Header Ads Widget



BREAKING NEWS

6/recent/ticker-posts

ଲାଞ୍ଚ ମାଗିବା ଧତ୍ତବ୍ୟ ଅପରାଧ, ପିସି ରୁ ଠାକୁର ମଧ୍ୟ ବାଦ ପଡୁ ନାହାଁନ୍ତି

                                                         


                               

 ଦ ରୁରାଲ ବ୍ୟୁରୋ : ପିସି..........  କଥାଟା ଟିକେ  ଶୁଣିବା ପାଇଁ ଅଖାଡୁଆ ଲାଗୁ ଥିଲେ ମଧ୍ୟ ସରକାରୀ ଦପ୍ତର ରେ ବିନା ପିସି ରେ କିଛି ହେଉ ନଥିବା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । ସ୍ଵଛ ନିର୍ମଳ ଶାସନ ରେ ପିସି ର ସ୍ଥାନ ନାହିଁ ବୋଲି ମୁଖିଆ କହୁଥିବା ବେଳେ  ବିନା ପିସି ରେ କୌଣସି କାମ ହେଉ ନାହିଁ ଏହା ସମସ୍ତେ ଅଳ୍ପ ବହୁତ ଜାଣିଛନ୍ତି । କେବଳ ସରକାରୀ ଦପ୍ତର ରେ ଲାଞ୍ଚ ମାଗିଲେ ଲାଞ୍ଚ ଦିଅନ୍ତୁ ନାହିଁ ବୋଲି ଲେଖା ଦେଖି ସାଧାରଣ ଲୋକ ମନ ବୁଝାଉ ଥିବା ବେଳେ ପ୍ରକୃତ ପକ୍ଷେ ବିନା ପିସି ବା ଲାଞ୍ଚ ରେ କିଛି ହେଉ ନାହିଁ ବୋଲି ସାଧାରଣ ଲୋକ କହୁଛନ୍ତି । ଅଧିକ ଖବର ଜାଣିବା ପାଇଁ ପଢ଼ନ୍ତୁ ଦ ରୁରାଲ  ନ୍ୟୁଜ ବ୍ୟୁରୋ।


 ବିଶେଷ କରି ପୁରୀ ଜିଲ୍ଲାର ପିପିଲି ରେ ଥିବା ସରକାରୀ ଦପ୍ତର ଗୁଡ଼ିକ ରେ କୁଆଡେ ପିସି କାରବାର ଭଲ  ହେଉ ଥିବାରୁ ଏଠାରେ ଥିବା ଅଧିକାରୀ ମାନେ ବର୍ଷ ବର୍ଷ ରହିବା ପାଇଁ ଆଗ୍ରହୀ ଥାନ୍ତି ବୋଲି ଜଣା ପଡ଼ିଛି ।।   ପିପିଲି ରେ ଥିବା ବ୍ଲକ , ଏନ ଏ ଏସି, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ, ଜଳସେଚନ ବିଭାଗ ,ଗ୍ରାମ୍ୟ ଉନ୍ନୟନ ବିଭାଗ ରେ ପିସି କାରବାର କୁଆଡ଼େ ଭଲ ଚାଲିଛି । ବିଭାଗ ରେ ଥିବା ଅଧିକାରୀ ମାନେ ପିସି ଦାୟିତ୍ବ ନେଇ ଥାନ୍ତି ।                                 

 ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସକାଳୁ ହେଲେ ଯେଉଁ ଭଗବାନ/ଠାକୁର/ଈଶ୍ଵର/ ଆଲ୍ଲା ଙ୍କ ପାଖରେ ମୁଣ୍ଡ ନୁଆଁଇ  ନିଜର ଗନ୍ତବ୍ୟ ସ୍ଥଳ କୁ  ବାବୁ ମାନେ ବାହାରି ଥାନ୍ତି, ସେମାନଙ୍କ ପାଇଁ ସରକାରୀ ସ୍ତର ରେ ମିଳି ଥିବା ଅନୁଦାନ ଅର୍ଥ ରୁ ଏମାନେ ମଧ୍ୟ ପିସି  ନେଇ ଥାନ୍ତି । ଯେଉଁ ମାନଙ୍କ ପାଖରେ   ମୁଣ୍ଡ ନୁଆଁଇ କିଛି  ଦାନ ଦେବା ପାଇଁ ବାଧ୍ୟ ହୋଇ ଥାଏ ସେହି ମାନଙ୍କ ପାଖରୁ ସରକାରୀ ବାବୁ ମାନେ ପିସି ମଧ୍ୟ ନେଇ ଥାନ୍ତି ।ବ୍ଲକ ଓ ଏନଏଏସି ରେ ପିସି କାରବାର କୁଆଡେ ସବୁଠାରୁ ଅଧିକ ବୋଲି କୁହାଯାଉଛି । ଅବଶ୍ୟ ଏହି ପିସି ନେବା ପଛରେ  ମୁଖିଆ ଯେଉଁ ମାନଙ୍କୁ ଦାୟିତ୍ୱ ଦେଇଛନ୍ତି ସେମାନଙ୍କ ର ପିସି ର  ସିଂହ ଭାଗ ରହୁଛି ବୋଲି ଚର୍ଚ୍ଚା ଜୋର ଧରିଛି । ଯାହା ପାଇଁ ପିସି ରୁ ଠାକୁର ମଧ୍ୟ ବାଦ ପଡୁ ନାହାଁନ୍ତି ।  ଏହି ପିସି କୁ ନେଇ ଆଗାମୀ ଦିନରେ  ଘରର ମୁଖିଆ କଡ଼ା ସମାଲୋଚନା ର ଶୀକାର ହୋଇ ପାରନ୍ତି ? ତେବେ  କେଉଁ ବିଭାଗ ରେ କିଏ କେତେ ପିସି ନେଉଛି ତାହାର ଖୁଲାସା  ଜାଣିବା ପାଇଁ ଆମ ସହିତ  ଯୋଡ଼ି ହୋଇ ରହିଥାନ୍ତୁ,


Post a Comment

0 Comments