Header Ads Widget



BREAKING NEWS

6/recent/ticker-posts

ଲୋକ ପ୍ରିୟ ଜନ ନେତା ପ୍ରଦୀପ ମହାରଥୀ ଙ୍କ ସ୍ମୁତି ପୁସ୍ତକ ଉନ୍ମୋଚନ ସମାରୋହ

                                                               




 

 ଭୁବନେଶ୍ୱର : ଲୋକ ପ୍ରିୟ ଜନ ନେତା  ପ୍ରଦୀପ ମହାରଥୀ ଙ୍କ ସ୍ମୁତି  ପୁସ୍ତକ ଉନ୍ମୋଚନ ସମାରୋହ ଭୁବନେଶ୍ୱର ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପୁସ୍ତକ   ଉନ୍ମୋଚନ ସମାରୋହ   ମୁଖ୍ୟ ଅତିଥି ଭାବେ  ଉଚ୍ଚଶିକ୍ଷା ମନ୍ତ୍ରୀ ଅତ୍ୟୁନ ସବ୍ୟସାଚୀ ନାୟକ  ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ପିପିଲି ବିଧାୟକ ରୁଦ୍ର  ପ୍ରତାପ ମହାରଥୀ, ବିଶିଷ୍ଟ ସାହିତ୍ୟିକ    ଶିକ୍ଷାବିତ  କୈଳାଶ ଚନ୍ଦ୍ର ଟିକାୟତ ରାୟ, ସମାଜସେବୀ ରମେଶ ମହାପାତ୍ର, ବ୍ରହ୍ମା କୁମାରୀ ଭଉଣୀ ଗୀତା ଭଉଣୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ  ପ୍ରଦୀପ ମହାରଥୀ ଙ୍କ ଜୀବନ ଉପରେ ସମାଜସେବୀ ରମେଶ ମହାପାତ୍ର ଙ୍କ ଦ୍ଵାରା ଲିଖିତ ପୁସ୍ତକ ଦ ଫରଚୁନ ଚେଞ୍ଜର ଅଫ  ଡେଲାଙ୍ଗ ପିପିଲି (THE FORTUNE CHANGER OF DELANG PIPLI) ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ କରାଯାଇ ଥିଲା ।  

                                                                              

                                                    

                                                           



                                                   ବିଶେଷ କରି ଦିବଙ୍ଗତ ନେତା ପ୍ରଦୀପ ମହାରଥୀ  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ରେ ଅନୁପ୍ରାଣିତ ଥିବା ବେଳେ ଜଣେ  ଦରଦି ମଣିଷ ଥିବା ବେଳେ ନିଜ କର୍ମ ପାଇଁ  ସାରା ରାଜ୍ୟରେ ପରିଚିତ ଥିଲେ ବୋଲି ଅତିଥି ମାନେ ମତପୋଷଣ କରିଥିଲେ । ଦିବଙ୍ଗତ ନେତା  ପ୍ରଦୀପ ମହାରଥୀ ଙ୍କ ଉଦେଶ୍ୟ ରେ  ଭୁବନେଶ୍ୱର ରେ ଆୟୋଜିତ  ଏହି ସମାରୋହରେ  ରେ ଦିବଙ୍ଗତ ନେତା ପ୍ରଦୀପ ମହାରଥୀ ଙ୍କ ଧର୍ମପତ୍ନୀ ପ୍ରତିଭା ମହାରଥୀ ଏହି ସଭାରେ ସ୍ୱଭାପତିତ୍ବ କରିଥିବା ବେଳେ ଝିଅ ପଲ୍ଲବୀ ସଭାକୁ ପରିଚାଳନା କରିଥିଲେ ।     

                                                   


   

                                                        ଦିବଙ୍ଗତ ନେତା ପ୍ରଦୀପ ମହାରଥୀ ଙ୍କୁ ନେଇ କଣ କହିଲେ  ଉପସ୍ଥିତ ଅତିଥି      ।                    ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ : ମହାରଥୀ ଜଣେ ଭିନ୍ନ ମଣିଷ ଥିଲେ, ତିନି ବର୍ଷ ଧରି ତାଙ୍କ ବିୟୋଗ ହୋଇ ଥିବା ବେଳେ ତାଙ୍କୁ କେବଳ ପିପିଲି  ଡେଲାଙ୍ଗ ନୁହେଁ ସାରା ଓଡିଶା ବାସୀ ତାଙ୍କୁ ଝୁରୁଛନ୍ତି, ବିଧାନ ସଭା ମହାରଥୀ ଙ୍କୁ ଝୁରୁଛି, ସେ ଭଲ ପାଇବା ର ମଣିଷ ଥିଲେ, ନିର୍ଭୀକତା ଓ କାମ କରିବାର ଆଗ୍ରହ ତାଙ୍କ ମଧ୍ୟରେ ଭରି ରହିଥିଲା, ସେ ଯୁବକ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ଥିଲେ ।

                                                    

                                                                


  ବିଧାୟକ ଦେବୀ ପ୍ରସାଦ ମିଶ୍ର : ମହାରଥୀ ଜଣେ ସଫଳ ନେତୁତ୍ବ, ମାଆ ମାଟି କୁ ଭଲ ପାଉଥିବା, ବିଜୁ ବାବୁଙ୍କ ଆଦର୍ଶ କୁ ଭଲ ପାଉଥିବା ମଣିଷ ଥିବା ବେଳେ ଅନ୍ୟ ମାନଙ୍କୁ ନିଜ କଥାରେ ପ୍ରଭାବିତ କରୁଥିବା ମଣିଷ ଥିଲେ ମହାରଥୀ ।  

  ପ୍ରତିଭା ମହାରଥୀ : ନିଆରା ମଣିଷ ଥିଲେ ମହାରଥୀ , ତାଙ୍କର କୀର୍ତ୍ତି ତାଙ୍କର ଯଶ ଯୁଗେ ଯୁଗେ ଅମର ରହିବ , ଅନ୍ୟ କୁ ଆଲୋକ ଦେଖାଇବା  ମଣିଷ ଥିଲେ ମହାରଥୀ, 

  ପିପିଲି ବିଧାୟକ ରୁଦ୍ର  ପ୍ରତାପ ମହାରଥୀ ଲୋକପ୍ରିୟ ନେତା ଥିଲେ ମହାରଥୀ ତାଙ୍କ ଭଳି ଯଦି ମୁଁ ଦଶ  ପ୍ରତିଶତ ହୋଇ ପାରିବି ତେବେ ମୁଁ  ନିଜକୁ ଧନ୍ୟ ମନେ କରିବି,ବାପା ଙ୍କୁ ଉପସ୍ଥିତ କୁ ସମସ୍ତେ ଖୋଜୁଛନ୍ତି, 

      ବିଶିଷ୍ଟ ସାହିତ୍ୟିକ    ଶିକ୍ଷାବିତ  କୈଳାଶ ଚନ୍ଦ୍ର ଟିକାୟତ ରାୟ, ;ପ୍ରଦୀପ ଙ୍କ ପାଇଁ  ମୋର ପରିଚୟ ସୃଷ୍ଟି ହୋଇଛି 

ବ୍ରହ୍ମା କୁମାରୀ ଭଉଣୀ ଗୀତା ଭଉଣୀ ; ଦୀପ ହୋଇ ଅନ୍ୟ କୁ ଆଲୋକିତ କରୁଥିଲେ ମହାରଥୀ

ଏହି ସ୍ମୁତି ସଭାରେ ଦିବଙ୍ଗତ ନେତା ପ୍ରଦୀପ ମହାରଥୀ ଙ୍କ ର ସ୍ୱପରିବାର , ସମ୍ପର୍କୀୟ,  ବୁଦ୍ଧିଜୀବୀ, ଶିକ୍ଷାବିତ, ସମାଜସେବୀ ,ରାଜନେତା,  ସାମ୍ବାଦିକ ଉପସ୍ଥିତ ଥିଲେ




 




Post a Comment

0 Comments