Header Ads Widget



BREAKING NEWS

6/recent/ticker-posts

ପିପିଲି ତହସିଲ୍‌ରେ ଅବସରପ୍ରାପ୍ତ ତହସିଲଦାରଙ୍କ ଫାଇଲ କାମ ଅଭିଯୋଗ, ତଦନ୍ତ ଦାବି ଜୋର।

ପୁରୀ/ ପିପିଲି :ପୁଣି ଚର୍ଚ୍ଚାରେ ପିପିଲି ତହସିଲ୍ କାର୍ଯ୍ୟାଳୟ। ଏକ ଭାଇରାଲ ଭିଡିଓକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଚନା ସୃଷ୍ଟି ହୋଇଛି। ଭିଡିଓରେ ପିପିଲିର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ହୃଷୀକେଶ ତ୍ରିପାଠୀଙ୍କୁ କାର୍ଯ୍ୟାଳୟରେ କିଛି ଫାଇଲ କାମ କରୁଥିବା ଦେଖାଯାଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ ଦାୟିତ୍ୱରେ ଥିବା ତହସିଲଦାରଙ୍କ ଅନୁପସ୍ଥିତି ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି। ଏହା ପ୍ରଚାର ହେବା ପରେ ସ୍ଥାନୀୟ ଜନସାଧାରଣ ତହସିଲ୍ କାର୍ଯ୍ୟାଳୟରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଏହି ସମୟରେ ଅବସରପ୍ରାପ୍ତ ତହସିଲଦାର ହୃଷୀକେଶ ତ୍ରିପାଠୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିବା ଜଣାପଡ଼ିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି—ଅବସର ଗ୍ରହଣ ପରେ କୌଣସି ଅଧିକାର ନଥିବା ସତ୍ୱେ କିପରି ସରକାରୀ ଫାଇଲ କାମ କରାଯାଉଥିଲା ଓ ଏହା ପାଇଁ କିଏ ଅନୁମତି ଦେଇଥିଲେ, ସେଥିପାଇଁ ପ୍ରଶ୍ନ ଉଠିଛି।
ଏହା ସହିତ, ତତ୍କାଳୀନ ତହସିଲଦାର ଭାବେ ତାଙ୍କ ଦାୟିତ୍ୱକାଳରେ ମଧ୍ୟ କିଛି ବେନିୟମ ନେଇ ଅଭିଯୋଗ ଆସୁଥିବା ପରିପ୍ରେକ୍ଷିତରେ ଏହି ଘଟଣା ଅଧିକ ସନ୍ଦେହ ସୃଷ୍ଟି କରିଛି।
ଘଟଣାସ୍ଥଳରେ ପ୍ରାୟ ଅଧଘଣ୍ଟା ଧରି ତିବ୍ର ବଚସା ଚାଲିଥିବା ବେଳେ, ଏହା ପିପିଲି ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚା ବିଷୟ ହୋଇପଡ଼ିଛି। ଏହି ଘଟଣାର ସଂପୂର୍ଣ୍ଣ ତଦନ୍ତ କରାଯିବାକୁ ସ୍ଥାନୀୟ ମହଳରୁ ଦାବି ଜୋର ଧରିଛି।
ସେପଟେ, ଘଟଣା ସମୟରେ ବର୍ତ୍ତମାନ ତହସିଲଦାର କାର୍ଯ୍ୟାଳୟରେ ଉପସ୍ଥିତ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Post a Comment

0 Comments