Header Ads Widget



BREAKING NEWS

6/recent/ticker-posts

ଠାକୁରଙ୍କ ଅଧର ପଣା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ହାଣ୍ଡି ।

       
 ପୁରୀ ; ମହାପ୍ରଭୁଙ୍କ ଅଧରାମୃତ ପାନ କରିବେ ରଥ ପାର୍ଶ୍ବ ଦେବାଦେବୀ ଓ ଚଣ୍ଡୀ ଚାମୁଣ୍ଡା। ଦ୍ବାଦଶୀ ତିଥିରେ ଶ୍ରୀବିଗ୍ରହଙ୍କ ଅଧର ଛୁଉଁଥିବା ତୁମ୍ଭାକାର ମାଟିହାଣ୍ଡିରେ ପଣା ଭୋଗ ପରେ ଅଶରୀରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ। ମହାପ୍ରଭୁଙ୍କ ଅଧର ସ୍ପର୍ଶ କରୁଥିବାରୁ ଏହି ପଣାକୁ ଭକ୍ତମାନେ ମଧ୍ୟ ପ୍ରସାଦ ଭାବେ ପାଇଥାଆନ୍ତି। ରଥାରୂଢ଼ ଶ୍ରୀବିଗ୍ରମାନଙ୍କ ଅଧର ପର୍ଯ୍ୟନ୍ତ ହାଣ୍ଡିରେ ପଣା ଭର୍ତ୍ତି ହେଉଥିବାରୁ ଏହାକୁ ଅଧରପଣା କୁହାଯାଏ ବୋଲି ଗବେଷକମାନେ ମତ ଦିଅନ୍ତି। ପ୍ରତିରଥରେ ତିନିଟି କରି ୯ଟି ହାଣ୍ଡି ଭୋଗ ହୁଏ। ପାଳିଆ ପୂଜାପଣ୍ଡା ପଞ୍ଚୋପଚାରରେ ପୂଜା କରିଥାଆନ୍ତି।

ମହାପ୍ରଭୁଙ୍କ ଅଧର ସ୍ପର୍ଶ ପଣା ହାଣ୍ଡି ଭୋଗ ହେବା ପରେ ଭଙ୍ଗାଯିବାର ପରମ୍ପରା ଅନନ୍ୟ। ଜନଶ୍ରୁତି ଅନୁଯାୟୀ ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗ ହୋଇ ରଥର ପାର୍ଶ୍ବ ଦେବଦେବୀ ଓ ଅନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କ ପାଇଁ ଅଧର ହାଣ୍ଡି ଭଙ୍ଗା ଯାଇଥାଏ। ଗବେଷକ ଙ୍କ  ମତାନୁଯାୟୀ ଅଶରୀରୀ ତଥା ପତିତମାନଙ୍କ ଉଦ୍ଧାର ଉଦ୍ଦେଶ୍ୟରେ ଏହି ଅଧର ହାଣ୍ଡି ଭଙ୍ଗା ପରମ୍ପରା ପ୍ରଚଳିତ। ସେମାନଙ୍କ ପାଇଁ ସମର୍ପଣର ପ୍ରଥା ନାହିଁ। ତେଣୁ ପଣା ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଏ। ଯଦିଓ ବହୁ ଭକ୍ତ ମହାପ୍ରଭୁଙ୍କ ଅଧର ଛୁଇଁଥିବା ଏହି ପଣାକୁ ପ୍ରସାଦ ରୂପେ ପାଇଥାଆନ୍ତି, କିନ୍ତୁ ଅନେକ ସେବକ ତଥା ସ୍ଥାନୀୟ ଜନସାଧାରଣ ଅଧର ପଣା ସେବନ କରନ୍ତି ନାହିଁ
      


ଅଧର ପଣା ଲାଗି ହେବା ପରେ ରଥର ପାର୍ଶ୍ୱଦେବଦେବୀ ଓ ଅଶରୀରଙ୍କ ଲାଗି ଭଙ୍ଗାହେବ ଅଧର ହାଣ୍ଡି । ରଥଯାତ୍ରାରେ ଦ୍ୱାଦଶୀ ତିଥିରେ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଠାକୁରଙ୍କ ଅଧର ପଣା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ହାଣ୍ଡି । କ୍ଷୀର, ଛେନା, କର୍ପୁର, ଗୁଜୁରାତି ଆଦି କେତେ ପ୍ରକାର ଜିନିଷ ପଡି ପ୍ରସ୍ତୁତ ହୋଇଥାଏ ଏହି ଅଧରପଣା ।

ତିନି ଠାକୁରଙ୍କ ସାମ୍ନାରେ ୩ଟି ଲେଖାଏ ହାଣ୍ଡି ପଣା ଭୋଗ ହେବ । ପଣା ଭୋଗ ପରେ ଏହି ହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯିବାର ପରଂପରା ରହିଛି।

Post a Comment

0 Comments