Header Ads Widget



BREAKING NEWS

6/recent/ticker-posts

ରାଜଧାନୀ ରେ କୁକୁଡ଼ା ଚାଷୀ କରିବେ ଆନ୍ଦୋଳନ,ଡେଲାଙ୍ଗ ରେ ସାମୟିକ ସ୍ଥଗିତ।

      
ପୁରୀ: (ଡେଲାଙ୍ଗ) ଆଉ ଡେଲାଙ୍ଗ ରେ ନୁହେଁ ରାଜ୍ୟ ରାଜଧାନୀ ରେ ହେବ  କୁକୁଡ଼ା ଚାଷୀ ର ଆନ୍ଦୋଳନ । ଆନ୍ଦୋଳନ କୁ ତ୍ରିବ କରାଯିବ ,ସରକାର ଙ୍କ ଉପରେ ଚାପ ପକାଯିବ । କେବଳ ଚାଷୀ   ଆନ୍ଦୋଳନ କରି ସରକାର ଙ୍କ ଉପରେ ଚାପ ପକାଇ ବାକୁ ଚେଷ୍ଟା କରୁଥିଲେ  ଏବେ  କୁକୁଡ଼ା ଚାଷୀ ଙ୍କ ପାଇଁ ଚାପ ପକାଇବେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ । 
       ଦୀର୍ଘ ୧୫ ଦିନ ଧରି ଡେଲାଙ୍ଗ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଧାରଣା ଦେଇଥିଲା ଡେଲାଙ୍ଗ କୁକୁଡ଼ା ଚାଷୀ । ଅଭିଯୋଗ ଥିଲା କ୍ଷତିଗ୍ରସ୍ତ ଚାଷୀ ଙ୍କୁ ସରକାରୀ ସହାୟତା ପ୍ରଦାନ , ମାତ୍ର ସରକାରୀ ଅଧିକାରୀ କି ସରକାର ଏ ନେଇ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ଚୁପ ରହିଥିଲେ । ୧୫ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ କାରୀ ଚାଷୀ ଧାରଣା ଦେଇଥିବା ବେଳେ ଆଜି ଡେଲାଙ୍ଗ ରେ ପହଞ୍ଚି ଥିଲେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ । ବିଜେଡ଼ି, ଏନ୍ସିପି, RJD, ସିପିଆଇ, ସିପିଆଇ ଲିବରଶନ,ଫରୱାର୍ଡ ବ୍ଲକ ର ରାଜ୍ୟ ନେତୁତ୍ବ ମାନେ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଚାଷୀ ମାନଙ୍କୁ ବୁଝାସୁଝା କରିଥିଲେ। ଆନ୍ଦୋଳନ ଆଉ ଡେଲାଙ୍ଗ ରେ ନୁହେଁ ଏହାକୁ ରାଜ୍ୟ ବ୍ୟାପି କରାଯିବ ଚାଷୀ ଙ୍କ ଆନ୍ଦୋଳନ ରେ ବିରୋଧୀ ଦଳର ନେତୁତ୍ବ ମାନେ ସାମିଲ ହୋଇ ରାଜ୍ୟ ସରକାର ଙ୍କୁ କୁକୁଡ଼ା ଚାଷୀ ମାନଙ୍କ ପାଇଁ ସ୍ଵତନ୍ତ୍ର ଆଇନ ପାଇଁ ସୁପାରିଶ କରାଯିବ,ଆବଶ୍ୟକ ପଡ଼ିଲେ ଚାଷୀ ଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ୧୫ ଦିନ ଧରି ଚାଲିଥିବା ଆନ୍ଦୋଳନ କୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା । 
      https://youtu.be/6GUX4zfnO5U?si=DhMGcpSv15Xeyu5-

ଏହି ଆନ୍ଦୋଳନ ର ନେତୁତ୍ବ ନେଉଥିବା ଚାଷୀ ନେତା ଅଶୋକ ପ୍ରଧାନ ଓ ଚାଷୀ ମାନେ ଏହି ଆନ୍ଦୋଳନ କୁ ସାମୟିକ ଭାବେ ସ୍ଥଗିତ ରଖାଯିବା ଘୋଷଣା କରିଥିଲେ । ଆଜିର ଏହି ଆନ୍ଦୋଳନ ରେ ବିଜେଡ଼ି ପକ୍ଷରୁ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ ଓ ଉପାଧ୍ୟକ୍ଷ  ଦୁର୍ବଶା ନିଶାଙ୍କ ପ୍ରତିନିଧିତ୍ବ କରିଥିବା ବେଳେ ସିପିଆଇ ଏମଏଲ   ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ,ସିପିଆଇ ନେତା ,ରାଜ୍ୟ ସମ୍ପାଦକ ଫ୍ରୱାର୍ଡ ବ୍ଲକ  ଜ୍ୟୋତି ରଞ୍ଜନ ମହାପାତ୍ର,ଆରଜେଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର, ଏନ୍ସିପି  ରାଜ୍ୟ ସ୍ୱଭାପତିବ ବିକ୍ରମ ସ୍ବାଇଁ, ସମତା କାନ୍ତି ଦଳ ସାଧାରଣ ସମ୍ପାଦକ ପ୍ରଭାସ ସାମନ୍ତ ରାୟ ପ୍ରମୁଖ ଏହି ଧାରଣା ରେ ନିଜକୁ ସାମିଲ କରିଥିଲେ । ବିରୋ ରିପୋର୍ଟ ଦି ରୁରାଲ ନିୟୁଜ ଓଡ଼ିଆ।

Post a Comment

0 Comments