ଭୁବନେଶ୍ବର : ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା
ଆସନ୍ତା କାଲି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ବିଜେଡିର ୧୨ ଘଣ୍ଟିଆ ହରତାଳର ଡାକରା ଦେଇଛି । ରାଜ୍ୟରେ ନାରୀ ନିର୍ଯାତନା ଘଟଣା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଦେଖଣାହାରୀ ସାଜିଛନ୍ତି ।
ସରକାର ପାଇଁ ଘରୁ ବାହାରିବାକୁ ଡରୁଛନ୍ତି ମହିଳା ବୋଲି ବିଜେଡ଼ି ଅଭିଯୋଗ କରିଛି
ରାଇଘର ଡୁମରିମୁଣ୍ଡା ନର୍ସିଂ ଛାତ୍ରୀର ମୃତ୍ୟୁକୁ ତୀବ୍ର ନିନ୍ଦା କରୁଛି ବିଜୁ ଜନତା ଦଳ । ଏହି ସରକାର ଓଡ଼ିଶାରେ ନାରୀକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ବିଜେଡ଼ି ପୁନର୍ବାର ଅଭିଯୋଗ କରିଛି । ପ୍ରତିଦିନ ନାରୀ ନିର୍ଯାତନା ଘଟଣା ଉଦବେଗଜନକ ଭାବେ ବୃଦ୍ଧି ପାଉଛି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ତୁରନ୍ତ ଦିଅନ୍ତୁ ବୋଲି ବିଜେଡି ଦାବୀ ରଖିଛି। ଏହା ସହିତ ରାଇଘର ନର୍ସିଂ ପୀଡ଼ିତାକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବା ପାଇଁ ବିଜୁ ଜନତା ଦଳ ଦାବି କରୁଛି । ଯେତେଦିନ ପର୍ଯ୍ୟନ୍ତ ଏହି ରାଜ୍ୟରେ ନାରୀ, ଛାତ୍ରୀ, ନାବାଳିକା ସୁରକ୍ଷିତ ହେବେ ନାହିଁ, ବିଜେଡି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସାରା ରାଜ୍ୟରେ ଆନ୍ଦୋଳନ ବ୍ୟାପକ କରିବ ବୋଲି ଚେତାଇ ଦେଇଛି ।
ରାଇଘର ବ୍ଲକବାସୀଙ୍କୁ ନବରଙ୍ଗପୁର ବିଜେଡି ତରଫରୁ ଅନୁରୋଧ କରାଯାଉଛି କି ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ହରତାଳକୁ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ । ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ଦୋକାନ, ବଜାର, ଯାନବାହନ ଚଳାଚଳ, ସ୍କୁଲ୍, କଲେଜ କୁ ୧୨ ଘଣ୍ଟିଆ ହରତାଳରେ ସାମିଲ ହେବାକୁ ଅନୁରୋଧ କରାଯାଉଛି । ଏହି ହରତାଳ ସମୟରେ ଜରୁରୀକାଳୀନ ସେବା ବ୍ୟାହତ ହେବ ନାହିଁ ବୋଲି ନବରଙ୍ଗପୁର ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।
0 Comments