Header Ads Widget



BREAKING NEWS

6/recent/ticker-posts

ସ୍ବଚ୍ଛତା ହିଁ ସେବା

                                                                  


 ପୁରୀ ;ଶନିବାର ଦିନ ଦିବା  ୧୦ ଘଟିକା ସମୟରେ  ମଦର୍ସ ପବ୍ଲିକ ସ୍କୁଲ, ପୁରୀ ତରଫରୁ  ଶତାଧିକ ଛାତ୍ରଛାତ୍ରୀ ବିଦ୍ୟାଳୟ ର ଅଧ୍ୟକ୍ଷା  ସିନ୍ଧୁମୋଲ ଅରୁଣ କୁମାର  ଓ  ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ  ତତ୍ତ୍ଵାବଧାନରେ  ସ୍ବଚ୍ଛତା ସପ୍ତାହ କୁ ସାକାର କରିବା ପାଇଁ ପୁରୀ ସମୁଦ୍ର କୂଳ ( ଦିଗବାରେଣି) ରେ  ‘ ସ୍ବଚ୍ଛତା ହିଁ ସେବା ' କାର୍ଯ୍ୟ କ୍ରମରେ ଆୟୋଜନ କରିଥିଲେ । ଏଥିରେ ସ୍ବଚ୍ଛତା ସମ୍ପର୍କରେ ପରିବେଶ କୁ ସଫା ରଖିବା ସହିତ  ପୃଥିବୀ ପୃଷ୍ଠ କୁ ଗଛ ଲଗାଇ ସବୁଜ କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା । କୁନି କୁନି ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କଲେ । ନୃତ୍ୟ, ସଂଗୀତ ତଥା ବକ୍ତୃତା ମାଧ୍ୟମରେ ଛାତ୍ର ଛାତ୍ରୀ ମାନେ ସର୍ବସାଧାରଣ ଙ୍କୁ ସ୍ବଚ୍ଛତା ସମ୍ପର୍କରେ ବାର୍ତ୍ତା ଦେଇ ଥିଲେ । ଅଳିଆ ଆବର୍ଜ୍ଜନା ଏଣେ ତେଣେ ନ ଫୋପାଡି ଡଷ୍ଟବିନ୍ ରେ ପକାଇବାକୁ ବୁଝାଇଥିଲେ  । ପଲିଥିନ ବ୍ୟବହାର କୁ ନିଷିଦ୍ଧ କରାଯିବା ସହିତ ଗଛ ଲଗାଇ ସବୁଜ ପରିବେଶ ସୃଷ୍ଟି ସମ୍ପର୍କରେ ଅବଗତ କରାଇଲେ  ଛାତ୍ରଛାତ୍ରୀ। ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ପୃଥିବୀ କୁ ସୁସ୍ଥ ବାତାବରଣ ଯୋଗାଇ ଦେବାକୁ ଶପଥ ଗ୍ରହଣ କଲେ । ନିଜ ସହିତ ଆଉ ଶହେ ଜଣକୁ ସଚେତନ କରାଇବା ଲାଗି ଶପଥ ପାଠ କଲେ । ବିଦ୍ୟାଳୟ ର ଅଧ୍ୟକ୍ଷା ଏ ପରିପ୍ରେକ୍ଷୀରେ ଜନସାଧାରଣ ଙ୍କୁ ସ୍ବଚ୍ଛତା ର ବାର୍ତ୍ତା ପ୍ରଦାନ  କରିଥିଲେ ।


Post a Comment

0 Comments