ପିପିଲି; ରାଜ୍ୟ ସରକାର ଓଡିଶା ବିଦ୍ଯାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ତଥା ଓସେପା ଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଅକ୍ଟୋବର ୧୧ ତାରିଖ ଦିନ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହେଉଥିବା ବେଳେ ପିପିଲି ଗୋବିନ୍ଦପୁର କ୍ଲଷ୍ଟର ର ନୀଳକଣ୍ଠ ନୋଡାଲ ୟୁପି ସ୍କୁଲ ରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କ୍ଳଷ୍ଟର ସିଆରସିସି ଚିନ୍ତାମଣି ଓଝା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁକନ୍ୟା ପ୍ରତି ହେଉଥିବା ହିଂସା , ଅବହେଳା, ବାଲ୍ୟବିବାହ ଓ ଭୃଣ ହତ୍ୟା ପ୍ରତି ସଚେତନତା ବ୍ୟକ୍ତ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ରଜତ ରଂଜନ ଦାଶ ଅତିଥି ଭାବରେ ଯୋଗ ଦେଇ ବାଲ୍ୟ ବିବାହ ଉପରେ ରୋକ ଲାଗିବା ପାଇଁ ସଚେତନତା ର ଅଵଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ
ଆଜିର ସମାଜରେ ପୁରୁଷ ଙ୍କ ସହ ତାଳ ଦେଇ ମହିଳା ମାନେ ସବୁ କ୍ଷେତ୍ରରେ ଆଗକୁ ରହିଛନ୍ତି କିନ୍ତୁ କେତେକ ସମୟରେ ଶିଶୁ କନ୍ୟା ଅଲୋଡା ଭେଦଭାବର ଦୃଶ୍ୟ ସମାଜ କୁ କଳୁଷିତ କରୁଛି । ଏଥିପ୍ରତି ସମଗ୍ର ସମାଜ ସଚେତନ ହୋଇ କନ୍ୟା କୁ ରତ୍ନ ସହ ତୁଳନା କରିବା ଆବଶ୍ୟକ ବୋଲି ଶ୍ରୀ ଓଝା ମତବ୍ୟକ୍ତ ପ୍ରକାଶ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଅଞ୍ଜଳୀ ମହାନ୍ତି , କନକଲତା ତ୍ରିପାଠୀ ପ୍ରମୁଖ ବାଳିକା ଦିବସ ପାଳନ ର ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲେ। ଏହି ଅବସରରେ ବାଲ୍ଯ ବିବାହ ବନ୍ଦ ପାଇଁ ଉପସ୍ଥିତ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଶପଥ ପାଠ କରାଯାଇଥିଲା । ସଚେତନତା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ମାନେ ଗ୍ରାମ ପରିକ୍ରମା କରିଥିଲେ । ପରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନେ ବାଳିକା ଶିକ୍ଷା ସଚେତନତା ପାଇଁ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ। ଶିକ୍ଷୟିତ୍ରୀ ସୁନୀତା ନାୟକ, ଦୟାନିଧି ଷଢଙ୍ଗୀ , ପ୍ରକାଶିନୀ ବ୍ରହ୍ମା, କବିତା ମହାପାତ୍ର,ବିସ୍ମିତା ମହାନ୍ତି, ସସ୍ମିତା ବେହେରାଙ୍କ ସମସ୍ତ ସଦସ୍ୟ କାର୍ଯ୍ଯ ପରିଚାଳନା କରିଥିଲେ। ସେହିପରି ଏହି ଭଳି କାର୍ଯ୍ୟକ୍ରମ ଗୋବିନ୍ଦପୁର ନୋଡାଲ ୟୁପି, ହରିଅନ୍ତା ପିୟୁପି, ଆରୁହା ୟୁଜିୟୁପି, ବାଲୁଙ୍କେଶ୍ୱର ୟୁପି, ଗୋବିନ୍ଦପୁର ହାଇସ୍କୁଲ, ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାପୀଠ, ଶିଉଳା, ତଲଉ, କଣ୍ଟାପଡ଼ା, କୁଞ୍ଜର, ଅଡଙ୍ଗପଡା ଆଦି ପ୍ରାଥମିକ ବିଦ୍ୟାଳୟ ରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି।
0 Comments