କଟକ : ଖ୍ରୀଷ୍ଟ କଲେଳରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡକ୍ରସ ବାହିନୀ, ଜାତୀୟ ସେବା ଯୋଜନା ଓ ତେରାପନ୍ଥା ଯୁବକ ପରିଷଦର ମିଳିତ ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିର କଟକ ଖ୍ରୀଷ୍ଟ କଲେଳରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କଲେଜ ଅଧ୍ଯକ୍ଷା ଶ୍ରୀମତୀ ମଧୁମିତା ପାତ୍ର ଉଦ୍ଘାଟନ କରି ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । କଲେଜର ଛାତ୍ରଛାତ୍ରୀ, କର୍ମଚାରୀ, ଅଧ୍ୟାପକ ଅଧ୍ୟାପିକାମାନେ ମଧ୍ୟ ବହୁସଂଖ୍ୟାରେ ରକ୍ତଦାନ କରିଥିଲେ । ଉକ୍ତ ଶିବିରରେ ପରିଚଳନା ସମିତିର ସଭାପତି ଶ୍ରୀ ଅନୁପମ ପାତ୍ର ଓ ସଂପାଦକ ଶ୍ରୀ ବିକାଶ ଚନ୍ଦ୍ର ରାଉତଙ୍କ ସହ ସମସ୍ତ ସଭ୍ୟ ଏବଂ ସିସିଇବିର କର୍ମକର୍ତାମାନେ ଉପସ୍ଥିତ ଥିଲେ । ଶିବିରକୁ ପରିଚାଳନା କରିଥିଲେ ଯୁବ ରେଡକ୍ରସ ବାହିନୀର ସଂଯୋଜିକା ତଥା ଉପାଧ୍ୟକ୍ଷା ଡଃ କ୍ଷଣପ୍ରଭା ନନ୍ଦ, ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ସ୍ବାତୀ ଦାଶ ଏବଂ ତେରାପନ୍ନ ସଂସ୍ଥାର ସଂଯୋଜକ ଚିରାଗ ସିଂହ ଓ ସଂଚୟ ସେଠିଆ ।|
0 Comments