ପୁରୀ ; ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥି। ପଞ୍ଚୁକର ଚତୁର୍ଥ ଦିବସରେ ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେଉଛି। ଇନ୍ଦ୍ରଦ୍ୟୁମ୍ନ ମହାରାଜା ଯେତେବେଳେ ରତ୍ନସିଂହାସନ ଉପରେ ପ୍ରଥମେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଇଥିଲେ ସେତେବେଳେ ମହାପ୍ରଭୁ ତାଙ୍କୁ ନୃସିଂହ ବେଶରେ ଦର୍ଶନ ଦେଇଥିଲେ ବୋଲି ସ୍କନ୍ଧ ପୁରାଣରେ ଉଲ୍ଲେଖ ରହିଛି। ତେଣୁ ସେହି ସ୍ମୃତିରେ କାର୍ତ୍ତିକ ମାସର ଏହି ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିହଂ ବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରରେ ଅବକାଶ ନୀତି ବଢ଼ିବା ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ପାଟବସ୍ତ୍ରରେ ବିଭୂଷିତ କରି ଏହି ବେଶ କରିଥାନ୍ତି। ଏହି ବେଶରେ ମହାପ୍ରଭୁ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ଚକ୍ର ସହ ରୌପ୍ୟର ଶଙ୍ଖ ଧାରଣ କରିଥାନ୍ତି। ପ୍ରଭୁ ବଳଭଦ୍ର ମଧ୍ୟ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ହଳମୂଷଳ ଧାରଣ କରିଥାନ୍ତି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପ୍ରଭୁ ବଳଭଦ୍ର ମସ୍ତକରେ ଯେଉଁ ଚୂଳ ଧାରଣ କରିଥାନ୍ତି ସେଥିରେ ସୁବର୍ଣ୍ଣର କିଆ ଗୁଡ଼ିକ ଆଡ଼ ବାଗିଆ ଲଗାଯାଇଥାଏ। ତେଣୁ ଏହି ବେଶକୁ ଡ଼ାଳିକିଆ ବେଶ ମଧ୍ୟ କୁହାଯାଏ। ତେବେ ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବା ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚୁଡାନ୍ତ ହୋଇଛି। ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦର୍ଶନ କରିବା ପାଇଁ ଭକ୍ତମାନେ ମଧ୍ୟ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।
ପବିତ୍ର ପଂଚୁକ ରେ ମହାପ୍ରଭୁ ଙ୍କୁ ଦର୍ଶନ ପାଇଁ ପ୍ରତିଦିନ ଏକ ଲକ୍ଷ ରୁ ଅଧିକ ଭକ୍ତ ଶ୍ରୀ ମନ୍ଦିର କୁ ଆସୁଛନ୍ତି। ଏଣୁ ଶ୍ରୀ ମନ୍ଦିର ରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ତେବେ ମହାପ୍ରଭୁ ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କେବଳ ବାହାର କାଠ ନିକଟ ରେ ଦର୍ଶନ ବ୍ୟବସ୍ଥା ହେଇଛି।ପଂଚୁକ ପାଞ୍ଚ ଦିନ ବାହାର କାଠ ନିକଟ ରେ ଦର୍ଶନ ହେବ। ପଂଚୁକ ରେ ମହାପ୍ରଭୁ ଙ୍କ ବେଶ ନିତି ସହ ଧୁପ ନିତୀ ରହିଚି। ଭିତର କାଠ ଦର୍ଶନ ପାଇଁ ଭକ୍ତ ଙ୍କୁ ଛଡ଼ା ଗଲେ ମହାପ୍ରଭୁ ଙ୍କ ନିତି ରେ ବିଲମ୍ବ ହେବା ସହ ଭକ୍ତ ଙ୍କ ଦର୍ଶନ ନେଇ ସମସ୍ୟା ଉପୁଜିବ। ଏଣୁ ଶୃଙ୍ଖଳିତ ଦର୍ଶନ ପାଇଁ ବାହାର କାଠ ନିକଟ ରେ ଦର୍ଶନ ବ୍ୟବସ୍ଥା ହୋଇଚି। ଭକ୍ତ ଙ୍କ ସୁବିଧା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼, ଟଏଲେଟ୍, ପାନୀୟ ଜଳ ବ୍ୟବସ୍ଥା, ବିଶ୍ରାମ ସ୍ଥଳୀ ନିର୍ମାଣ ହୋଇଚି । ବୟସ୍କ, ଦିବ୍ୟାଙ୍ଗ ଭକ୍ତ ମାନଂକୁ ସହାୟତା ପାଇଁ ସ୍ବେଛାସେବୀ ଙ୍କୁ ମୁତୟନ କରଯାଇଛି।ମହାପ୍ରଭୁ ଙ୍କ ନିତି କିଭଳି ଶୃଙ୍ଖଳିତ ହୋଇ ପାରିବ ଶ୍ରୀ ମନ୍ଦିର ପ୍ରଶାସନ ଅଧିକାରି ଓ ସେବାୟତ ଙ୍କ ମିଳିତ ଉଦ୍ୟମ ରେ ସବୁ କାର୍ଯ୍ୟ କରାଯାଉଛି। ସେପଟେ କାର୍ତ୍ତିକ ପୂର୍ଣ୍ଣିମା ଶେଷ ପରେ 28 ତାରିଖ ରୁ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ର ଲେଜର୍ ସ୍କାନୀଙ୍ଗ ହେବ। ଏ ଏସ ଆଇ ପକ୍ଷରୁ ବାହାରୁ ରତ୍ନ ଭଣ୍ଡାର ଲେଜର୍ ସ୍କନିଂ ହେବ। କେଉଁ ସ୍ଥାନ ରେ ଫାଟ ହୋଇଚି ଚିହ୍ନଟ କରାଯିବ। ପରେ ଏହାର ମରାମତି ନେଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାଶ କହିଛନ୍ତି।
ସେପଟେ ପଂଚୁକ ରେ ଶ୍ରୀ ମନ୍ଦିର କୁ ଲକ୍ଷାଧିକ ଭକ୍ତ ଙ୍କ ଆଗମନ କୁ ଦୃଷ୍ଟି ରେ ରଖାଯାଇ ବ୍ୟପାକ ବ୍ୟବସ୍ଥା ହୋଇଥିବା ପୁରୀ ଏସପି ସୁଚନା ଦେଇଛନ୍ତି। ଭକ୍ତ ଙ୍କ ମତାମତ ନିଆଯାଇ ବ୍ୟବସ୍ଥା କୁ ଆହୁରି ସୁଦୃଢ଼ କରାଯାଉଚି। ଭକ୍ତ ଙ୍କ ସହାୟତା ପାଇଁ ପୁରୀ ପୋଲିସ ପକ୍ଷରୁ ହୋଇଥବା ସ୍ଵେଚ୍ଛାସେବୀ ବାହିନୀ ଯୁବ ବାହିନୀ କୁ କାର୍ଯ୍ୟ ରେ ଲଗାଯାଇଛି। ତେବେ ଆଗକୁ କାର୍ତ୍ତିକ ପୁର୍ଣିମା ରହିଚି। ସେହିପରି ଛୁଟି ଦିନ ଶନିବାର, ରବିବାର ରହିଚି। ଏଣୁ ପ୍ରବଳ ଭକ୍ତ ଙ୍କ ସମାଗମ ଆଶଙ୍କା ରହିଛି। ଏଣୁ ବାରିକେଡ କୁ ବଡ ଦାଣ୍ଡ ର ମାର୍କେଟ ଛକ ଯାଏ ବର୍ଦ୍ଧିତ କରାଯିବ। ଟ୍ରାଫିକ ସୁପରିଚାଳନା ପାଇଁ ସ୍ଵତନ୍ତ୍ର ଯୋଜନା ରହିଛି। ଏଥି ପାଇଁ ସ୍ଵତନ୍ତ୍ର ଭାବେ ଅଫିସର ମାନଂକୁ ମୁତୟନ କରାଯାଇଛି। ସମୁଦ୍ର କୂଳ କୁ ରେ ପର୍ଯ୍ୟଟକ ଙ୍କ ଭିଡ଼ ଅଧିକ ରହୁଥିବାରୁ ଟ୍ରାଫିକ ରେଗୁଲେଶନ, ସହ ସୁରକ୍ଷା ପାଇଁ ପାଟ୍ରୋଲିଂ ହେଉଛି। ପୁରୀ କୁ ଆସିଥିବା ଭକ୍ତ, ପର୍ଯ୍ୟଟକ ଙ୍କ ଯାତାୟତ ସହ ସୁରକ୍ଷା ପାଇଁ ପୁରୀ ପୋଲିସ ସମ୍ପୂର୍ଣ ପ୍ରସ୍ତୁତ ଥିବା ପୁରୀ ଏସପି ସୁଚନା ଦେଇଛନ୍ତି।
0 Comments