Header Ads Widget



BREAKING NEWS

6/recent/ticker-posts

ରାବଣ ପୋଡ଼ି ପାଇଁ ପ୍ରସ୍ତୁତି ବୈଠକ।

      
ପୁରୀ (ପିପିଲି): ସଚେତନ ନାଗରିକ ମଞ୍ଚ, ପିପିଲି ଆନୁକୁଲ୍ୟରେ ୧୧ତମ ରାବଣ ପୋଡ଼ି ମହୋତ୍ସବ -୨୦୨୫ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ନିଳକଣ୍ଠେଶ୍ୱର୍ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇଯାଇଛି ।
    ରାବଣ ପୋଡ଼ି ମହୋତ୍ସବର ସଭାପତି ଆଇନଜୀବୀ ସୁରେଶ କୁମାର ରଥ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକ ରେ ଚଳିତ୍ ବର୍ଷ କିଭଳି ରାବଣ ପୋଡ଼ି କାର୍ଯକ୍ରମ ଆୟୋଜିତ ହେବ ସେ ନେଇ ବିସ୍ତୃତ ଆଲୋଚନା କରଯାଇଥିଲା।ଏହି ବୈଠକ ରେ ରାବଣ ପୋଡ଼ି ମହୋତ୍ସବ
 ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଭଗବାନ ସେଠୀଙ୍କ ସମେତ ବିଘ୍ନେସ ଦାସ,ଗୌରାଙ୍ଗ ଚରଣ ମହାନ୍ତି, ସମ୍ପାଦକ ସୁଦାମ ଖୁଣ୍ଟିଆ, କୋଷାଧ୍ୟକ୍ଷ ଲାଲ ବ୍ରଜବିହରି ପ୍ରାସାଦ ରାୟ,ପ୍ରମିଳା ପଣ୍ଡା, ବିଭୂତି ଭୂଷଣ ବେହେରା,ସୁରେନ୍ଦ୍ର ନାଥ ବେହେରା, ଗୁଣନିଧି ମାଂଝୀ,ଶାନ୍ତିଲତା ସିଂହ, ହୁଲାସ ସାହୁ, ପ୍ରଦୀପ ମିଶ୍ର,ନରେଶ ଦାସ,ସଞ୍ଜୟ କୁମାର ଦାସ, ସୁଶାନ୍ତ ଦାସ , ଲାଲା ବ୍ରଜ ବିହାରୀ ପ୍ରସାଦ ରାୟ
ପ୍ରମୁଖ ଯୋଗ ଦେଇଥିଲେ ।
    
      ଏହି ବର୍ଷ ରାବଣ ପୋଡ଼ି କାର୍ଯକ୍ରମ ରେ ସାଂସ୍କୃତିକ କାର୍ଯ୍ୟକ୍ରମ - ରିମଝିମ୍ ମେଲୋଡି,ବାଦାମବାଡି,କଟକ କୁ ଜନସାଧାରଣ ଙ୍କ ମନୋରଂଜନ ପାଇଁ ଅନୁଷ୍ଠାନ ପକ୍ଷରୁ ଯୋଗାଇ ଦେବାକୁ ସ୍ଥିର କରାଯାଇଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

Post a Comment

0 Comments