Header Ads Widget



BREAKING NEWS

6/recent/ticker-posts

ନିମାପଡ଼ା ବଡ଼ ମାଛପୁର ପଂଚାୟତ ରେ ବିଜେଡି ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

                                                             


                                                  

ନିମାପଡ଼ା; ନିମାପଡ଼ା ବଡ଼ ମାଛପୁର ପଂଚାୟତ ରେ ବିଜେଡି ର  ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ବିଧାୟକ ସମୀର ରଂଜନ ଦାଶ ଙ୍କ ନେତୁତ୍ବ ରେ ଶତାଧିକ ବିଜେଡି କର୍ମୀ ଙ୍କ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସର ରେ  ପ୍ରାୟ ୮୦ଜଣ ବିଭିନ୍ନ ରାଜନୈତିକ ଦଳ ଛାଡ଼ି ବିଜେଡ଼ି ରେ ଯୋଗ ଦେଇ ଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଓ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ନିମାପଡା ର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ସମୀର ଦାଶ ମହୋଦୟଙ୍କ ନୀତି ଆଦର୍ଶ ଓ ବିକାଶ ଧାରା  ରେ ଅନୁପ୍ରାଣିତ ହୋଇ ମାନ୍ୟବର ବିଧାୟକ ଙ୍କ ଉପସ୍ଥିତି ରେ ବଡ଼ମାଚ୍ଛାପୁର ପଞ୍ଚାୟତ ର   ନେତୃତ୍ୱ ରେ ୮୦ ରୁ ଉର୍ଦ୍ଧ ବିଜେପି ଓ କଂଗ୍ରେସ ପରିବାର ନିଜ ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ ରେ ସାମିଲ ହେଲେ l ଏହି ମିଶ୍ରଣ ପର୍ବ ରେ ନିମାପଡ଼ାବ୍ଲକ ଅଧ୍ୟକ୍ଷ - ଶଙ୍କର ଭୋଇ, ନିମାପଡ଼ାବ୍ଲକ ବିଜେଡି ସଭାପତି - ଅଶୋକ ସାହୁଜିଲ୍ଲାପରିଷଦ  ସଭ୍ୟ ପ୍ରଦୀପ୍ତ ଖଟୋଇ,ଜିଲ୍ଲାପରିଷଦ ସଭ୍ୟ - ରବୀନ୍ଦ୍ର ମଲ୍ଲିକ, ବିଜେଡି ନେତାଭାଗ୍ୟଧର ଖଟୋଇ ପ୍ରୀତି ରେଖା ବେହେରାସସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ନିର୍ବାଚନ ପୂର୍ବରୁ ବିଜେଡି ଦଳ ରେ ବିଭିନ୍ନ ରାଜନୈତିକ ଦଳ ରୁ ନେତା ଓ କର୍ମୀ ଙ୍କ ମିଳନ ଆସନ୍ତା ନିର୍ବାଚନ ରେ ବିଜେଡ଼ି କୁ ଫାଇଦା ଦେଵ ବୋଲି ଅନୁମାନ କରାଯାଉଛି






Post a Comment

0 Comments