Header Ads Widget



BREAKING NEWS

6/recent/ticker-posts

ପିପିଲି ମିଡ଼ିଆ ୟୁନିୟନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ।


ପୁରୀ:  ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ରକ୍ଷାକାରୀ । ଗଣମାଧ୍ୟମ ବିନା ସାଧାରଣ ଲୋକେ ସୁଶାସନ ପାଇବାରୁ ବଂଚିତ ହୁଏ । ଗଣମାଧ୍ୟମ ଯେତେବେଳେ ଚାପଗ୍ରସ୍ତ ହୁଏ ତେବେ ଦୁର୍ନୀତି ଓ କୁଶାସନ ଅଗ୍ରସର ଭାବେ ବୃଦ୍ଧି ପାଏ। ଯଦି ଗଣମାଧ୍ୟମ ଚାପଗ୍ରସ୍ତ ଠାରୁ ଦୁରରେ ରୁହେ ସେତେବେଳେ ଗଣମାଧ୍ୟମ ଅସୁରକ୍ଷିତ ହୋଇ ବିଭିନ୍ନ ସମସ୍ୟା ପଡ଼ିଥାଏ ।  ତେବେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସୁରକ୍ଷା ପ୍ରତି  ସରକାର ଙ୍କ ଦାଇତ୍ୱବୋଧ ରହିବା ଆବଶ୍ୟକ ବୋଲି ଆଜି ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଅତିଥିମାନେ ମତ ପ୍ରକାଶ କରିଥିଲେ ।  ପିପିଲି ମିଡ଼ିଆ ୟୁନିୟନ ପକ୍ଷରୁ ଆଜି ପିପିଲି ହାଟଛକ ଠାରେ  ଆୟୋଜିତ ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ  ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ଵର ବେହେରା ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ  ପିପିଲିର ପୂର୍ବତନ ବିଧାୟକ  ରୁଦ୍ର ପ୍ରତାପ ମହାରଥୀ, ପିପିଲି ବ୍ଳକ ଅଧ୍ୟକ୍ଷା ଦେବସ୍ବିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ବାଇଁ, ପିପିଲି ଏନ୍ଏସି ଅଧ୍ୟକ୍ଷ ସେକ ବାବୁ, ଉପାଧ୍ୟକ୍ଷା ଭାଗ୍ୟବତୀ ମହାରଣା, ସମାଜସେବୀ ପୁର୍ଣ୍ଣଚନ୍ଦ୍ର ସାହୁ, କଂଗ୍ରେସ ନେତ୍ରୀ ନିରୁପମା ପାତ୍ର, ସିଦ୍ଧେଶ୍ୱର ଦେବ ବ୍ୟବସାୟୀ ସଂଘ ସଭାପତି ଧିରେନ୍ଦ୍ର ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ ପ୍ରମୁଖ ଯୋଗ ଦେଇ ସାମ୍ବାଦିକମାନେ ନିରପେକ୍ଷ, ନ୍ୟାୟସଂଗତ ଓ ନିର୍ଭରେଯାଗ୍ୟ ସମ୍ବାଦ ପରିବେଷଣ କରିବା ସାଙ୍ଗକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ,ସାମାଜିକ ଓ ଅର୍ଥନୈତିକ ଘଟଣା ଉପରେ ସଠିକ ଢଙ୍ଗରେ ଉପସ୍ଥାପନ କରିବା ଜରୁରୀ ବୋଲି କହିଥିଲେ।
   
ଏହି ଅବସରରେ ପିପିଲିରେ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବେ  ଖବରକାଗଜ ବିତରଣ କରୁଥିବା ବରିଷ୍ଠ ବିତରକ ଚିତ୍ରସେନ ଦିକ୍ଷୀତ ଙ୍କୁ ସଂଘ ପକ୍ଷରୁ ପିପିଲି ସେବା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ  ପିପିଲି ଗୈାରବ ଭାବରେ ଓଏଏସ ସଫଳତା ହାସଲ କରିଥିବା ପିପିଲି ର ଲୋପା ମୁଦ୍ରା ପ୍ରଧାନ ଓ ରାଜ୍ୟ ସ୍ତରରେ ସ୍ଵର୍ଣ୍ଣ ପଦକ ବିଜେତା  ଦୀପଶିକ୍ଷା ଦାସ ଙ୍କ ସହ  ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ପ୍ରତିଭାମାନଙ୍କୁ ସଭା ମଂଚରେ  ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । 
  
 କାର୍ଯ୍ୟକ୍ରମକୁ  ସଂଘ ର ସଭାପତି ମନୋରଞ୍ଜନ ମହାପାତ୍ର ଙ୍କ ସଭାପତିତ୍ୱରେ ହୋଇଥିବା ବେଳେ ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ମହାପାତ୍ର ମଂଚ ପରିଚାଳନା କରିଥିଲେ। ସାଧାରଣ ସଂପାଦକ ଦେବାଶିଷ ସିଂରାୟନ୍ ଅତିଥି ପରିଚୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ସଂଘ ର ସହ ସମ୍ପାଦକ ସଞ୍ଜୟ କୁମାର ପ୍ରଧାନ ଅତିଥି ମାନଙ୍କୁ ଧନ୍ୟବାଦ୍ ଦେଇଥିବା ବେଳେ ମଂଚ ପରିଚାଳନା ରେ ମୁଖ୍ୟ ସହଯୋଗୀ ଭାବେ ସକ୍ରିୟ ସଦସ୍ୟ ବାପୁ ବେହେରା କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଅବସରରେ ସଂଘର ସମସ୍ତ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  ସଂଘ ର ସମସ୍ତ ସଭ୍ୟ ମାନେ ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Post a Comment

0 Comments