ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ବିରୋଧୀଙ୍କୁ ଆଉ ଏକ ବଡ଼ ଝଟ୍କା ଦେଇଛି। ଓମ୍ ପ୍ରକାଶ ରାଜଭରଙ୍କ ସୁହେଲଦେବ ଭାରତୀୟ ସମାଜ ପାର୍ଟି(ଏସବିଏସପି) ପୁଣି ଏନ୍ଡିଏରେ ସାମିଲ ହୋଇଛି। ଶନିବାର ରାଜଭର ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଥିବା ବେଳେ ରବିବାର ଶାହା ଟ୍ବିଟ୍ କରି ଏନେଇ ଘୋଷଣା କରିଛନ୍ତି।
ଶାହା ରାଜଭରଙ୍କ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି, ‘‘ଓମ୍ ପ୍ରକାଶ ରାଜଭରଙ୍କ ସହ ଦିଲ୍ଲୀରେ ସାକ୍ଷାତ ହୋଇଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍ଡିଏରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଁ ତାଙ୍କୁ ଏନ୍ଡିଏ ପରିବାରକୁ ସ୍ବାଗତ କରୁଛି। ରାଜଭରଙ୍କ ପ୍ରତ୍ୟାବର୍ତ୍ତନ ଉତ୍ତରପ୍ରଦେଶରେ ଏନ୍ଡିଏକୁ ଆହୁରି ମଜବୁତ କରିବ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏନଡିଏ ଦ୍ୱାରା ଗରିବ ଏବଂ ବଞ୍ଚିତ ଲୋକଙ୍କ କଲ୍ୟାଣ ପାଇଁ କରାଯାଉଥିବା ପ୍ରୟାସ ଅଧିକ ସଶକ୍ତ ହେବ’’। ଓମ୍ ପ୍ରକାଶ ରାଜଭର ଜୁଲାଇ ୧୮ ତାରିଖରେ ହେବାକୁ ଥିବା ଏନ୍ଡିଏର ବୈଠକରେ ଯୋଗ ଦେବେ ବୋଲି ସୂଚନା ମିଳିଛି।
0 Comments