Header Ads Widget



BREAKING NEWS

6/recent/ticker-posts

ନିମ୍ନ ମାନର କାର୍ଯ୍ୟ ପାଇଁ ଛାତ ରୁ ସିଲିଂ ଖସି ଶିକ୍ଷୟତ୍ରୀ ଆହତ

ନିମ୍ନ ମାନର କାର୍ଯ୍ୟ ପାଇଁ ଛାତ ରୁ ସିଲିଂ ଖସି ଶିକ୍ଷୟତ୍ରୀ ଆହତ ଘଟଣାରେ ସ୍କୁଲ କୁ ତାଲା ପକାଇ ଧାରଣା ଦେଲେ  ଅଭିଭାବକ,ସେପଟେ  ବିଦ୍ୟାଳୟ ପରିଦର୍ଶନ କଲା ବିଜେପି ର ଏକ ସ୍ଵତନ୍ତ୍ର ପ୍ରତିନିଧି ଦଳ ।


। ଗତକାଲି ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ପଢ଼ିଆରୀ ବିଦ୍ୟାପୀଠ ରେ, ସ୍କୁଲ ଘରେ ଷ୍ଟାଫ ଙ୍କ ବୈଠକ ଚାଲୁଥିବା ବେଳେ ସ୍କୁଲ ଛାତ ରୁ ସିଲିଂ ଖସିଥିଲା, ଘଟଣା ସ୍ଥଳ ରେ ୩ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଗୁରୁତ୍ୱର ଆହତ ହୋଇଥିବା ସହ ଆଉ ୨ ଜଣ ମଧ୍ୟ ଆହତ ହୋଇଥିଲେ, ଯାହାର ପ୍ରତିବାଦ ରେ ଆଜି ଅଭିଭାବକ ମାନେ ସ୍କୁଲ ସମୁଖରେ ତାଲା ପକାଇ ଧାରଣା ରେ ବସିଥିଲେ ।2021ମସିହା ରେ ଏହି ବିଦ୍ୟାପୀଠ କୁ 5ଟି ରୂପାନ୍ତରିତ ପାଇଁ ଅର୍ଥ ମଞ୍ଜୁରୀ ହୋଇଥିଲା, କିନ୍ତୁ ଏହି କାର୍ଯ୍ୟ ନିମ୍ନ ମାନର ହୋଇଥିଲା, ସ୍ଥାନୀୟ ବୁଦ୍ଧିଜୀବୀ ବାରମ୍ବାର ଅଭିଯୋଗ କରିଥିଲେ ବି ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିଲା, ଆଜି ଏଭଳି ଘଟଣା ଘଟିଥିବାରୁ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀ ଆଉ ନିୟୋଜିତ ଠିକାଦାର ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ଜୋର ଧରିଥିଲା ଘଟଣା ସ୍ଥଳ କୁ ଅସ୍ତରଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ପରିଦର୍ଶନ କରିଥିଲେ ଓ ଲୋକ ଙ୍କ ସହ ଆଲୋଚନା କରିଥିଲେ କିନ୍ତୁ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ରୁ ଓଲ୍ହାଇ ବେ ନାହିଁ ବୋଲି ଅଭିଭାବକ କହିଥିଲେ ସେପଟେ ବିଜେପି ର ଏକ ପ୍ରତିନିଧି ଦଳ ଘଟଣା ସ୍ଥଳ ପରିଦର୍ଶନ କରି ଏଭଳି ଘଟଣା ର ତଦନ୍ତ ଦାବୀ କରିଥିବା ବେଳେ ସରକାର ଙ୍କୁ ସମାଲୋଚନା କରିଥିଲେ।


Post a Comment

0 Comments