ଦ ରୁରାଲ ନ୍ୟୁଜ ବ୍ୟୁରୋ: ଜିଲ୍ଲାରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ପୁରୀ ଜିଲ୍ଲା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରତ୍ନାକର ଦଳେଇ । ପିପିଲି ଜଳସେଚନ ବିଭାଗ ଅଧୀନରେ ଥିବା ଦୟା ନଦୀର ବାମ ପାର୍ଶ୍ଵ ନଦୀ ବନ୍ଧ ବୁଲି ଦେଖିବା ସହିତ ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିଲେ । ବିଶେଷ କରି ଧଉଳି , ଭାରତୀ ପୁର ଓ କଣ୍ଟି ର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ବନ୍ୟା ନିୟନ୍ତ୍ରଣ ପାଇଁ ବିଭାଗ ସଜାଗ ରହିଥିବା ବେଳେ ବାଲି ବସ୍ତା ଓ ବ୍ଲଲା ବିଭିନ୍ନ ସବଡିଭିଜନ ରେ ମହଜୁଦ ରହିଥିବା କହିଛନ୍ତି ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ। ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ଜଳ ସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସଦାନନ୍ଦ ପ୍ରଧାନ ଓ ଯନ୍ତ୍ରୀ ହିମାଂଶୁ ଶେଖର ମାନ୍ଦାଦା ଏହି ଗ୍ରସ୍ତ ରେ ନିଜକୁ ସାମିଲ କରିଥିଲେ ।
0 Comments