Header Ads Widget



BREAKING NEWS

6/recent/ticker-posts

ଜିଲ୍ଲା ସ୍ତରୀୟ ଅଦ୍ଵିକା କପ କାର୍ଯ୍ୟକ୍ରମ ଅନୁଷ୍ଠିତ


                                                                    


ପୁରୀ ; ଜିଲ୍ଲା ପ୍ରଶାସନ, ଆକ୍ସନ ଏଡ, ୟୁନିସେଫ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜିଲ୍ଲା ସ୍ତରୀୟ ଅଦ୍ଵିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ ଥିଲା ବାଲ୍ୟ ବିବାହକୁ ନା କହିବା ସ୍କୁଲ ଯିବାକୁ ହଁ କହିବା l ଏହି କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲାର ଆଠ ଟି ଶିଶୁ ଯତ୍ନ ଅନୁଷ୍ଠାନର କିଶୋର କିଶୋରୀ ମାନେ ବିଭିନ୍ନ କ୍ରୀଡା ରେ ଅଂଶ ଗ୍ରହଣ କରିଥିଲେ l ଶିଶୁ ମଂଗଳ ବିଭାଗ ଅତର୍ଗତ, ଜିଲ୍ଲା ସଂଯୋଜିକା ବାଲ୍ୟ ବିବାହ ନିରୋଧ ରଂଜିତା ଦାଶ ଙ୍କ ସଂଯୋଜନା ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀସନ୍ତୋଷ କୁମାର ସେଠୀ ,  ଶିଶୁ କଲ୍ୟାଣ ସମିତୀ ଅଧକ୍ଷ ଅଜିତ ମହାପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ  ଚନ୍ଦନ କୁମାର ସାହୁ, ଆକ୍ସନ ଏଡ ରାଜ୍ୟ ସହ ନିର୍ଦେଶକ  ଦେବବ୍ରତ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ  ମନୋଜ କୁମାର ତ୍ରିପାଠୀ,ଜିଲ୍ଲା ସଂଯୋଜକ ଦେଓଗଡ  ବୀରେନ୍ଦ୍ର କୁମାର ମହାପାତ୍ର, ଶିଶୁ ମଙ୍ଗଳ ବିଭାଗର ପୁରୀ ସଦର ଏବଂ ମୁନସିପାଲିଟି ର, ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ମାନେ ଯୋଗ ଦେଇ ଶିଶୁ ମାନଙ୍କୁ ପ୍ରୋତ୍ସାହନ କରିଥିଲେ l  ଏହି କାର୍ଯ୍ୟକ୍ରମ ରେ ବାଳିକା ବିଭାଗରେ ଉତ୍ତମ ପ୍ରଦର୍ଶନ ପାଇଁ ନୀଳାଚଳ ସେବା ପ୍ରତିଷ୍ଠାନ ଏବଂ ବଳାଶ୍ରମ ର ବାଳିକା ଅନ୍ତେବାସୀ ମାନଙ୍କୁ ଅଦ୍ଵିକା କପ ପ୍ରଦାନ କରାଯାଇଥିଲା l  ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର,  ଶୁଭନାରାୟଣ ଶତପଥୀ,  ସନ୍ତୋଷ କୁମାର ସାହୁ, ସ୍ନିଗ୍ଧା ରାଣୀ ସାହୁ , ରୋଜାଲିନ ପାତ୍ର, ବିଜୟ ପରିଡା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ l


Post a Comment

0 Comments