Header Ads Widget



BREAKING NEWS

6/recent/ticker-posts

ଜନ ଗଣନା କାର୍ଯ୍ୟକ୍ରମ ରେ ଅସହଯୋଗ !

 ପିପିଲି/ପୁରୀ: ସାଧାରଣ ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ଅଭିଯୋଗ କରି  ଜନଗଣନା କାର୍ଯ୍ୟକ୍ରମରେ ଜନଗଣନା କାରିଙ୍କୁ ଅସହଯୋଗ କଲେ  ଗ୍ରାମବାସୀ । ରାସ୍ତା ନାହିଁ ତ ସରକାରଙ୍କ  କୌଣସି କାର୍ଯ୍ୟରେ  ସହଯୋଗ କରିବେ  ନାହିଁ ବୋଲି   ଜିଦରେ ଅଟଳ ରହିଛନ୍ତି ପୁରୀ ଜିଲ୍ଲା ପିପିଲି ଓରକଳ ପଞ୍ଚାୟତ ଗୋବର୍ଦ୍ଧନପୁର ୪ ନମ୍ୱର ୱାର୍ଡ ଲୋକେ । ବର୍ଷ ବର୍ଷ ଧରି ରାସ୍ତା ସମସ୍ୟା ସମାଧାନ  ହୋଇ ପାରି ନଥିଲା ବେଳେ ବିଭିନ୍ନ ଫୋରମରେ ଗ୍ରାମବାସୀ ଅଭିଯୋଗ କରିଥିଲେ । କୌଣସି ସୁଫଳ ନ ମିଳିବାରୁ ଜନ ଗଣନା କାର୍ଯ୍ୟକ୍ରମରେ ଅସହଯୋଗ  କରିବା ଘଟଣା ପୁଣି ଥରେ ଚିନ୍ତାର ବିଷୟ ପାଲଟିଛି।  ରାଜ୍ୟର ବିଭିନ୍ନ ସ୍ଥାନରେ ଜନ ଗଣନାକାରି  ଦୁବ୍ୟବହାର ଶିକାର ହେଉ ଥିବା  ନଜରକୁ ଆସି ଥିବା ବେଳେ ଜନ ଗଣନା କାରିଙ୍କୁ ସସମ୍ମାନ ଦେଇ ଜନଗଣନା କାର୍ଯ୍ୟକ୍ରମରେ ଅସହଯୋଗ କରିଛନ୍ତି।  ଗ୍ରାମରେ ଗୃହ ଗଣନା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇ ଥିବା ବେଳେ ଜନଗଣନା କାର୍ଯ୍ୟକ୍ରମରେ ଜନ ଗଣନା କାରିଙ୍କୁ ଅସହଯୋଗ କରିଛନ୍ତି  ଗ୍ରାମବାସୀ। ସେପଟେ ରାସ୍ତା ନାହିଁ ତ ସରକାରଙ୍କ କୌଣସି କାର୍ଯ୍ୟରେ ସହଯୋଗ କରାଯିବ ନାହିଁ ବୋଲି ଗ୍ରାମବାସୀ କହି ନିଜ ଜିଦରେ ଅଟଳ ରହିଛନ୍ତି ଗ୍ରାମବାସୀ। ଯାହାପାଇଁ ଜନ ଗଣନା କାରି ତଥ୍ୟ ସଂଗ୍ରହ କରିବାରେ ଅସଫଳ ହୋଇ ଛନ୍ତି। ସେପଟେ ସ୍ଥାନୀୟ ତହସିଲଦାର ମୃତ୍ୟଞ୍ଜୟ ତ୍ରିପାଠୀ ସମ୍ପର୍କରେ ଅବଗତ ଥିବା କହିଥିବା ବେଳେ ସରକାରଙ୍କ ଜନଗଣନା କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିବା ବେଳେ ଏ ସମ୍ପର୍କରେ ସ୍ଥାନୀୟ ବିଡିଓଙ୍କ ସହିତ ଆଲୋଚନା କରାଯାଇ ଥିବା ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।
ରାଜକିଶୋର ପ୍ରଧାନ କୁହନ୍ତି,: ଗ୍ରାମର ମୌଳିକ ସମସ୍ୟା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜନ ଗଣନା କୁ ଆସ୍ଯୋଗ କରୁଛୁ ବିରୋଧ କରୁ ନାହିଁ ,ଆମର ଯେଉଁ ଅସୁବିଧା ରହିଛି ସେଗୁଡ଼ିକ କିଏ ପୂରଣ କରିବ ।ଆମେ କେଉଁଠି ପହଞ୍ଚି ପାରୁ ନାହୁଁ ବିଭିନ୍ନ ଫୋରମରେ ଅଭିଯୋଗ କରିଛୁ ସ୍ଥାନୀୟ ବିଧାୟକ ଦୃଷ୍ଟି ଆକର୍ଷଣ କରିଛୁ ।ସବୁ ଠାରୁ ଫେଲ ମାରିଛୁ ବୋଧ ହୁଏ ସରକାରଙ୍କ ହିସାବରେ କୌଣସି ଗାଁ ନାହିଁ ।ଆମେ ଅଛୁ କେଉଁଠି ଯେ କାହାକୁ ସହଯୋଗ କରିବୁ ରାସ୍ତା ଆମର ମୁଖ୍ୟ ସମସ୍ୟା ।
ମୁନା ପ୍ରଧାନ କୁହନ୍ତି,: ଅସହଯୋଗ କଣ ? କାହିଁକି ସହଯୋଗ କରିବୁ ଗ୍ରାମରେ କଣ ଜନ ଅଛନ୍ତି ଯେ ଜନଗଣନା ହେବ ।ଭୋଟ ସମୟରେ ସବୁ ଆସୁଛନ୍ତି ଭୋଟ ପରେ କେହି ଶୁଣୁ ନାହାନ୍ତି ।ରାସ୍ତା କିଏ କରିବ? ଆଗ ରାସ୍ତା ପଛରେ ସବୁ ।
ପିପିଲି ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ କୁହନ୍ତି ,: ଏ ସମ୍ପର୍କରେ ଘଟଣା ନଜର କୁ ଆସିଛି ଅତିରିକ୍ତ ତହସିଲଦାର ଘଟଣାସ୍ଥଳକୁ ଯାଇଥିଲେ ।ରାସ୍ତା ସମସ୍ୟା ଆମ ଦୃଷ୍ଟି ଆକର୍ଷଣ କରିଥିଲେ ।ଜନଗଣନା କାର୍ଯ୍ୟକ୍ରମ ଏକ ଜାତୀୟ କାର୍ଯ୍ୟକ୍ରମ ଏହାକୁ ସମସ୍ତେ ସହଯୋଗ କରିବା କଥା ଜନଗଣନା କାର୍ଯ୍ୟ ସହିତ ଏହି ସମସ୍ୟାର କୌଣସି ସାମଜସ୍ୟ ନାହିଁ ସେମାନଙ୍କୁ ଆମେ ବୁଝାଇଛୁ ଆଶା କରୁଛୁ ସେମାନେ ସହଯୋଗ କରିବେ ।ଏହି ସମ୍ପର୍କରେ ବିଡ଼ିଓଙ୍କୁ ଅବଗତ କରିଛି ଆବଶ୍ୟକ ପଡ଼ିଲେ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ।

Post a Comment

0 Comments