Header Ads Widget



BREAKING NEWS

6/recent/ticker-posts

ମିଶନଶକ୍ତି ଯୋଜନା ରେ ସ୍କୁଟର ବଣ୍ଟନ।

                                                                  


ପୁରୀ ; ମହିଳାଙ୍କୁ ସ୍ୱାବଲମ୍ବୀ ଏବଂ ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଯୋଜନା ହାତକୁ ନେଇଛନ୍ତି। ମିଶନ ଶକ୍ତି ମାଧ୍ୟମରେ ଓଡ଼ିଶାର ଲକ୍ଷ ଲକ୍ଷ ମହିଳା ବିଭିନ୍ନ କ୍ଷେତ୍ରରେ କର୍ମନିଯୁକ୍ତି ପାଇ ନିଜକୁ ସ୍ବାବଲମ୍ବୀ କରିପାରିଛନ୍ତି।‌ ତେବେ ଏହି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଆଉ ଦୁଇ ପାଦ ଆଗକୁ ଯାଇ ପୁରୀ ଜିଲ୍ଲା ମିଶନ ଶକ୍ତିର କାର୍ଯ୍ୟକାରୀ କମିଟିର ସଦସ୍ୟ ମାନଙ୍କୁ ଦୁଇଚକିଆ ସ୍କୁଟି ପ୍ରଦାନ କରିଛନ୍ତି। ପୁରୀ ଜିଲ୍ଲାରେ ୪୭୦ଟି ସ୍କୁଟି ଦେବା ପାଇଁ ସରକାର ମଞ୍ଜୁର କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୧୧ଟି ସ୍କୁଟି ମହିଳାଙ୍କୁ ପ୍ରଦାନ କରାଯାଇଛି। ସ୍କୁଟି ଋଣର ସୁଧ ସରକାର ବହନ କରୁଥିବା ବେଳେ ମିଶନ ଶକ୍ତି ମହିଳା ମାନେ ବିଭିନ୍ନ କାର୍ଯ୍ୟ ପାଇଁ କିଭଳି ସୁବିଧାରେ ଯାତାୟତ କରିପାରିବେ ସେନେଇ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ମେଗା କାର୍ଯ୍ୟକ୍ରମ ପୁରୀ ବ୍ଲୁ ଫ୍ଲାଗ ବିଚରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସମର୍ଥ ବର୍ମା ଉପସ୍ଥିତ ରହି ମହିଳା ମାନଙ୍କୁ ସ୍କୁଟି ଗୁଡ଼ିକ ହସ୍ତାନ୍ତର କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ସ୍ବତନ୍ତ୍ର ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି ମିଶନ ଶକ୍ତିର ମହିଳା ମାନେ। ଆଗାମୀ ଦିନରେ ସମସ୍ତ କାର୍ଯ୍ୟ କରିବା କ୍ଷେତ୍ରରେ ଏହା ଅଧିକ ଉତ୍ସାହିତ କରିବ ବୋଲି ମିଶନ ଶକ୍ତି ପକ୍ଷରୁ କୁହାଯାଇଛି। 




Post a Comment

0 Comments