କୁମାର ମହାପାତ୍ର ଙ୍କ ନେତୃତ୍ବରେ ଶତାଧିକ ମହିଳା ପୁରୁଷ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଗାଁ ରୁ ସଂଗୃହିତ ପବିତ୍ର ମାଟି କଳସ ନେଇ ପିପିଲି ସଙ୍କଟମୋଚନ ହନୁମାନ ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରିଥିଲେ । ବିଭିନ୍ନ ସ୍ଳୋଗାନ ଦେଇ ପିପିିଲି ବଜାର ପରିକ୍ରମା କରି ପିପିିଲି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ଏହି ଶୋଭାଯାତ୍ରା ରେ ୧୦ଜଣ ଅବସରପ୍ରାପ୍ତ ସେନା କର୍ମଚାରୀ ପିପିଲି କଲେଜ ଛାତ୍ରଛାତ୍ରୀ,  ଜବାହର ବିଦ୍ୟାପୀଠ, ପିପିିଲି ହାଇସ୍କୁଲ ର ଏନସିସି , ସ୍କାଉଟ ଗାଇଡ ଛାତ୍ରଛାତ୍ରୀ, ସ୍ଥାନୀୟ ବୁଦ୍ଧିଜୀବୀ, ପିପିିଲି ଡାକ ବିଭାଗ କର୍ମଚାରୀ ଏବଂ ଆଖପାଖ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ ।  ଶୋଭାଯାତ୍ରା କୁ ପିପିିଲି ବିଡ଼ିଓ ରଶ୍ମିତା ନାଥ ସ୍ବାଗତ କରି ବ୍ଲକ ସଭାଗୃହ କୁ ନେଇ ଥିବା ବେଳେ ବ୍ଳକ ସଭାଗୃହ ରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ ହୋଇଥିଲା ।  ଜାଗୃତି ଯୁବ ସଂଗଠନର ସଭାପତି ପ୍ରଭାତ ମହାପାତ୍ରଙ୍କ ଅଧକ୍ଷତା ରେ ଆୟୋଜିତ ସଭାରେ ପିପିଲି ବିଡିଓ ରଶ୍ମିତା ନାଥ, ପିପିଲି ତହସିଲଦାର ପୁନମ ମହାପାତ୍ର ଏବଂ ପୁରୀ ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଯୁବ ସଂଯୋଜକ ଜୟ ଶଙ୍କର ଜୋଶୀ , ଇଂ ରମେଶ ଚନ୍ଦ୍ର ଶତପଥୀ, ସଂଗଠନ ଉପଦେଷ୍ଟା ବାମଦେବ ମିଶ୍ର, ସଂପାଦକ ବିଭୁନୀ ସାମନ୍ତରାୟ, ମନୋଜ ପ୍ରଧାନ ପ୍ରଫୁଲ୍ଲ ସାହୁ , ଏବଂ ଅନୁପ ପରିଡା ପ୍ରମୁଖ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ  ରାଷ୍ଟ୍ରୀୟ ଆହ୍ୱାନକୁ ସଫଳ କରିବା ପାଇଁ କହିଥିଲେ । ତେବେ ଏହି ଅବସରରେ ପାତଞ୍ଜଳୀ ତରଫରୁ ଯୋଗ ପ୍ରଦର୍ଶନ କରାଇଥିଲା । ଏହା ସହ ଅବସରପ୍ରାପ୍ତ ସୈନିକ ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସ୍ବତନ୍ତ୍ର ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଛୋଟ ଝିଅ ଓ ସ୍କୁଲ ଛାତ୍ରୀ ଙ୍କ ଦ୍ୱାରା ଯୋଗ ନୃତ୍ୟ ପ୍ରଦର୍ଶିତ କରାଯାଇଥିଲା ବେଳେ ବୀର ଓ ମାଟି ପାଇଁ ଏଭଳି ଉତ୍ସାଗୀକୃତ ଓ ସମ୍ମାନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଡିଓ, ତହସିଲଦାର ଏବଂ ବିଭିନ୍ନ ସଂଗଠନ ଓ ସମାଜସେବୀ ପ୍ରଶଂସା କରିଥିଲେ। 


Post a Comment

0 Comments