Header Ads Widget



BREAKING NEWS

6/recent/ticker-posts

ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ପିପିଲି ବ୍ଲକ ରେ ଅନୁଷ୍ଠିତ ହୋଇଯାଇଛି ।

                                                                     


 ପିପିଲି ; ମିଳିତ ଜନ  ଅଭିଯୋଗ ଶୁଣାଣୀ ଶିବିର ପିପିଲି ବ୍ଲକ ରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଭଵତାରଣ ସାହୁ ଙ୍କ ଅଧକ୍ଷତା ରେ ଆୟୋଜିତ ଏହି ଶିବିରରେ  ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଖାଉଟି କାର୍ଡ, ରାସ୍ତା ନିର୍ମାଣ, ଶିକ୍ଷା, ସ୍ଵାସ୍ଥ୍ୟ ଭଳି ଅଭିଯୋଗ ଗୁଡିକୁ ଅଭିଯୋଗ କାରୀ ମାନେ ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ସମାଧାନ ଦାବୀ କରିଥିଲେ । ଜିଲ୍ଲା ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନଥିବା ବେଳେ ପିପିଲି ପୋପରଙ୍ଗା ପାଚଲପୁର ଅଞ୍ଚଳରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ରହିଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ୭୪ ଜଣ ଅଭିଯୋଗକାରୀ  ଅଭିଯୋଗ ଦାଖଲ କରିଥିଲେ ।  ଏହି ଅଭିଯୋଗ  ଶୁଣାଣୀ  ଶିବିର  ପୁରୀ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ  ଜ୍ୟୋତି ଶଙ୍କର ମହାପାତ୍ର, ତହସିଲଦାର ପୁନମ ମହାପାତ୍ର, ଏସ୍ଡିପିଓ  ବିରଞ୍ଚି ନାରାୟଣ ପତି, ପିପିଲି ବିଡ଼ିଓ ରଶ୍ମିତା ନାଥ, ପ୍ରମୁଖ ଏହି ଶିବିର ରେ ଯୋଗ ଦେଇଥିଲେ ।


Post a Comment

0 Comments