Header Ads Widget



BREAKING NEWS

6/recent/ticker-posts

ସୋସିଆଲ ମିଡିଆ ର ଖବର ପିପିଲି ରାଜନୀତି ରେ ଉଷ୍ମତା ଭରିଛି

                                                                




ଦ ରୁରାଲ ନ୍ୟୁଜ ବ୍ୟୁରୋ : ସୋସିଆଲ ମିଡ଼ିଆର ଚର୍ଚ୍ଚିତ ଖବର କୁ ନେଇ ଜୋର ଧରିଲାଣି ପିପିଲି ରାଜନୀତି । ଦିନକୁ ଦିନ ପୁରୀ ଜିଲ୍ଲାର ର ବିଭିନ୍ନ ବିଧାନ ସଭା ଆସନ ରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ବିଧାୟକ ଟିକେଟ କୁ ନେଇ ନେତା ଓ କର୍ମୀ ଙ୍କ ମଧ୍ୟରେ ଅଙ୍କ କଷା ଲାଗି ରହିଥିବା ବେଳେ ସୋସିଆଲ ମିଡିଆ ର ଖବର ଏବେ ପିପିଲି ରାଜନୀତି ରେ ଉଷ୍ମତା ଭରିଛି  ସୋସିଆଲ ମିଡ଼ିଆ ର ଫେସ ବୁକ ଲିଙ୍କ ରେ ଅପଲୋଡ଼ ହୋଇ ଥିବା  ଖବର ପିପିଲି ର ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଚାପା ଗୁଞ୍ଜରଣ ସୃଷ୍ଟି କରିଛି ।  ପୁରୀ ଜିଲ୍ଲା ପିପିଲି ର ଜଣେ ଟାଣୁଆ ନେତା କୁଆଡ଼େ ଅଗଷ୍ଟ ୨୦ ତାରିଖ ରାତିରେ  ତୃତୀୟ ମହଲା ରେ  ବିଜେଡ଼ି କୁ  ଯିବା ନେଇ ଆଲୋଚନା ଶେଷ ହୋଇଛି ବୋଲି ଶୀର୍ଷକ ଖବର ରାଜ୍ୟ ରାଜନୀତି ରେ ହଇଚଇ ସୃଷ୍ଟି ହୋଇଛି । ସୋସିଆଲ ମିଡ଼ିଆ ର ଏହି ଖବର ବିଜେଡ଼ି ଓ ବିଜେପି ଶିବିରରେ ହଡ଼କମ୍ପ ସୃଷ୍ଟି କରି ଥିବା ବେଳେ ଏହି ବାବୁ ଜଣକ ବିଜେଡି ଶିବିର କୁ ଆସିଲେ  ପିପିଲି ରାଜନୀତି  ନୂଆ ଇତିହାସ ରଚିବ କି ?  ବିଧାନସଭା ସଭା ନିର୍ବାଚନ   ବହୁ ଆଗରୁ ହେବ ବୋଲି ଚର୍ଚ୍ଚା ଜୋର ଧରି ଥିବା ବେଳେ ସୋସିଆଲ  ମିଡ଼ିଆ ର ଏହି ଖବର  ବିଭିନ୍ନ ରାଜନୈତିକ ଦଳ ର କର୍ମୀ ମାନଙ୍କ ମଧ୍ୟରେ ଦ୍ଵନ୍ଦ ସୃଷ୍ଟି କରିଛି ।



Post a Comment

0 Comments