ପୁରୀ : (ପିପିଲି )ଦେଶରେ ବିରୋଧ ଦଳ ନେତା ରାହୁଲ ଗାନ୍ଧୀ ଙ୍କ ଆହ୍ବାନ କ୍ରମେ ସାରା ଦେଶରେ ଭୋଟ୍ ଚୋରୀ କୁ ନେଇ ଦସ୍ତଖତ ଅଭିଯାନ ଚାଲିଥିବା ବେଳେ ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ସାରା ରାଜ୍ୟ ରେ କଂଗ୍ରେସ ପକ୍ଷରୁ ଭୋଟ ଚୋରୀ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଗତ ୨୨ ସେପ୍ଟେମ୍ବର ଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ରହିଥିବା ବେଳେ ଆଜି ଏହି ଦସ୍ତଖତ ଅଭିଯାନକୁ ନେଇ ପିପିଲି ହାଟ ଛକ ଠାରେ ସଭାର ଆୟୋଜନ ହୋଇଥିଲା । ପୁରୀ ଜିଲ୍ଲା ସଭାପତି ରାଜେଶ କୁମାର ମିଶ୍ର ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପିସିସି ସଭାପତି ଭକ୍ତ ଚରଣ ଦାସ, ରାଜ୍ୟ ସେବା ଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ପିପିଲି ବିଧାୟକ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ଯୋଗଦେଇ ଦେଶରେ ଭୋଟ ଚୋରୀ କୁ ନେଇ ବିଜେପି ସରକାର ଙ୍କୁ କଟାକ୍ଷ କରିଥିଲେ। ରାଜ୍ୟ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ସହ ମହିଳା ମାନେ ଅସୁରକ୍ଷିତ ହୋଇଛନ୍ତି । ଏଠି ଚାକିରି , ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ସବୁ କିଛି ଚୋରୀ ହୋଇଯାଉଛି ,ତେବେ ଗଣତନ୍ତ୍ର କୁ ବଞ୍ଚାଇବା ପାଇଁ ଏହି ଅଭିଯାନରେ ସମସ୍ତେ ସାମିଲ ହେବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ରାଜ୍ୟ ରେ ସାଧାରଣ ଲୋକ ସାମାଜିକ ନ୍ୟାୟ ପାଇବାରେ ବଞ୍ଚିତ ଥିବା ବେଳେ ଚାଷୀ ମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଅଗଣତାନ୍ତ୍ରିକ ଭାବେ ଶାସନ କରୁଥିବା ସରକାରଙ୍କୁ ଜବତ ଦେବାର ସମୟ ଆସିଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମ ଏନ୍ଏସି କଂଗ୍ରେସ ସଭାପତି ଅନ୍ତର୍ଯ୍ୟାମୀ ଦିକ୍ଷୀତ , ଡେଲାଙ୍ଗ ବ୍ଲକ୍ ସଂଯୋଜକ ନିର୍ମଳ ପରିଡ଼ାଙ୍କ ସଂଯୋଜନାରେ ହୋଇଥିବା ବେଳେ ଅଂଚଳର ଭୋଟ ଚୋରୀ ଦସ୍ତଖତ ଅଭିଯାନ ପତ୍ର କୁ ଉଭୟ ପିସିସି ସଭାପତି ଙ୍କୁ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ କଂଗ୍ରେସ ବରିଷ୍ଠ ନେତା ଗୁଣନିଧି ପ୍ରଧାନ, ଛାତ୍ର କଂଗ୍ରେସ ସଭାପତି ମହମ୍ମଦ ଇସ୍ରୋର, ଇମତାଜ୍ ଅଲ୍ଲୀ ଖାଁ, ଯୁବ ନେତା ରଜନୀ କାନ୍ତ ବସ୍ତିଆ ଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ।
0 Comments