Header Ads Widget



BREAKING NEWS

6/recent/ticker-posts

ପୁରୀ ଜିଲ୍ଲା କଂଗ୍ରେସ କମିଟି ର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

                                                                    

                                                           


ପୁରୀ ; ପୁରୀ ଜିଲ୍ଲା କଂଗ୍ରେସ କମିଟି ର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତା ରେ ପୁରୀ ଜିଲା ଇନ୍ଦିରା ଭବନ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯକ୍ରମ ରେ ଜିଲା ର ବହୁ ବରିଷ୍ଠ କଂଗ୍ରେସ ନେତା, କର୍ମୀ ଯୋଗ ଦେଇଥିଲେ।  ନିର୍ବାଚନ ପୂର୍ବରୁ କଂଗ୍ରେସ ବୈଠକ ଅତି ଗୁରୁତ୍ୱ ବହନ କରୁଛି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ନିର୍ବାଚନ ପୂର୍ବରୁ ନିଜକୁ ପ୍ରସ୍ତୁତ କରି ଛି ।  ବୈଠକରେ ଅତି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇ ଥିବା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିରରେ  ଭକ୍ତ ଙ୍କ ପାଇଁ  ଚାରି ଦ୍ବାର ଖୋଲିବା ନେଇ କଂଗ୍ରେସ ର ଦାବୀ  କରିଛି। ଶ୍ରୀ ମନ୍ଦିର ଚାରି ଦ୍ବାର ଦେଇ ପ୍ରଵେଶ କଟକଣା ଥିବାରୁ ଭକ୍ତ ମାନେ ଦର୍ଶନ ନେଇ ବହୁ ଅସୁବିଧା ଭୋଗୁଛନ୍ତି। ଏଣୁ ରାଜ୍ୟ ସରକାର୍ ତୁରନ୍ତ ଶ୍ରୀ ମନ୍ଦିର  ଚାରି ଦ୍ୱାର ଖୋଲିବା ନେଇ ସେ ଦାବୀ କରିଛନ୍ତି କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ। ସେହିପରି ମହାପ୍ରଭୁ ଙ୍କ ରତ୍ନ ଭଣ୍ଡାର ସୁରକ୍ଷା ପାଇଁ ସରକାର ଯେଉଁ ଅବହେଳା କରୁଛନ୍ତି ସେ କଡ଼ା ସମାଲୋଚନା କରିଛନ୍ତି। ରତ୍ନ ଭଣ୍ଡାର ଖୋଲିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇ  ଥିଲେ ମଧ୍ୟ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ପ୍ରସାଦ ଦାବୀ କରିଛନ୍ତି। ସେହିପରି ପୁରୀ ସହର ବାସୀ ଙ୍କ ଜମିଜମା ସମସ୍ୟା କୁ ନେଇ ଘୋର ଅସୁବିଧା ଭୋଗୁଥିବା ବେଳେ ସରକାର ଚୁପ୍ ବସିବା କୁ ନେଇ ସମାଲୋଚନା କରିଚନ୍ତି ପ୍ରସାଦ। ଲୋକ ଙ୍କ ସ୍ୱାର୍ଥ ପାଇଁ ଦୀର୍ଘ ଦିନ ରୁ ମହାପ୍ରଭୁ ଙ୍କ ଜମି କୁ କିଣି ଘର କରି ରହିଥିବା ବ୍ୟକ୍ତି ଙ୍କୁ ୧୦ ଡିସିମିଲି ଜମି ସେମାନଙ୍କୁ କମ ମୂଲ୍ୟ ରେ ଯୋଗାଇ ଦେବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ପ୍ରସାଦ ହରିଚନ୍ଦନ ଦାବୀ କରିଚନ୍ତି। ସେହିପରି ବେକାରୀ ସମସ୍ୟା, ମହିଳା କୁ ନିର୍ଯ୍ୟତନା ରୋକିବା ପାଇଁ କଡ଼ା ପଦକ୍ଷେପ, ପୁରୀ ସହର ବାସୀ ଙ୍କୁ ମୌଳିକ ସୁବିଧା ସଠିକ୍ ଢଙ୍ଗ ରେ ପ୍ରଦାନ କରିବାକୁ ଦାବୀ  କରିଥିବା ବେଳେ ଏହାର ପ୍ରତିବାଦ ରେ ଖୁବ ଶିଘ୍ର କଂଗ୍ରେସ ରାଜ୍ ରାସ୍ତା କୁ ଓହ୍ଲାଇବ ବୋଲି ପ୍ରସାଦ ହରିଚନ୍ଦନ କହିଛନ୍ତି। ବିଶେଷ କରି ଏହି କାର୍ଯ୍ୟ କାରିଣୀ ବୈଠକରେ ଦଳ କୁ କିଭଳି ଅଧିକ ମଜଭୁତ କରାଯିବ, ବିଭିନ୍ନ ପ୍ରସଂଗ କୁ ନେଇ ଦଳ କିଭଳି ଆନ୍ଦୋଳନ କୁ ଓହ୍ଲାଇବ ସେ ନେଇ ଆଲୋ ଚୋନା ହୋଇଛି। 

                                                         


                                                      ଏହାଛଡା ପୁରୀ ସହର ରେ ୫ ବର୍ଷ ହେବ ପୌର ନିର୍ବାଚନ ହୋଇ ନଥିବାରୁ ୱାର୍ଡ କେହି ଲୋକ ପ୍ରତିନିଧି ନାହାନ୍ତି। ଫଳରେ ଲୋକ ଙ୍କ ମୌଳିକ ସମସ୍ୟା ସମାଧାନ ହୋଇ ପାରିନାହିଁ। ତେବେ ଲୋକ ମୌଳିକ ସୁବିଧା ପାଇଁ ତୁରନ୍ତ ପୌର ନିର୍ବାଚନ କରିବା, ପୁରୀ ସହର ରେ ଥିବା ଜମି ଜମା ସମସ୍ୟା ସମାଧାନ ଦାବୀ/, ଶ୍ରୀ ମନ୍ଦିର ଚାରି ଦ୍ୱାର ଓ ରତ୍ନ ଭଣ୍ଡାର ଖୋଲିବା ଦାବୀ ନେଇ କଂଗ୍ରେସ ଖୁବ ଶିଘ୍ର ଆନ୍ଦୋଳନ କୁ ଓହ୍ଲାଇବାକୁ ଯୋଜନା କରିଥିବା ପୁରୀ ନଗର କଂଗ୍ରେସ ସଭାପତି ଅମରେନ୍ଦ୍ର ପାଇକରାୟ କହିଛନ୍ତି। ପୁରୀ ଜିଲା କଂଗ୍ରେସ କମିଟି ର ସଭାପତି ଜୟ ନାରାୟଣ ପଟ୍ଟନାୟକ  ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରା ର ଦୁଇ ପାର୍ଶ୍ଵ ବୋଲି ଅଭିଯୋଗ କରିଛନ୍ତି। ଏହି ଦୁଇ ଦଳ ଲୋକ ଙ୍କୁ ଭୁଆଁ ବୁଲାଇ ଶାସନରେ କେବଳ ନିଜର ବିକାଶ କରିଛନ୍ତି। ତେବେ ଲୋକ୍ ସବୁ ବୁଝି ଗଲେଣି। ବିଶେଷ କରି ପୁରୀ ବାସିନ୍ଦା ବହୁ ସମସ୍ୟା କୁ ନେଇ ଅସୁବିଧା ଭୋଗୁଥିବା ବେଳେ ବିଜେଡ଼ିଓ ବିଜେପି ଚୁପ୍ ବସିବା କୁ କଂଗ୍ରେସ ସମାଲୋଚନା କରିଛି । ଦୁର୍ନୀତିଗ୍ରସ୍ତ ବିଜେପି ଓ ବିଜେଡ଼ି ସରକାର ଙ୍କୁ ହଟାଇବା ପାଇଁ କଂଗ୍ରେସ ବ୍ୟାପକ ସଂଗ୍ରାମ କରିବ ବୋଲି ପୁରୀ ଜିଲା କଂଗ୍ରେସ କମିଟି ସଭାପତି ଜୟ ନାରାୟଣ ପଟ୍ଟନାୟକ କହିଛନ୍ତି। କଂଗ୍ରେସ ର ଏହି କାର୍ଯ୍ୟକାରିଣୀ ବୈଠକ ରେ ପୁରୀ ଜିଲ୍ଲା କଂଗ୍ରେସ ପ୍ରଭାରୀ  ଶିବାନନ୍ଦ ରାୟ, କଂଗ୍ରେସ ନେତା ବିଶ୍ଵ ଭୂଷଣ ଦାସ, କଂଗ୍ରେସ ନେତା ମାନସ ଆଚାର୍ଯ୍ୟ,  କଂଗ୍ରେସ ନେତା ଜ୍ଞାନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।





Post a Comment

0 Comments