Header Ads Widget



BREAKING NEWS

6/recent/ticker-posts

ପିପିଲି ଟୋଲ ପ୍ଲାଜା ରେ ପ୍ରଭାବଶାଳୀ ଙ୍କ ଗାଡ଼ି ଯିବ ମାଗଣା ରେ!

  
 ପିପିଲି : ୧୫/୩/୨୬ : ପିପିଲି ଟୋଲ ପ୍ଲାଜାକୁ ନେଇ ଏବେ ଚର୍ଚ୍ଚା ଜୋର୍। ଟୋଲ ନିୟମ ଥିଲେ ମଧ୍ୟ ତାହାର ପାଳନ କେତେଦୂର ହେଉଛି, ସେନେଇ ଉଠୁଛି ଗୁରୁତର ପ୍ରଶ୍ନ।ଏଠାରେ ଚାଲିଛି କି ଅଲଗା ନିୟମ? ଏମିତି ପ୍ରଶ୍ନ ଏବେ ଚର୍ଚ୍ଚା ଜୋର ଧରିଛି।
  ଟୋଲ ପ୍ଲାଜାରେ ସାଧାରଣତଃ ଗାଡ଼ିର ପ୍ରକାର ଅନୁଯାୟୀ ଅଲଗା ଅଲଗା ଲେନ୍ ବ୍ୟବସ୍ଥା ଥାଏ। କିନ୍ତୁ ପିପିଲି ଟୋଲ ପ୍ଲାଜାରେ ଦେଖିବାକୁ ମିଳୁଛି ଅନ୍ୟ ଚିତ୍ର। ଯେଉଁ ଲେନ୍‌ରୁ ସବୁଠାରୁ ବଡ଼ ମାଲ ବୋଝେଇ ଟ୍ରକ୍ ଓ ହାଇଓ୍ବା  ଯାତାୟାତ କରିବା  ନିୟମ ରହିଛି , ସେହି ଲେନ୍‌ ରେ ପ୍ରତିଦିନ ହିଁ ଅନେକ ଅନ୍ୟ ଗାଡ଼ି ମଧ୍ୟ ଚଳାଚଳ କରୁଛି।ଏହି ବ୍ୟବସ୍ଥାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। କାରଣ ସାମ୍ନାକୁ ଆସୁଥିବା ଅଭିଯୋଗ ଆଉ ବେଶି ଗମ୍ଭୀର। 
         କୁହାଯାଉଛି, ପ୍ରତିଦିନ ଶହ ଶହ ସଂଖ୍ୟାରେ ଅନେକ ଗାଡ଼ି ଏହି ଟୋଲ ପ୍ଲାଜା ଦେଇ ମାଗଣାରେ ଯାତାୟାତ କରୁଛନ୍ତି। କାହିଁକି ନା ସେମାନଙ୍କୁ କୁଆଡେ ପାସ୍ ମଞ୍ଜୁର ହୋଇଛି। ଚର୍ଚ୍ଚା ହେଉଛି ଯେ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ରେ ଏହି ଗାଡ଼ିମାନଙ୍କ ନାମ ଥିବାରୁ ସେମାନେ  ଏହି ଟୋଲ ପ୍ଲାଜା ରେ ମାଗଣା ରେ  ଯାତାୟାତ କରୁଛନ୍ତି। ମୋବାଇଲ ରେ ତାଲିକା ଚେକ୍ କରି ଦାୟିତ୍ଵ ରେ ଥିବା କର୍ମଚାରୀ ଗାଡ଼ି ଛାଡୁଛନ୍ତି ।
        ସେ ଘରୋଇ ଗାଡ଼ି ହେଉ କି ବ୍ୟବସାୟିକ ଗାଡ଼ି—ମାଗଣା ଯାତାୟାତରେ କୌଣସି ଅସୁବିଧା ନାହିଁ ବୋଲି କୁହାଯାଉଛି।
ଏଭଳି ପରିସ୍ଥିତିରେ ବଡ଼ ପ୍ରଶ୍ନ ଉଠୁଛି—
ଟୋଲ ନିୟମ କେବଳ ସାଧାରଣ ଲୋକଙ୍କ ପାଇଁ କି?
ପ୍ରଭାବଶାଳୀଙ୍କ ତାଲିକା ଦେଖାଇଲେ କି ମାଗଣାରେ ଟୋଲ ପାର ହେବାର ଅନୁମତି ମିଳୁଛି?
ନା ପିପିଲି ଟୋଲ ପ୍ଲାଜାରେ ଚାଲିଛି କୌଣସି ଅଘୋଷିତ ବ୍ୟବସ୍ଥା?
ଏବେ ସବୁଠାରୁ ବଡ଼ ପ୍ରଶ୍ନ—
ଏହା କେବଳ ଅବ୍ୟବସ୍ଥା ନା ଟୋଲ ବ୍ୟବସ୍ଥାରେ ବଡ଼ ଅନିୟମିତତା?
ଏହି ଚର୍ଚ୍ଚା ମଧ୍ୟରେ ପ୍ରଶାସନ କେବେ ଏଥିରେ ଦୃଷ୍ଟି ଡେଉଛି ତାହା ଉପରେ ରହିଛି ସବୁଙ୍କ ନଜର । ବ୍ୟୁରୋ ରିପୋର୍ଟ ଦି ରୁରାଲ ନିୟୂଜ ଓଡ଼ିଆ।

Post a Comment

0 Comments