Header Ads Widget



BREAKING NEWS

6/recent/ticker-posts

ଲଘୁଚାପ ପ୍ରଭାବରେ ୪ଦିନ ବର୍ଷା

 ଭୁବନେଶ୍ବର : ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଝାରସୁଗୁଡ଼ା, ଭଦ୍ରକ, ସମ୍ବଲପୁର, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ମୟୂରଭଞ୍ଜ, କନ୍ଧମାଳ, ବାଲେଶ୍ବର, କେନ୍ଦ୍ରାପଡ଼ା, କେନ୍ଦୁଝର ଏବଂ ଢେଙ୍କାନାଳର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇଛି।


ଶିମିଳିପାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ତେଲନଦୀ ଫୁଲୁଛି। କେନ୍ଦୁଝର ଜିଲା ସାହାରପଡ଼ା ପୋଲ ଉପରେ ଆଣ୍ଠୁଏ ଉଚ୍ଚ ପାଣି ପ୍ରବାହିତ ହେଉଛି। କେନ୍ଦୁଝର ଏବଂ ମୟୂରଭଞ୍ଜର ବହୁ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଜଗତସିଂହପୁର ମାଛଗାଁ କେନାଲର ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଶନିବାର ବିଳମ୍ବିତ ରାତିରେ ଦଳେଇଘାଇ ଓ ତରିକୁନ୍ଦ ନିକଟରେ ଘାଇ ସୃଷ୍ଟି ହୋଇଛି। ଏଥିଯୋଗୁଁ ଜଗତସିଂହପୁର ଓ କଟକ ମୁଖ୍ୟରାସ୍ତାରେ ପାଖାପାଖି ଆଣ୍ଠୁଏ ଉଚ୍ଚରେ ପାଣି ଚାଲୁଛି। ଦଳେଇଘାଇ ନିକଟରେ ୧୫ ଫୁଟର ଘାଇ ହୋଇଥିବା ବେଳେ ତରିକୁନ୍ଦ ନିକଟରେ ୨୦ ଫୁଟର ଘାଇ ହୋଇଛି।

Post a Comment

0 Comments