ପିପିଲି : ଗୃହ ନିର୍ମାଣ କୁ କେନ୍ଦ୍ର କରି ମୁଁହାମୁହିଁ ଦୁଇ ଗୋଷ୍ଠୀ । ଗୋଚର ଜମି ରେ ସରକାରୀ ଅର୍ଥ ଖର୍ଚ୍ଚ କରି ଗୃହ ନିର୍ମାଣ କରାଯାଉ ଥିବା ଓ ଉଚ୍ଚ ନ୍ୟାୟାଳୟ ର ସ୍ଥିତାବସ୍ଥା ଜାରି ସତ୍ତ୍ୱେ କାମ କରାଯାଉଥିବା ଅଭିଯୋଗ କରି ଆଜି ଜଗନ୍ନାଥ ପୁର ପଂଚାୟତ ରେ ମୁଁହାମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ଅଭିଯୋଗ ଅନୁସାରେ ପଂଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ଅନିୟମିତତା ହେଉଥିବା ଅଭିଯୋଗ କରି ଗ୍ରାମର କିଛି ବ୍ୟକ୍ତି ଭିଜିଲାନ୍ସ ତଦନ୍ତ କରିବା ପାଇଁ ମାମଲା ରୁଜୁ କରିଥିବା ବେଳେ କୋର୍ଟ ଏହି କାର୍ଯ୍ୟ ଉପରେ ସ୍ଥିତାବସ୍ଥା ଜାରି କରିଛି ।ଏ ନେଇ ଗ୍ରାମର ଲୋକ ମାନେ ସ୍ଥାନୀୟ ପୋଲିସ, ଜିଲ୍ଲା ପ୍ରଶାସନ କୁ ଅବଗତ କରାଇଥିଲେ ମଧ୍ୟ ଆଜି କାମ କରାଯାଉ ଥିବା ବେଳେ ଜଗନ୍ନାଥ ପୁର ଗ୍ରାମର ଶତାଧିକ ପୁରୁଷ ଓ ମହିଳା ମାନେ ଏହି କାମ କୁ ବିରୋଧ କରିଥିଲେ ।ସୂଚନା ଅନୁସାରେ ଭୁବନେଶ୍ୱର ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଓଭର ବ୍ରିଜ ନିକଟ ରେ ଥିବା ଜଗନ୍ନାଥ ପୁର ମୌଜା ୧୯୦୯ ପ୍ଲଟ ଗୋଚର ଜମି ରେ ସରକାର ଙ୍କ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରାଯାଉ ଥିବା ବେଳେ ଏଥିରେ ଅନିୟମିତତା ହେଉଥିବା ଅଭିଯୋଗ କରି ଆସୁଥିଲେ ଜଗନ୍ନାଥ ପୁର ଗ୍ରାମର ଲୋକମାନେ ଓ ବିଭିନ୍ନ ସଙ୍ଗଠନ । ଏ ନେଇ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ଗୁରୁତ୍ୱ ଦିଆଯାଇ ନଥିବାରୁ ଜନୈକ ବ୍ୟକ୍ତି(ସମାଜସେବୀ) ମାନ୍ୟବର ହାଇକୋର୍ଟ ଙ୍କ ଦ୍ବାରସ୍ଥ ହୋଇ ଜଗନ୍ନାଥ ପୁର ପଂଚାୟତ ଗୋଚର ଜମିରେ ସରକାର ଙ୍କ ଟଙ୍କା ରେ ନିର୍ମାଣ ଧୀନ ବିଭିନ୍ନ ପ୍ରକଳ୍ପ ର ଭିଜିଲାନ୍ସ ତଦନ୍ତ କରିବା ପାଇଁ ଅନୁରୋଧ କରିଥିଲେ ।। ମାତ୍ର ବ୍ଲକ ପ୍ରଶାସନ ସବୁ ଜାଣିଶୁଣି ତରବରିଆ ଭାବରେ କାମ କରୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଜଗନ୍ନାଥ ପୁର ପଂଚାୟତର ଶତାଧିକ ଲୋକ । ବ୍ଲକ ପ୍ରଶାସନ ପକ୍ଷରୁ ଗୃହ ନିର୍ମାଣ କରାଯାଉ ଥିବା ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଭିଜିଲାନ୍ସ ତଦନ୍ତ ଶେଷ ହେବା ନ ପର୍ଯ୍ୟନ୍ତ କାମ ବନ୍ଦ ରଖିବା ଓ ନ୍ୟାୟାଳୟ ନିର୍ଦ୍ଦେଶ କୁ ମାନୁ ନଥିବା ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀ କରିଥିଲେ । ଘଟଣା ସ୍ଥଳରେ ପିପିଲି ପୋଲିସ ପହଁଚି ଆନ୍ଦୋଳନକାରୀ ଙ୍କ ସହିତ ଆଲୋଚନା କରି ଥିଲେ ମଧ୍ୟ ଆନ୍ଦୋଳନ କାରୀ ନିଜ ଜିଦ ରେ ଅଟଳ ରହିଥିବା ବେଳେ ଘଟଣା ସ୍ଥଳରେ ପିପିଲି ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ ପହଁଚି ବିକ୍ଷୋଭ ପ୍ରଦର୍ଶନକାରୀ ଙ୍କ ସହିତ ଆଲୋଚନା ପରେ ବିକ୍ଷୋଭ ପ୍ରଦର୍ଶନ କାରୀ ମାନେ ଆନ୍ଦୋଳନ ରୁ ଓହରି ଥିଲେ।
0 Comments