ପୁରୀ ; ଆଜି ହେଉଛି ବିଶ୍ଵ ପର୍ଯ୍ୟଟନ ଦିବସ ତଥା world tourism day । ଏହି ଅବସର ରେ ବାଲୁକା ଚିତ୍ରକଳା ରେ ଏହି ଦିବସ କୁ ନେଇ ସଚେତନତା ବାର୍ତା ଦେଇଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ର ନୀଳାଦ୍ରି ବିଚ୍ ରେ ଏ ନେଇ ଏକ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି। ତେବେ ପର୍ଯ୍ୟଟନ ମାନଚିତ୍ର ରେ ଅଧିକ ରୁ ଅଧିକ ପ୍ରାକୃତିକ ସୌନ୍ଦର୍ଯ୍ୟ ଥିବା ସ୍ଥାନ କୁ ଯୋଡ଼ିବାକୁ ସୁଦର୍ଶନ ତାଂକ ବାଲୁକା ଚିତ୍ରକଳା ରେ ବାର୍ତା ଦେଇଛନ୍ତି। ପ୍ରକୃତି ଆମକୁ ଅନେକ ସୁନ୍ଦର ସ୍ଥାନ ଦେଇଛି। ସେଠାକୁ ଗଲେ ମନ ଆନନ୍ଦ ରହିବା ସହ ଅନେକ କିଛି ଶିଖିବାକୁ ମିଳିଥାଏ। ପ୍ରକୃତି ର ଅବଦାନ ବିଷୟ ରେ ଅନେକ କିଛି ଜ୍ଞାନ ମିଳିଥାଏ। ପରିବେଶ ଓ ଜୀବ ଜନ୍ତୁ ଙ୍କ ସୁରକ୍ଷା ନେଇ ଲୋକ ମାନେ ସଚେତନ ହେବା ସହ ଏହାର ସୁରକ୍ଷା ମଧ୍ଯ ହୋଇ ଥାଏ। ପ୍ରତିବର୍ଷ ସେପ୍ଟେମ୍ବର 27 ତାରିଖ କୁ world tourism day ଭାବେ ସାରା ବିଶ୍ଵ ରେ ପାଳନ କରାଯାଏ। ପର୍ଯ୍ୟଟନ କୁ ପ୍ରଚାର ପ୍ରସାର ପାଇଁ ଏହି ଦିବସ ପାଳନ ହୁଏ। ପର୍ଯ୍ୟଟନ ବଢିବା ଦ୍ଵରା ସ୍ଥାନୀୟ ଅଞ୍ଚଳ ରେ ଆର୍ଥିକ ସ୍ଥିତି ଦୃଢ଼ ହୋଇଥାଏ। ଲୋକ ମାନେ ନିଯୁକ୍ତି ପାଇବା ସହ ଦେଶ ଓ ରାଜ୍ୟ ର ଅର୍ଥନୀତି ସୁଦୃଢ଼ ହୋଇଥାଏ।
0 Comments