Header Ads Widget



BREAKING NEWS

6/recent/ticker-posts

ନିମାପଡା ରେବିଜେପି ର ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ

 

                                                                     


 ନିମାପଡା;   ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ବ ରେ ସମଗ୍ର ଦେଶରେ ସ୍ୱାଧୀନତା ର ଅମୃତ ମହୋତ୍ସବ ରେ ପାଳନ କରାଯାଇଛି ।ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ଅଧ୍ୟକ୍ଷ  "ଜଗତ ପ୍ରକାଶ ନଡ୍ଡା ଙ୍କ ନିର୍ଦ୍ଦେଶ ରେ ପ୍ରତି ବ୍ଲକ ରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।ଏହି ଆହ୍ୱାନ ରେ ସାମିଲ ହୋଇ ଆଜି ନିମାପଡା ନଗର ମଣ୍ଡଳ ସଭାପତି ଶ୍ରୀ ନିରଂଜନ ନାୟକଙ୍କ ନେତୃତ୍ୱରେ  ମହାବୀର କଲୋନୀ ର ମା ମଙ୍ଗଳା ଙ୍କ ମନ୍ଦିର ରୁ ମାଟି ସଂଗ୍ରହ ଆରମ୍ଭ ହୋଇ ପୁରଣେଶ୍ୱରୀ ମନ୍ଦିର ରେ ସମାପ୍ତ ହୋଇଥିଲା ।ପୁରୀ ଜିଲ୍ଲାର ସଭାପତି ଶ୍ରୀ ଆଶ୍ରିତ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ବରିଷ୍ଠ ବିଜେପି ନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଦିଲ୍ଲୀପ କୁମାର ପାତ୍ର, ମିନଲତା ମହାନ୍ତି, ଝିଲ୍ଲୀ ଲତା ଦାସ, ରଶ୍ମିତା ପାତ୍ର, ତୁଷାର ସ୍ଵାଇଁ, ରାକେଶ ସେନାପତି, ଜାନକୀ ନାଥ ଜେନା, ଦିଲ୍ଲୀପ ପରିଡା, କୃଷ୍ଣ ଚନ୍ଦ୍ର ସ୍ଵାଇଁ, ଜଚିନ୍ଦ୍ର ସ୍ଵାଇଁ,ରାଜକିଶୋର ନାୟକ,ଭକ୍ତ ବନ୍ଧୁ ବିଶ୍ୱାଳ,ପ୍ରଣୟିନୀ ମିଶ୍ର, ମିତା ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ।ଏକ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଙ୍କ ସହ ଅମୃତ କଳସ ନଗର ପରିକ୍ରମା କରିଥିଲେ।ମାଟି ସଂଗ୍ରହ ସହ ବୀର ସହିଦ ନମନ କରି ପଞ୍ଚ ପ୍ରାଣ ର ଦେଶକୁ ବିଶ୍ୱ ରେ ସବୁଠାରୁ ଶକ୍ତିଶାଳୀ କରିବା ପାଇଁ ବ୍ରତୀ ହେବାପାଇଁ ଶପଥ ଗ୍ରହଣ କରିଥିଲେ ।


Post a Comment

0 Comments