Header Ads Widget



BREAKING NEWS

6/recent/ticker-posts

ପିପିଲି ରେ ପୋଷଣ ମାସ ଅନୁଷ୍ଠିତ ହୋଇଯାଇଛି ।

                                                                  


 ପିପିଲି; ପିପିଲି ରେ ପୋଷଣ ମାସ ଅନୁଷ୍ଠିତ ହୋଇଯାଇଛି । ଶିରିଆ ପୁର ବିଦ୍ୟାଳୟ ରେ ଆୟୋଜିତ ଏହି  ପୋଷଣ ମାସ କାର୍ଯ୍ୟକ୍ରମ କୁ  ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ, ସିଡ଼ିପିଓ  ତପସ୍ବିନୀ ସୁନା,ମଙ୍ଗଳପୁର ମେଡ଼ିକାଲ ଅଫିସର ବିନୟ ପଣ୍ଡା, ପିଓ  ଶ୍ରମିଷ୍ଟା  ହୋତା ପ୍ରମୁଖ ଯୋଗ ଦେଇ କିଶୋରୀ ବାଳିକା ଓ ଗର୍ଭବତୀ ମହିଳା ମାନେ କିଭଳି ପୁଷ୍ଟିକର ଖାଦ୍ୟ ର ଅଵଶ୍ୟକତା ରହିଛି ଏହା ଉପରେ ଆଲୋକପାତ କରିଥିଲେ ।

                                              


   ଏହି ଅଵସର ରେ ଏନ ଏ ଏସି ଅଙ୍ଗନୱାର୍ଡ କର୍ମୀ ଙ୍କ  ଦ୍ଵାରା   ପ୍ରସ୍ତୁତ ହୋଇ ଥିବା ଝୋଟି ଅତି ଉଚ୍ଚ କୋଟି ଥିବା ବେଳେ ଅତିଥି ମାନଙ୍କୁ ଏହା ଆକୃଷ୍ଟ କରି ପାରିଥିଲା।ଏହି ଅବସରରେ  କିଶୋରୀ ବାଳିକା ଓ ଗର୍ଭବତୀ ମହିଳାମାନଙ୍କ ର ମାଗଣାରେ ହେମୋଗ୍ଲୋବିନ ପରୀକ୍ଷା କରାଯାଇ ଥିଲା । ସୁପରଭାଇଜର  ଶୁଶ୍ରୀ ସଂଗୀତା ସାମନ୍ତରାୟ ଙ୍କ  ତତ୍ତ୍ଵାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ  ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହେବ । ସେପ୍ଟେମ୍ବର ୧ ତାରିଖ ଠାରୁ  ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି ପୋଷଣ ମାସ କାର୍ଯ୍ୟକ୍ରମ ବ୍ଲକ ର ବିଭିନ୍ନ ସ୍ଥାନରେ ପାଳିତ ହୋଇଅଛି । ସେପଟେ ଏହି ଶିରିଆ ପୁର  ବିଦ୍ୟାଳୟ ରେ ଆୟୋଜିତ ଏହି ପୋଷଣ ମାସ କାର୍ଯ୍ୟକ୍ରମ ରେ ପିପିଲି ଏନଏ ଏସି ସମସ୍ତ ଅଙ୍ଗନୱାର୍ଡ କର୍ମୀ ସହାୟତା କରିଥିବା ବେଳେ ବ୍ଲକ ର ବିଭିନ୍ନ କ୍ଲଷ୍ଟର ର ଅଙ୍ଗନୱାର୍ଡ କର୍ମୀ ଏଥିରେ ଅଂଶ ଗ୍ରହଣ କରିଥିଲେ।


Post a Comment

0 Comments