Header Ads Widget



BREAKING NEWS

6/recent/ticker-posts

୩ ବର୍ଷରେ ଠକି ନେଲେଣି ୧୦୦୦ କୋଟି

ଭୁବନେଶ୍ବର : ସାଇବର ଠକଙ୍କ ଭୂସ୍ବର୍ଗ ପାଲଟିଛି ଓଡ଼ିଶା। ଗତ ୩ ବର୍ଷ ମଧ୍ୟରେ ଲୁଟି ନେଲେଣି ୧୦୦୦ କୋଟି। ଚୀନ୍, ହଂକଂ, ଦୁବାଇ ଏବଂ ମାଲେସିଆରେ ବସି ସେମାନେ ଓଡ଼ିଶାରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି।


ଅଭିଯୁକ୍ତଙ୍କୁ ଧରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ନାକେଦମ୍‌ ହେଉଛି। ଦିଲ୍ଲୀ, ମୁମ୍ବଇ,‌େ‌ବଙ୍ଗାଲୁରୁ, ହାଇଦରାବାଦ ଆଦି ସ୍ଥାନରେ ଚଢ଼ଉ କରି ପ୍ରାୟ ୫୦ରୁ ଅଧିକ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି। ଅପରାଧୀମାନେ ଆଧୁନିକ ଜ୍ଞାନ କୌଶଳରେ ଅପରାଧ ଘଟାଉଛନ୍ତି। ଚାକିରି, ଅନଲାଇନ୍‌ ଅର୍ଥ କାରବାର୍‌, ଚାଇନିଜ୍ ଋଣ ଆପ୍, ଟଙ୍କା ରୋଜଗାର ଆପ୍‌, କୋରିଅର କାରବାର ଓ କ୍ରିପ୍ଟୋ ଜରିଆରେ ଅପରାଧୀମାନେ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି। ରାତାରାତି କୋଟିପତି ହେବା ଲୋଭରେ ଲୋକେ ସେମାନଙ୍କ ଠକେଇ ଜାଲରେ ଫସୁଛନ୍ତି। ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ସମ୍ପୃକ୍ତ ଅପରାଧୀଙ୍କୁ ଧରିବା ପାଇଁ ଏ ରାଜ୍ୟରୁ ସେ ରାଜ୍ୟ ବୁଲୁଛି। ଏଥିରେ ସମ୍ପୃକ୍ତ ଦରିଆପାରିରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ତଦନ୍ତକାରୀ ସଂସ୍ଥା ପାଇଁ ସ୍ବପ୍ନ ହୋଇଛି। ସେମାନଙ୍କର ଏଭଳି ଠକେଇ କାରବାର ରୋକିବା ପାଇଁ ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତଙ୍କ ବିରୋଧରେ ବ୍ୟୁରୋ ଅଫ୍ ଇମିଗ୍ରେସନ୍‌କୁ ଚିଠି ଲେଖୁଛି।

Post a Comment

0 Comments