Header Ads Widget



BREAKING NEWS

6/recent/ticker-posts

କାମ ଦେଉନି ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ, ଭଗତପୁର ବାଲି ଘାଟ ରେ ଚାଲିଛି ବେଆଇନ୍ ବାଲି ଚୋରା ଚାଲାଣ।

   

ଯାଜପୁର : ରାଜ୍ୟ ରେ ଲଘୁ    ଖଣିଜ   ସଂପଦର   ସୁରକ୍ଷା  ପାଇଁ ସରକାରଙ୍କ ଚେତାବନୀ କାମ ଦେଉନି ଭଗତପୁର ବାଲି ଘାଟ ରେ ।ଚାଲିଛି ବେଆଇନ ବାଲି ଚାଲାଣ। ଯାହାକୁ ବିରୋଧ କରିଛନ୍ତି ଗ୍ରାମବାସୀ ।
        
     ଯାଜପୁର ବ୍ଲକର ଭୁବନେଶ୍ୱରପୁର ପଂଚାୟତର ଭଗତପୁର ନିକଟସ୍ଥିତ ବୁଢା ନଦୀ ଘାଟରେ ଦୀର୍ଘଦିନ ଧରି ଚାଲୁଥିବା ବେଆଇନ ବାଲି ଉଠାଣି ବିଷୟରେ ଗ୍ରାମବାସୀଙ୍କ ଅଭିଯୋଗରେ ନୂତନ ଘଟଣା ସୃଷ୍ଟି ହୋଇଛି।ସୂଚନାନୁସାରେ, ଯାଜପୁର ସାଂସଦଙ୍କ   ମୁଖିଆ ଭାବରେ ପରିଚିତ ଭାଇ ଙ୍କ “ଅଲିଖିତ ନିର୍ଦେଶ” ରେ ବେଆଇନ ଭାବରେ ବାଲି ଉଠାଯାଉଥିବା ଅଭିଯୋଗ ହୋଇଛି।
ଗୁରୁତ୍ୱପୂର୍ଣ୍ଣ ଭାବରେ—ଗ୍ରାମବାସୀ ମାନେ ଅକସ୍ମାତ ଘାଟରେ ଅବରୋଧ ସୃଷ୍ଟି କରି ଗାଡି ବନ୍ଦ କରିବା ସମୟରେ ଗଣ୍ଡଗୋଳ ହୋଇଥିଲା ।
https://youtu.be/aztKKbSrzjw?si=DgD68TexniskpcI2
     ବିବାଦ ଥାନାରେ ପହଞ୍ଚିବା ପରେ, ଖଣି ବିଭାଗର ଅଧିକାରୀ ବେଆଇନ ବାଲି ଘାଟରେ ପହଞ୍ଚି ଏକ ପୋଖଲିନ୍‌ ମେସିନ୍‌ ଜବତ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ :ନଦୀ ରୁ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରାଯାଉ ଥିଲେ ମଧ୍ୟ ଏସବୁ ଦେଖୁଥିବା ପ୍ରଶାସନ ନୀରବ ରହିଛି । ରାଜନୈତିକ ଛତ୍ର ଛାୟା ତଳେ ବେଆଇନ୍ ବାଲି ଘାଟ ରୁ ବାଲି ଚାଲାଣ ହେଉଛି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କୁ ଏଠାରେ ଖୋଲା ଖୋଲି ଉଲଂଘନ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

      

Post a Comment

0 Comments