Header Ads Widget



BREAKING NEWS

6/recent/ticker-posts

ସିଡ୍ୟୁଲ୍ ରେଟ୍ ରେ ହେବ ଠିକାଦାରୀ। ପିପିଲି ରେ ମେଳି ବାନ୍ଧିଲେ ଠିକାଦାର।

  
ପିପିଲି : ପୁରୀ ଜିଲ୍ଲା ଠିକାଦାର ମହାସଙ୍ଘ ପିପିଲି ନିର୍ବାଚନ ମଣ୍ଡଳୀ ସବ କମିଟି ର ଏକ ଗୁରୁତ୍ଵ ପୂର୍ଣ୍ଣ ବୈଠକ ପିପିଲି ଇନ୍ଦିରା ମଇଦାନ ରେ ଅନୁଷ୍ଠିତ ହୋଇ ଯାଇଛି । ପୁରୀ ଜିଲ୍ଲା ଠିକାଦାର ମହାସଙ୍ଘ ଆବାହକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ବୈଠକ  ରେ ପ୍ରାୟ ୭୦ ରୁ ଉର୍ଦ୍ଧ ଠିକାଦାର ଯୋଗ ଦେଇ ବର୍ଷ ବର୍ଷ ଧରି ଠିକାଦାର ସମ୍ମୁଖୀନ  ହେଉଥିବା ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ। 
   
ବିଶେଷ କରି ଠିକାଦାର ମାନେ ଏବେ ସିଡୁଲ୍ ରେ ଟେଣ୍ଡର ପକାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏ ସମ୍ପର୍କ ରେ  ଜନ ପ୍ରତିନିଧି,ପ୍ରଶାସନିକ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପୁରୀ ଜିଲ୍ଲା ଠିକାଦାର ମହାସଙ୍ଘ ପକ୍ଷରୁ କୁହାଯାଇଛି । ଏହି ଅବସରରେ ପୁରୀ ଜିଲ୍ଲା ଠିକାଦାର ମହାସଙ୍ଘ ପିପିଲି ନିର୍ବାଚନ ମଣ୍ଡଳୀ ବିଭାଗ ର କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। 
    
ସଭାପତି ଭାବେ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା,ଉପସଭାପତି ଭାବେ ସୁଧୀର କୁମାର ନାୟକ, ଶାକିର ଖାନ୍, ସମ୍ପାଦକ ଭାବେ ଅଜୟ ପଲେଇ, ସହ ସମ୍ପାଦକ  ସରଫରାଜ ଖାନ୍, କୋଷାଧ୍ୟକ୍ଷ ଭାବେ କବିରାଜ ସ୍ୱାଇଁ, ଈଶ୍ୱର ଚନ୍ଦ୍ର ମାହୁନ୍ତ, ସାଗର ମାଝି, ରସ୍ମି ରଂଜନ ପ୍ରଧାନ,ସାର୍ଥକ ମହାପାତ୍ର,ଧିରେସ ଖଟେଇ, ମହମଦ  ଜୁଲୁର, ସତ୍ୟ ସାଧନ ଦାସ, ସୁଶିଲ ବଳ ବନ୍ତ ରାୟ, ତନ୍ମୟ ମଙ୍ଗରାଜ,ଦୀପକ ସାମନ୍ତ ରାୟ, ସେକ୍ ସମିମ୍ ଉଦ୍ଧିନ୍, ସକାବତ ଖାନ୍,ସଂଯୋଜକ ମିର୍ଜା ମୁସଲିମ ବେଗ,ଉପଦେଷ୍ଟା ଭାବେ ଭାଗିରଥି ସାହୁ, ଦିଗାମ୍ବର ସ୍ୱାଇଁ, ଦୌଲତ୍ ଖାନ୍ ଙ୍କୁ ଚୟନ କରାଯାଇ ଥିବା ବେଳେ ମିଡିଆ ସଂଯୋଜକ ଭାବେ ସୁଧୀର କୁମାର ନାୟକ ଙ୍କୁ ଚୟନ କରାଯାଇଛି।

Post a Comment

0 Comments