Header Ads Widget



BREAKING NEWS

6/recent/ticker-posts

ଏକ ବର୍ଷ ମଧ୍ୟରେ କଣ କଣ ?

ପିପିଲି;  ପିପିଲି ରେ ବିଜେପି ପାଳିଲା ଆର୍ଶୀବାଦ ବର୍ଷ ପୂର୍ତ୍ତି ଦିବସ । ଗତ ଏକ ବର୍ଷ ମଧ୍ୟରେ କଣ କଣ କରିଛନ୍ତି ତାର ହିସାବ ରଖିଲା ବିଜେପି। ପିପିଲି ବିଧାୟକ ଓ ପୁରୀ ସାଂସଦ ନିଜେ ଏଥିରେ ଉପସ୍ଥିତ ରହି ନିଜର ଓ ସରକାର ଙ୍କ ସଫଳତା ର ଗୁଣଗାନ କଲେ । ସେପଟେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ବିଜେପି ର ଆର୍ଶୀବାଦ ବର୍ଷ ପୂର୍ତ୍ତି ଦିବସ କୁ କଟାକ୍ଷ କରିଛି । ବିଜେଡି କହିଛି ଏହା ଆର୍ଶୀବାଦ ବର୍ଷ ପୂର୍ତ୍ତି ଦିବସ ନୁହେଁ ଏହା ଅଭିଶାପ ଦିବସ । ପିପିଲି ରେ ବିଜେପି ଏକ ବର୍ଷ ମଧ୍ୟରେ କଣ କରିଛି ବୋଲି ବିଜେପି କୁ ପ୍ରଶ୍ନ କରିଛି ବିଜେଡି ।  ପିପିଲି ର ବିକାଶ ରେ ବ୍ରେକ ଲାଗି ଯାଇଥିବା ଅଭିଯୋଗ ଆଣିଛି ବିଜେଡି। ନବୀନ ସରକାର ରେ ପିପିଲି ପାଇଁ ଯେଉଁ ସବୁ ଅନୁଦାନ ଦିଆଯାଇ ଥିଲା ସେହି ସବୁ କାମ ମଧ୍ୟ ଏବେ ସୁଦ୍ଧା ଆରମ୍ଭ ହୋଇ ପାରି ନଥିବା ବେଳେ ପୁରୁଣା କାମ ରେ ଫଳକ ଓ ରଙ୍ଗ   ପରିବର୍ତ୍ତନ କରି ନିଜ ସଫଳତା ଗୁଣ ବିଜେପି ଗାନ କରୁଛି ବୋଲି କହିଛି ବିଜେଡି । କେବଳ କହି ଦେଲେ ବିକାଶ ହୁଏ ନାହିଁ ବିକାଶ କେଉଁ ଠାରେ କରିଛ ବୋଲି ବିଜେପି କୁ ଉତ୍ତର ମାଗିଛି ବିଜେଡ଼ି । 

                            ବିଜେପି  ସରକାର ଙ୍କ  ଏହି ଏକ ବର୍ଷ ମଧ୍ୟରେ ପିପିଲି ରେ  ୧୫ ଗୋଟି ବେଆଇନ ବାଲି ଘାଟ ,ଡେଲାଙ୍ଗ ରେ ବେଆଇନ ପଥର ଓ ମୋରମ ଚାଲାଣ, ଦୁର୍ନୀତି,ଭଷ୍ଟ୍ରଚାର, ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ,ନାବାଳିକା ଅପହରଣ ,ଗର୍ଭବତୀ, ନାବାଳକ କୁ ହତ୍ୟା ଭଳି ଘଟଣା ବଢି ଚାଲିଥିବା ବେଳେ ସରକାରୀ କାର୍ଯ୍ୟାଳୟ ରେ ମହିଳା ଆର ଆଇ ଙ୍କୁ ଅସଦା ଚରଣ  ଭଳି ଘଟଣା  ପିପିଲି କୁ ନିନ୍ଦିତ କରିଥିବା ବେଳେ ନବୀନ ସରକାର ଙ୍କ ସମୟରେ ଥିବା ଗଛିତ ଅର୍ଥ କାମ ହୋଇ ନ ପାରି ଅର୍ଥ ଫେରୁଛି ବୋଲି ଅଭିଯୋଗ କରିବା ସହିତ ଏହି ଏକ ବର୍ଷ ମଧ୍ୟରେ ପୁରୀ ସାଂସଦ ଓ ସ୍ଥାନୀୟ ବିଧାୟକ ପିପିଲି  ଡେଲାଙ୍ଗ ର ବିକାଶ ପାଇଁ କେତେ ଅର୍ଥ ଦେଇଛନ୍ତି ବୋଲି ପ୍ରଶ୍ନ ରଖିଛି ବିଜେଡି । ସେପଟେ ବିଜେପି ଆର୍ଶୀବାଦ ଦିବସ ଓ ବିଜେଡିର କଟାକ୍ଷ ପରେ ଭୋଟର ଙ୍କ ନୀରବତା ଅନେକ କଥା କହୁଛି ।

Post a Comment

0 Comments