ଦ ରୁରାଲ ବ୍ୟୁରୋ : ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି ବରିଷ୍ଠ ସାମ୍ବାଦିକ ଦୁର୍ଗା ମାଧବ ମିଶ୍ର । ବୁଧବାର ସନ୍ଧ୍ୟାରେ ପିପିଲି ରୁ ଦଇସି ପାଟଣା ଅଭିମୁଖେ ନିଜ ଧର୍ମପତ୍ନୀ ଙ୍କ ସହିତ ବାଇକ ରେ ଯାତ୍ରା କରୁଥିବା ସମୟରେ ହଠାତ ପିପିଲି ଟୋଲ ଗେଟ ନିକଟରେ ବାଇକ ସମ୍ମୁଖରେ କୁକୁର ପଶି ଯିବାରୁ ବାଇକ ରୁ ଉଭୟେ ତଳେ ପଡି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତା ରେ ଆମ୍ବୁଲାନ୍ସ ଯୋଗେ ଉଭୟ ଙ୍କୁ ପିପିଲି ଡାକ୍ତର ଖାନା କୁ ଆଣି ଚିକିତ୍ସା କରାଯାଇ ଥିଲା। ସାମ୍ବାଦିକ ଦୁର୍ଗା ମାଧବ ମିଶ୍ର ଙ୍କ ର ଶରୀର ର ବିଭିନ୍ନ ସ୍ଥାନରେ ଆଘାତ ଲାଗି ଥିବା ବେଳେ ଧର୍ମପତ୍ନୀ ମଧ୍ୟ ଆହତ ହୋଇଛନ୍ତି । ସାମ୍ବାଦିକ ଙ୍କ ର ଆଶୁ ଚିକିତ୍ସା ପାଇଁ ପିପିଲି ର କାର୍ଯ୍ୟରତ ସାମ୍ବାଦିକ ବିଭିନ୍ନ ସ୍ଥାନରେ ପୂଜା ପାଠ କରି ତାଙ୍କ ଆରୋଗ୍ୟ କାମନା କରିଛନ୍ତି । ଦୁର୍ଗା ମାଧବ ପିପିଲି ଅଞ୍ଚକ ପାଇଁ ଆଗ ଧାଡ଼ିର ଖବର କାଗଜ ଧରିତ୍ରୀ ରେ ସାମ୍ବାଦିକ ଭାବେ କାମ କରି ଆସୁଛନ୍ତି । ସାମ୍ବାଦିକ ଦୁର୍ଗା ମାଧବ ଙ୍କ ର ଦୁର୍ଘଟଣା ଖବର ନଜର କୁ ଆସିବା ପରେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି ପିପିଲି ର ସବୁ ବର୍ଗର ଲୋକେ । ଦୁର୍ଗା ମାଧବ ମିଶ୍ର ଜଣେ ନିର୍ଭୀକ ସାମ୍ବାଦିକ ଭାବେ ପିପିଲି ରେ ନିଜର ସ୍ଵତ୍ରଂତ ପରିଚୟ ସୃଷ୍ଟି କରିଛନ୍ତି ।
0 Comments