ପୁରୀ:ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପିପିଲି ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଜାତୀୟ ସେବା ଯୋଜନା ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସଦାଶିବ ଦାଶ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହ ପ୍ରାଧ୍ୟାପକ ଭବେଶ ପ୍ରସାଦ ତ୍ରିପାଠୀ, ଅଧ୍ୟାପକ ଡ଼ ସଚ୍ଚିକାନ୍ତ ନାୟକ,ଡ଼ ସଂଗ୍ରାମ କେଶରୀ ପରିଡା,କ୍ୟାପଟେନ ଆଦିତ୍ୟ ପ୍ରସାଦ ରଥ, ସନ୍ତୋଷ କୁମାର ରାଉତରାୟ, ବିପ୍ଳବ କେଶରୀ ସିଂହ ବିକାଶ କୁମାର ପ୍ରଧାନ,ପ୍ରମୋଦ କୁମାର ଦାସ, ଫିରୋଜ ଖାନ ଏବଂ ପିପିଲି ମହାବିଦ୍ୟାଳୟର ଛାତ୍ରଛାତ୍ର ମାନେ ଅଂଶଗ୍ରହଣ କରିଥିଲେ l ଆଗାମୀ ଦିନରେ ଆହୁରି ଗଛ ଲଗାଯାଇ କଲେଜ ପରିସରକୁ ସବୁଜିମା କରାଯିବ ବୋଲି ନୂତନ ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ l ଆଜିର ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ସହ ସରସ ସୁନ୍ଦର ଭାବରେ ପରିଚାଳନା କରିଥିଲେ ଯୁକ୍ତ ଦୁଇ ଜାତୀୟ ସେବା ଯୋଜନା ର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଜ୍ୟୋତି ରଂଜନ ସିଙ୍ଗରାୟନ ଏବଂ ଯୁକ୍ତ ତିନି ଜାତୀୟ ସେବା ଯୋଜନା ର ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସୁଶ୍ରୀ ସଂଗୀତା ପଶ୍ଚିମକବାଟ l ବିରୋ ରିପୋର୍ଟ ଦି ରୁରାଲନିୟୂଜଓଡ଼ିଆ
0 Comments