Header Ads Widget



BREAKING NEWS

6/recent/ticker-posts

ତଦନ୍ତକୁ ବାଟବଣା କରିବା ଉଦେ୍ଦଶ୍ୟରେ ଆଇଜିଙ୍କୁ ଛୁଟିରେ ପଠାଇଲେ ସରକାର : ବିଜେଡ଼ି ।


ଭୁବନେଶ୍ବର : ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ଶାସକ ଦଳର ସମ୍ପୃକ୍ତି ଧରାପଡ଼ିଯିବା ଭୟରେ ଆଇଜିଙ୍କୁ ତଦନ୍ତରୁ ଅନ୍ତର କଲେ ସରକାର :  ଏଭଳି ଅଭିଯୋଗ ଆଣିଲା ବିଜେଡ଼ି।
ତଦନ୍ତକୁ ବାଟବଣା କରିବା ଉଦେ୍ଶ୍ୟରେ ଆଇଜିଙ୍କୁ ଛୁଟିରେ ପଠାଇଲେ ସରକାର  ବୋଲି ଅଭିଯୋଗ କରିବା ସହିତ  ଏବିଭିପି ସଦସ୍ୟଙ୍କ ଗିରଫର ୨୪ ଘଣ୍ଟା ମଧ୍ୟରେ ଆଇଜି ଗଲେ ଛୁଟିରେ ବୋଲି ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ବିଜେଡ଼ି କହିଛି ।
।  ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ ଦାୟିତ୍ୱରେ ଥିବା ଆଇଜି ଏସ୍. ସାଇନି ହଠାତ୍ ଛୁଟିରେ ଯିବା ଓ ତାଙ୍କ ସ୍ଥାନରେ ଅନ୍ୟ ଏକ ଅଧିକାରୀଙ୍କୁ ସ୍ଥାନିତ କରିବା ନିଷ୍ପତ୍ତିକୁ ନେଇ ତଦନ୍ତ ବାଟବଣା ହେବାର ସଂଦେହ ସୃଷ୍ଟି ହୋଇଛି । ଏବିଭିପିର ୨ ସଦସ୍ୟଙ୍କୁ ଗିରଫର ୨୪ ଘଣ୍ଟା ମଧ୍ୟରେ ସାଇନି ଦାୟିତ୍ୱରୁ ଅପସରି ଯିବା ସମଗ୍ର ରାଜ୍ୟବାସୀଙ୍କ ମନରେ ସଂଦେହ ସୃଷ୍ଟି ହୋଇଛି । ଏବିଭିପି ଓ ଶାସକ ଦଳର ସମ୍ପୃକ୍ତି ସାର୍ବଜନୀନ ହେବା ଭୟରେ ସରକାରଙ୍କ ନିର୍ଦ୍ଦେଶ ରେ ଏହି କାର୍ଯ୍ୟ ହୋଇଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।
       ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାର ଓ ସାଧାରଣ ସମ୍ପାଦକ ତଥା ବିଧାୟକ ଶ୍ରୀ ଗୌତମବୁଦ୍ଧ ଦାସ କହିଛନ୍ତି ଯେ, ପ୍ରଥମରୁ ବାଲେଶ୍ୱର ପୋଲିସ୍କୁ କ୍ଲିନ୍ଚିଟ୍ ଦେଇଥିବା କ୍ରାଇମବ୍ରାଞ୍ଚ ଡିଜି ପରବର୍ତ୍ତୀ ସମୟରେ ଆଇଜି ଏସ୍. ସାଇନିଙ୍କୁ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲେ । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଏବିଭିପିର ସମ୍ପୃକ୍ତି ବାବଦରେ କ୍ରାଇମବ୍ରାଞ୍ଚ ଖୁଲାସା କରିବା ସହ ଏବିଭିପିର ୨ ଜଣ କର୍ମକର୍ତ୍ତାଙ୍କୁ ଗିରଫ କରିଥିଲା । ଏହି ଗିରଫଦାରୀ ପରେ ଏବିଭିପି ଓ ବିଜେପିର କୁତ୍ସିତ ଚେହେରା ପଦାକୁ ଆସିଥିଲା । ଏଥିରେ ଆହୁରି କିଛି ଏବିଭିପି ସଦସ୍ୟ ଓ ବିଜେପିର ନେତାମାନଙ୍କ ସମ୍ପୃକ୍ତି ରହିଛି ବୋଲି ସଂଦେହ ପ୍ରକାଶ ପାଇଥିଲା । ତଦନ୍ତ ଆଗକୁ ବଢ଼ିଲେ ଏବିଭିପି ଓ ବିଜେପିର ନେତାଙ୍କ ସମ୍ପୃକ୍ତି ପଦାକୁ ଆସିବାର ଭୟ ଥିବାରୁ ଏସ୍. ସାଇନିଙ୍କୁ ତଦନ୍ତ ପ୍ରକିୟା ରୁ ଅନ୍ତର କରାଯାଇଛି ବୋଲି ଡ଼ ସାମନ୍ତସିଂହାର ଅଭିଯୋଗ କରିଥିଲେ ।
        ବିଧାୟକ ଶ୍ରୀ ଦାସ କହିଥିଲେ, ବିରୋଧୀ ଦଳ ଏବଂ ଗଣମାଧ୍ୟମର ଚାପରେ, ଘଟଣାର ୨୨ ଦିନ ପରେ ୨ ଜଣ ଏବିଭିପି କର୍ମକର୍ତ୍ତାଙ୍କୁ ୩ ତାରିଖ ରାତିରେ ଗିରଫ କରାଯାଇଥିଲା । ଏହାର ୨୪ ଘଣ୍ଟା ମଧ୍ୟରେ ଏସ୍. ସାଇନି ଛୁଟିରେ ଯାଇଥିଲେ । ଏହାପରେ ସ୍ପଷ୍ଟ ହୋଇଛି ଯେ, ଘଟଣାରେ ବିଜେପିର ବଡ଼ ନେତାଙ୍କ ସମ୍ପୃକ୍ତି ଖୁଲାସା ହେବା ଆଶଙ୍କାରେ ସରକାର ଭୟଭୀତ ହୋଇ ଏଭଳି ଷଡ଼ଯନ୍ତ୍ର କରିଛନ୍ତି । ତେଣୁ ସୌମ୍ୟାଶ୍ରୀ ମୃତ୍ୟୁ ଭଳି ଗୋଟିଏ ସମ୍ବେଦନଶୀଳ ଘଟଣାରେ ଅଚାନକ ତଦନ୍ତ ଅଧିକାରୀଙ୍କୁ ଛୁଟିରେ ପଠାଇ ତାଙ୍କ ସ୍ଥାନରେ ଅନ୍ୟ ଜଣେ କନିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କେଉଁ ସ୍ୱାର୍ଥରେ କରାଯାଇଛି, ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିଜେଡି ଲଢ଼େଇ ଜାରି ରଖିବ ବୋଲି ଶ୍ରୀ ଦାସ କହିଥିଲେ ।

Post a Comment

0 Comments