1. ପୁରୀ : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ  ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ   ନଅ ନମ୍ବର ଜୋନ୍ ରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଶିଆଳ ପଞ୍ଚାୟତ ମୋରଡ଼ା ଗ୍ରାମର ବାବା ବଟେସ୍ୱରଙ୍କ ମନ୍ଦିର ଠାରୁ ଚାରି କିଲୋମିଟର ପଦଯାତ୍ରା ଆରମ୍ଭ ହୋଇ ସିଆଣ୍ଡି ପଞ୍ଚାୟତ ବାବା ଆଖଣ୍ଡଳେଶ୍ୱର ମନ୍ଦିର ଠାରେ ପହଞ୍ଚି ଏକ ବିଶାଳ ସଭା ଅନୁଷ୍ଠିତ ହୋଇଯାଇଅଛି। ସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି। କୃଷ୍ଣପ୍ରସାଦ ବ୍ଲକ ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀଧର ସାହୁ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମହତ୍ୱକାଙ୍କି କାଳିଆ ଯୋଜନାରେ କୃଷ୍ଣପ୍ରସାଦ ଦ୍ବିପାଞ୍ଚଳରେ ଥିବା ଚାଷୀଭାଇ ମାନେ ବେସ୍ ଉପକୃତ ହୋଇପାରିଛନ୍ତି ଏହା ସହିତ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ କୃଷ୍ଣପ୍ରସାଦ ବ୍ଲକ ଦ୍ବିପାଞ୍ଚଳରେ ସାଧାରଣ ଓ ଗରିବ ଲୋକ ବେସ ଉପକୃତ ହେଉଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତିି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟର ବାର୍ତ୍ତାକୁ ଲୋକଙ୍କ ନିକଟତର ହୋଇ ପହଞ୍ଚାଇବାକୁ ଜନପ୍ରତିନିଧି ଏବଂ ଦଳୀୟ କର୍ମୀଙ୍କୁ ଶ୍ରୀ ଦାସବର୍ମା ପରାମର୍ଶ ଦେଇଛନ୍ତି।

                                                                  


  1.                                                                    କୃଷ୍ଣପ୍ରସାଦ ବ୍ଲକ  ନଅ ନମ୍ବର ଜୋନ୍ ରେ ତିତିପ ଠାରେ   ୩୩ କେବି ଗ୍ରିଡ୍ ଇଲେକ୍ଟ୍ରିକ୍ ସବ୍ ଷ୍ଟେସନ, ମାଲୁଦ ଠାରେ ୩୩ କେବି ଗ୍ରିଡ୍ ଇଲେକ୍ଟ୍ରିକ୍ ସବ୍ ଷ୍ଟେସନ ସିଆଣ୍ଡି, ମାଲୁଦ, ତିତିପ, ଶିଆଳ, କୃଷ୍ଣପ୍ରସାଦ, ବଡ଼ଝାଡ଼, ବଜ୍ରକୋଟ, ବୁଦ୍ଧିବର, ରାମଲେଙ୍କା, ଗୋମଣ୍ଡିଆ, ବଡ଼ଅଁଳ ଓ ଅଲଣ୍ଡା ଦ୍ବିପାଞ୍ଚଳ ପଞ୍ଚାୟତରେ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ସିପିଆ ଗ୍ରାମ ଠାରୁ ଝାରକଟା, P.W.D ରାସ୍ତା ଠାରୁ ସାମନ୍ତରାପୁର ଓ ଚାରିଛକ ଠାରୁ ଗୋମଣ୍ଡିଆ ପଞ୍ଚାୟତ ପଥରକଟା ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଏବଂ ଏହି ୧୨ ଗୋଟି ପଞ୍ଚାୟତରେ  ୫ଟି ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ଗୁଡ଼ିକର ରୁପାନ୍ତିକରଣ, ମାଲୁଦ ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସିଆଣ୍ଡି ପଞ୍ଚାୟତ ଗୋପାଳପୁର ଠାରେ ଶିଳ୍ପ ତାଲିମ ପ୍ରତିଷ୍ଠାନ, ମାଲୁଦ ଠାରେ ଅଗ୍ନିଶମ ବିଭାଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ସମ୍ଭବ ହୋଇ ପାରିଛି ବୋଲି ଶ୍ରୀଯୁକ୍ତ ଦାସବର୍ମା କହିଛନ୍ତି। ଦ୍ବିପାଞ୍ଚଳ ତିତିପ ଠାରେ ନୂତନ ସ୍ଵାସ୍ଥ୍ୟ କେନ୍ଦ୍ର ପାଇଁ  ଏକକୋଟି ଟଙ୍କା ଏବଂ ବଜ୍ରକୋଟ ପଞ୍ଚାୟତ କନ୍ଦାଖାଇ ଠାରେ ନୂତନ ସ୍ଵାସ୍ଥ୍ୟ କେନ୍ଦ୍ର ପାଇଁ ଏକ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ଶ୍ରୀ ଦାସବର୍ମା କହିଛନ୍ତି। ଗତ ୧୩ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ 'ଆମ ଓଡ଼ିଶା ଓ ନବୀନ ଓଡ଼ିଶା' ଯୋଜନାରେ କୃଷ୍ଣପ୍ରସାଦ ବ୍ଲକ ପ୍ରତି ପଞ୍ଚାୟତରେ ୫୦ ଲକ୍ଷ ଲେଖାଏଁ ମଞ୍ଜୁର କରିଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଗ୍ରାମାଞ୍ଚଳ ଭିତିଭୂମିର ରୂପାନ୍ତରଣ ସହ ଆଧ୍ୟାତ୍ମିକ ମୂଲ୍ୟବୋଧର ଭିତ୍ତିକୁ ଆହୁରି ସୃଦୃଢ଼ କରିବା ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

                                                                     


  1.                                                                  ବିଜୁ ଜନତା ଦଳର ପ୍ରତିଟି କର୍ମୀ ଓ ନେତୃବୃନ୍ଦ ପଦଯାତ୍ରାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ରୂପାନ୍ତରଣ କାର୍ଯ୍ୟ ବିଷୟରେ ଲୋକଙ୍କୁ ସଚେତନ କରିଛନ୍ତି। କୃଷ୍ଣପ୍ରସାଦ ବ୍ଲକ ତିନି ମୈାଜା ସମ୍ପାଦକ ପ୍ରଶାନ୍ତ କୁମାର ପଲେଇ ସଭା ଶେଷରେ ଧନ୍ୟବାଦ ଜଣାଇ ସଭା କାର୍ଯ୍ୟ ଶେଷ କରିଛନ୍ତି। ଏହି କାର୍ଯ୍ୟକ୍ରମର କୃଷ୍ଣପ୍ରସାଦ ବ୍ଲକ ବିଜୁ ଜନତା ଦଳର ସଭାପତି ଲକ୍ଷ୍ମୀଧର ସାହୁ, ସାଂସଦଙ୍କ ପ୍ରତିନିଧି ରାଜକିଶୋର ବିଶ୍ୱାଳ, ପୁରୀ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ କାର୍ତ୍ତବିର୍ଯ୍ୟ ସ୍ଵାଇଁ, ପୁରୀ ସଦର ବ୍ଲକ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ନୁନୁ ମିଶ୍ର, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟାଙ୍କ ପ୍ରତିନିଧି ଜ୍ଞାନଚାନ୍ଧ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ସନ୍ଦିପ କୁମାର ଜେନା, ବ୍ରହ୍ମଗିରି ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ୱର ସାହୁ, ବରିଷ୍ଟ ନେତା କେଦାର ଜେନା, ବାଳକୃଷ୍ଣ ପେଣ୍ଠୋଇ, ପ୍ରଫୁଲ୍ଲ ଜେନା, କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରେଇ, ଉପାଧ୍ୟକ୍ଷା ଶକୁନ୍ତଳା ଗଡ଼ୁ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନାବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦାଳାଇ, ବ୍ରହ୍ମଗିରି ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ଶିଆଳ ପଞ୍ଚାୟତ ସରପଞ୍ଚ ରବୀନ୍ଦ୍ର ମାଝୀ, ସଭାପତି ଅଜୟ ପଲେଇ, ସିଆଣ୍ଡି ପଞ୍ଚାୟତ ସରପଞ୍ଚ ଆଦିତ୍ୟ ରଞ୍ଜନ ପଲେଇ, ଯୁବ ନେତା ଦିଲୀପ ରଣସିଂହ, ଅଭୟ ମହାପାତ୍ରଙ୍କ ସମେତ କୃଷ୍ଣପ୍ରସାଦ ବ୍ଲକ ନମ୍ବର   ଜୋନ୍ ର ବିଜୁ ଜନତା ଦଳର ଦଳୀୟ କର୍ମି, ବରିଷ୍ଟ ନେତୃବୃନ୍ଦ, ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳର ନେତୃବୃନ୍ଦ ଓ ନବନିର୍ବାଚିତ ଜନପ୍ରତିନିଧି ଏବଂ ଜନସାଧାରଣ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।