Header Ads Widget



BREAKING NEWS

6/recent/ticker-posts

ପଦା ରେ ପଡିଲା ମୁକ୍ତା ଯୋଜନା କେଳେଙ୍କାରୀ

ପୁରୀ:ମାଟି ପାଇଁ  ପଦା ରେ ପଡିଲା  ମୁକ୍ତା ଯୋଜନା ର କେଳେଙ୍କାରୀ। ଦୁର୍ନୀତି ର ଖୁଲାସା କଲା ଝିପିଝିପି ବର୍ଷା । ଦୁଇ ମାସ ନ ବିତୁଣୁ ପୁଣି ଥରେ ସାମନା କୁ ଆସିଛି ପିପିଲି  ଏନ୍.ଏ.ଏସି ୪ ନମ୍ବର ୱାର୍ଡ ଗୋଳା ପୋଖରୀ ର ବାଟବଣା ମୁକ୍ତା ଯୋଜନା ର ଗୁମର କଥା।ଚଳିତ ବର୍ଷ ମେ ୩୦ ତାରିଖରେ  ନିମ୍ନ ମାନର କାମ ପାଇଁ ଭୁଶୁଡ଼ି ପଡ଼ି ଥିଲା   ନିର୍ମାଣ ଧୀନ ପାଚେରୀ କାର୍ଯ୍ୟ ।






ପାଚେରୀ କାର୍ଯ୍ୟ ରେ ଅନିୟମିତତା ହୋଇଥିବା ଓ ସରକାରୀ ଅର୍ଥ କୁ ମିଳିମିଶି ଚଳୁ କରିଥିବା ନେଇ  ଅଭିଯୋଗ  ହୋଇ ଥିଲା  ।  ପୂର୍ବରୁ ବାରମ୍ବାର ମୁକ୍ତା ଯୋଜନାରେ ଘୋଟଲା ହେଉଥିବା  ଅଭିଯୋଗ  ହେଉଥିବା ବେଳେ ନିର୍ମାଣ ଧୀନ ପାଚେରୀ ଭୁଶୁଡ଼ିବା ପରେ ସତ ସାମନା କୁ ଆସିଥିଲା ।ପିପିଲି ଏନ୍.ଏ.ଏସି ୪ନମ୍ବର ୱାର୍ଡ ରେ ଥିବା ଗୋଳା ପୋଖରୀ ସୌନ୍ଦର୍ଯ୍ୟକରଣ କାମ ପାଇଁ ପ୍ରାୟ ୩୩ଲକ୍ଷ ଟଙ୍କା ର କାର୍ଯ୍ୟ ମୁକ୍ତା ଯୋଜନାରେ ରେ କରାଯାଉ ଥିବା ବେଳେ ମାତ୍ର କେଇ ଦିନ ତଳେ ଆରମ୍ଭ ହୋଇ ଥିବା ପାଚେରୀ ଭୁଶୁଡ଼ି ପଡିଥିଲା ।ଯାହା ପାଇଁ ମୁକ୍ତା ଯୋଜନା ଉପରେ ପ୍ରଶ୍ନ ଉଠାଇଥିଲେ ପିପିଲି ଜନସାଧାରଣ  ଓ ବୁଦ୍ଧିଜୀବୀ । ଏନ୍.ଏ.ଏସି କର୍ତ୍ତୃପକ୍ଷ ଙ୍କ କାର୍ଯ୍ୟ କରୁଥିବା ଗୋଷ୍ଠୀ କୁ ଅହେତୁକ ଅନୁକମ୍ପା ପାଇଁ ରାଜ୍ୟ ସରକାର ଙ୍କର ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ରାଶି ପାଣିରେ ପଡ଼ିଥିବା ନେଇ ଆସିଥିଲା ଅଭିଯୋଗ । ସେପଟେ ପୁଣି ଥରେ ନିମ୍ନମାନର କାମ ପାଇଁ ପାଚେରୀ ଭୁଶୁଡ଼ି ପଡିବା ପରିସ୍ଥିତି ସୃଷ୍ଟି ହେଲାଣି । ସାମାନ୍ୟ ବର୍ଷା ରେ ପାଚେରୀ କୁ ସୁରକ୍ଷା ପାଇଁ ଦିଆଯାଇ ଥିବା ମାଟି ଧୋଇ ଯିବା ଫଳରେ ପାଚେରୀ ର ଅନେକ ସ୍ଥାନରେ ସୃଷ୍ଟି ହୋଇଛି ଫାଟ ।

ଲଗାଣ ବର୍ଷା ଲାଗି ରହିଲେ ପାଚେରୀ ପୋଖରୀ ମଧ୍ୟରେ ଭୁଶୁଡ଼ି ପଡିବା ଆଶଙ୍କା କରି ତର ବରିଆ ଭାବରେ ପାଚେରୀ ପାର୍ଶ୍ଵ ରୁ ଜେସିବି ସାହାର୍ଯ୍ୟ ରେ ମାଟି କଢାଯାଉଛି ।  ତେବେ ମାଟି କାଢ଼ିବା ପାଇଁ କାହାର ନିର୍ଦ୍ଦେଶ ରହିଛି ନା ଦାୟିତ୍ୱ ରେ ଥିବା ସଂସ୍ଥା ର ନିର୍ଦ୍ଦେଶ ରେ ମାଟି କଢାଯାଉଛି ସେ ନେଇ ମଧ୍ୟ କାହାରି ପାଖରେ ଉତ୍ତର ନାହିଁ । ଏ ନେଇ ପିପିଲି ଏନ୍.ଏ.ଏସି ଯନ୍ତ୍ରୀ କିଛି ଜାଣି ନଥିବା କହିଥିବା ବେଳେ ମୁକ୍ତା କନିଷ୍ଠ ଯନ୍ତ୍ରୀ ଙ୍କୁ ଏ ନେଇ ସୂଚନା ପ୍ରଦାନ କରିଥିବା କହିଛନ୍ତି । ଅନ୍ୟପଟେ ପିପିଲି ଏନ୍.ଏ.ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂଜା ରାଉତ ଘଟଣା ସ୍ଥଳ ଯାଇ ଅନୁଧ୍ୟାନ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

ସୂଚନା ଥାଉକି  ପିପିଲି ରେ ମୁକ୍ତା ଯୋଜନା ବାଟବଣା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସିବା ପରେ ଚଳିତ ବର୍ଷ 'ମେଂ' ମାସରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ପିପିଲି ଏନ୍.ଏ.ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଚିଠି ଲେଖି  ଜବାବ ତଲବ କରି ମୁକ୍ତା ଯୋଜନା ରେ ହେଉଥିବା କାମ ଗୁଡିକର ସଠିକ  ଯାଞ୍ଚ କରିବା ସହିତ  କାମ  ର ମାନ  ଠିକ ଭାବେ କରାଯାଉଛି  ନାଁ ନାହିଁ ଏହା ଉପରେ ନଜର ରଖିବା ପାଇଁ କଡା ନିର୍ଦ୍ଦେଶ ଦେଇଥିଲେ । ମାତ୍ର ବିଧାୟକ ଙ୍କ ପତ୍ର ପାଇବା ପରେ ମଧ୍ୟ ଦାୟିତ୍ୱ ରେ ଥିବା ଅଧିକାରୀ କିଭଳି  ତତ୍ପରତା ଦେଖାଇଛନ୍ତି ତାହା   ସ୍ପଷ୍ଟ ବାରି ହୋଇ ପଡୁଛି ।


Post a Comment

0 Comments